ଖୋର୍ଦ୍ଧା: ଟାଙ୍ଗୀ ଗ୍ରାମ ପଞ୍ଚାୟତର ରତନପୁର ପାଟଣା ସାହିରେ ଗତ କାଲି ରାତିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ସୁକାନ୍ତି ସାହୁ ଏବଂ ତାଙ୍କ ବୟସ ୩୮ । ଗତ କାଲି ରାତିରେ ସୁକାନ୍ତିଙ୍କ ପରିବାର ଲୋକେ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଶୋଇବା କକ୍ଷରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
କିନ୍ତୁ ଡାକ୍ତର ମେଡିକାଲରେ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଡାକ୍ତରଙ୍କ ଠାରୁ ଟାଙ୍ଗୀ ଥାନା ପୋଲିସ ସୂଚନା ପାଇ ମେଡିକାଲରେ ପହଁଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ପୋଲିସ ଭୟରେ ପରିବାରର କୌଣସି ସଦସ୍ୟ ଡାକ୍ତରଖାନାରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ