ETV Bharat / state

ଭୁବନେଶ୍ଵର ରେଳ ଷ୍ଟେସନରୁ ମିଳିଲା ବିସ୍ଫୋରକ ସାମଗ୍ରୀ - ବିସ୍ପୋରକ ସାମଗ୍ରୀ ଜବତ

ଭୁବନେଶ୍ଵର ରେଳ ଷ୍ଟେସନରୁ ମିଳିଲା ବିପଦଜନକ ବିସ୍ଫୋରକ ସାମଗ୍ରୀ । କୋଣାର୍କ ଏକ୍ସପ୍ରେସର ଜେନେରାଲ ବଗିରେ ଥିଲା ଏହି ବିସ୍ପୋରକ ସାମଗ୍ରୀ । ଅଧିକ ପଢନ୍ତୁ

Bhubaneswar railway station
Bhubaneswar railway station
author img

By

Published : Apr 13, 2023, 9:19 PM IST

Bhubaneswar railway station

ଭୁବନେଶ୍ବର: ଭୁବନେଶ୍ଵର ରେଳ ଷ୍ଟେସନରୁ ମିଳିଲା ବିପଦଜନକ ବିସ୍ଫୋରକ ସାମଗ୍ରୀ। କୋଣାର୍କ ଏକ୍ସପ୍ରେସ ର ଜେନେରାଲ ବଗିରେ ଥିଲା ଏହି ବିସ୍ଫୋରକ ସାମଗ୍ରୀ। ଏନେଇ ବିଶାଖାପାଟଣା ରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଭୁବନେଶ୍ଵର ରୁ ବିଶାଖାପାଟଣା ଷ୍ଟେସନ ମଧ୍ୟରେ ସିସିଟିଭି ଯାଞ୍ଚ କରାଯାଉଥିବା ବେଳେ କିଏ ଏବଂ କେଉଁ କାରଣ ପାଇଁ ନେଉଥିଲା ତାହା ତଦନ୍ତ ପରିସରଭୁକ୍ତ କରାଯାଉଛି। ସେହିପରି ଏତେ ମାତ୍ରାରେ ବିସ୍ଫୋରକ ଜବତ ହେବା ପରେ ବୋମା ସ୍କ୍ବାର୍ଡ ଅଧିକାରୀଙ୍କୁ ଚିଠି କରାଯାଇଛି । ତେବେ ବୋମା ସ୍କ୍ବାର୍ଡ଼ ଆସିବା ପରେ ଜଣାପଡ଼ିବ ଏହାର ବିସ୍ଫୋରକ ମାତ୍ରା କେତେ ରହିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁମ୍ବାଇ ରୁ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ଵର ରେଳ ଷ୍ଟେସନରେ ପହଞ୍ଚିଥିଲା। ଏହି ଟ୍ରେନ ଟି ଭୁବନେଶ୍ୱରରେ ଶେଷ ଷ୍ଟପେଜ ରହିଥିଲା। ତେବେ ଆଜି କିଛି ସଫା କରିବା କର୍ମଚାରୀ ମାନେ ବଗି ସଫା କରିବା ପାଇଁ ଯାଇଥିବା ବେଳେ ସେହି ଟ୍ରେନର ଜେନେରାଲ ବଗି ରେ କିଛି ଶବ୍ଦ ହୋଇଥିଲା। ଏହା ଶୁଣି ସଫେଇ କର୍ମଚାରୀମାନେ ଯାଇ ଦେଖଥିଲେ କି ଏକ ବସ୍ତା ମଧ୍ୟରେ କିଛି ବିସ୍ଫୋରକ ସାମଗ୍ରୀ ରହିଛି। ତୁରନ୍ତ ଏହାକୁ ଜବତ କରାଯାଇଥିବା ବେଳେ ଏନେଇ ବୋମା ସ୍କ୍ବାର୍ଡ ଅଧିକାରୀଙ୍କୁ ଚିଠି ଲେଖିଛି ଆର ପି ଏଫ ଅଧିକାରୀ।

ଆର ପି ଏଫ ଅଧିକାରୀ ଶ୍ରୀନିବାସ ପଟ୍ଟନାୟକ କହିଛନ୍ତି ଯେ, ଟ୍ରେନରେ ବିସ୍ପୋରକ ସାମଗ୍ରୀ ନେବା ଆଇନଗତ ନିଷେଧ। ଏହା କେମିତି ଆସିଲା ଏବଂ କେଉଁଠାରୁ ଆସିଲା ତାହାକୁ ନେଇ ଏବେ ସନ୍ଦେହ ଘେରରେ। ତେବେ ଏହି ସାମଗ୍ରୀ ବିଶେଷ ଭାବରେ ମାଛ ମରା ଟ୍ରଲରରେ ବ୍ୟବହାର ହୋଇଥାଏ। ଏହା ସହ ମଧ୍ୟ ସମୁଦ୍ର କୂଳରେ ଲାଇଟ୍ ଆକାରରେ ବ୍ୟବହାର ହୋଇଥାଏ। ତେବେ ଟ୍ରେନରେ ଏହାକୁ ଜବତ କରିବା ପରେ ଗୋଟିଏ ପ୍ରକାରର ଭୟ ସୃଷ୍ଟି ହୋଇଛି। ଏହାକୁ କିଭଳି ଭାବରେ ନଷ୍ଟ କରାଯିବ ସେନେଇ ମଧ୍ୟ ବିଚାର ବିମର୍ଶ ଚାଲିଛି ।

ତେବେ ଅନେକ ଅପରାଧୀମାନେ ରେଳ ମାଧ୍ୟମରେ ଅନେକ ସାମଗ୍ରୀ ମାନ ନେବା ଆଣିବା କରନ୍ତି। ଲୁଚା ଚପା ରେ ଏଭଳି କାରବାର ହୋଇଥାଏ । ଏହା କେବଳ ଆଜି ନୁହେଁ ଅନେକ ବାର ରେଳ ଷ୍ଟେସନ ରୁ ଜବତ ହେଉଛି ବିଭିନ୍ନ ବିପଦଜନକ ସାମଗ୍ରୀ। ଏହାକୁ କିଭଳି ରୋକା ଯାଇପାରିବ ସେନେଇ ଆର ପି ଏଫ ତାହା ଉପରେ ତୀକ୍ଷ୍ନ ନଜର ରଖିଛି। ଟ୍ରେନ ଓ ଷ୍ଟେସନରେ ଯାତ୍ରୀଙ୍କ ଉପରେ ନଜର ମଧ୍ୟ ରଖୁଛି ବୋଲି କହିଛନ୍ତି ଅଧିକାରୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.