ETV Bharat / state

ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବି - police custody

ବନବିଭାଗ ହେପାଜତରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ, ପିଟିପିଟି ମାରିଦେଇଥିବା ଅଭିଯୋଗ କଲା ପରିବାର । ଅଧିକ ପଢନ୍ତୁ...

Suspicious death of a man in police custody
ପୋଲିସ ଦେପାଜତରେ ଥିବା ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ
author img

By

Published : Oct 14, 2020, 1:19 PM IST

ଖୋର୍ଦ୍ଧା: ଚୋରା କାଠ ଚାଲାଣ ସନ୍ଦେହରେ ବାଣପୁର ବନବିଭାଗ ଅଟକ ରଖିଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣାରେ ପରିବାର ଲୋକ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ଅଭିଯୋଗ କରି ମେଡିକାଲ ଆଗରେ ଧାରଣା ଦେଇଛନ୍ତି ।

ପୋଲିସ ଦେପାଜତରେ ଥିବା ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ

ସୂଚନାଅନୁସାରେ ଖୋର୍ଦ୍ଧା ବନ ବିଭାଗ ଚୋରା କାଠ ଚାଲାଣ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହେପାଜତରେ ନେଇଥିଲା । ଉକ୍ତ ବ୍ୟକ୍ତିଙ୍କର ବୁଧବାର ସନ୍ଦେହଜନକ ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ ହେଲେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା । ବଳଭଦ୍ରଙ୍କୁ ବନ ବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଣପୁର ମେଡ଼ିକାଲ ଆଗରେ ଧାରଣା ଦିଆହୋଇଛି । ଘଟଣାକୁ ନେଇ ପାଟିତୁଣ୍ଡ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଗଣ୍ଡଗୋଳ ଆଶଙ୍କା ନେଇ ଘଟଣାସ୍ଥଳରେ ଖୋର୍ଦ୍ଧା ଏଚଆରପିସି ଡ଼ିଏସପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସଡ଼ିପିଓ ସୁରେଶ କୁମାର ଦାସ, ବାଣପୁର ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଉପସ୍ଥିତ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.