ETV Bharat / state

ଆସିଲା ଓଡିଆ ଫିଲ୍ମ 'ପ୍ରଥା'ର ଟ୍ରେଲର, ନୂଆ ଲୁକରେ ନଜର ଆସିବେ ସ୍ବରାଜ

author img

By

Published : Aug 22, 2023, 10:03 PM IST

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଗଣେଶପୂଜାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପ୍ରଥା' । ଆଜି ଏହାର ଟ୍ରେଲର ରିଲିଜ ହୋଇଥିବା ବେଳେ ନୂଆ ଲୁକରେ ସ୍ବରାଜଙ୍କୁ ଦେଖିବାକୁ ମିଳିଛି। ତେବେ ଟ୍ରେଲକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ଅଧିକ ପଢନ୍ତୁ

ଆସିଲା ଓଡିଆ ଫିଲ୍ମ 'ପ୍ରଥା' ର ଟ୍ରେଲର, ନୂଆ ଲୁକରେ ନଜର ଆସିବେ ସ୍ବରାଜ

ଭୁବନେଶ୍ବର: ଚଳିତ ବର୍ଷ ଗଣେଶ ପୂଜାରେ ଓଡ଼ିଶାବାସୀଙ୍କ ହେବ ଭରପୁର ଏଣ୍ଟରଟେନମେଣ୍ଟ। ଏହି ଅବସରରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଶଙ୍କର ରିଲିଜ ହେବାକୁ ଥିବା ବେଳେ ଆଉ ଏକ ଓଡ଼ିଆ ଫିଲ୍ମ 'ପ୍ରଥା' ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଓଲିଉଡ ଅଭିନେତା ସ୍ବରାଜ ବାରିକ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଏଥିରେ ନୂଆ ଲୁକରେ ନଜର ଆସିଛନ୍ତି ସ୍ବରାଜ। ଗଣେଶ ପୂଜାରେ ରିଲିଜ ହେବ ଫିଲ୍ମ। ତେବେ ଏହାକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ।

ଅନେକ ବର୍ଷ ବ୍ୟବଧାନ ପରେ ପାରମ୍ପରିକ ମୌଳିକ କାହାଣୀ ସହ ଏକ ହାଇ ବଜେଟର ଆକ୍ସନ ଫିଲ୍ମ 'ପ୍ରଥା' ଆସିବାକୁ ଯାଉଛି। ଏହାରି ମଧ୍ୟରେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ସିନେପଲିସରେ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ର ଟ୍ରେଲର ଲଞ୍ଚ ହୋଇଛି। ଟ୍ରେଲର ଦେଖିସାରିବା ପରେ ସମସ୍ତେ ଫିଲ୍ଟର କାହାଣୀ ଓ ଗୀତଗୁଡିକୁ ନେଇ ବେଶ ଉତ୍ସାହିତ ଥିବା ସହ ଶିଶୁ କଳାକାରରୁ ନାୟକ ସାଜି ଏବଂ ଆଜି ଆକ୍ସନ ହିରୋ ଭାବେ ନିଜର ସ୍ୱରାଜ ବାରିକଙ୍କ ନିଖୁଣ ଅଭିନୟକୁ ପ୍ରଶଂସା କରିଥିଲେ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏହି ଫିଲ୍ମରେ ସ୍ବରାଜଙ୍କ ବିପକ୍ଷରେ ଶୀତଲ ପାତ୍ର ଏବଂ ମୁମ୍ବାଇ ମଡେଲ ତଥା ଅଭିନେତ୍ରୀ ସିମ୍ରନ୍ କୌର ନଜର ଆସିବେ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଥିବା ବେଳେ ସିମ୍ରନ ମଧ୍ୟ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।

ସୂଚନା ଥାଉ କି, ସିମ୍ରନ୍ ଜଣେ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା।

ଏହା ମଧ୍ୟ ପଢନ୍ତୁ: ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର

ଅନ୍ୟପଟେ ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ। ସେହିପରି ସଂଳାପ ବିଜୟ କୁମାର ରାଉଳ ଲେଖିଛନ୍ତି, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର କରିଛନ୍ତି l ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି l ତେବେ ଗଣେଶ ପୂଜା ଅବସରରେ ଏହି ଫିଲ୍ମ ରିଲିଜ ହେଲେ ଦର୍ଶକଙ୍କ ବେଶ ପସନ୍ଦ କରିବା ସହ ମନୋରଞ୍ଜନ କରିପାରିବ ବୋଲି ଆଶା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.