ETV Bharat / state

ସୁରେଶ ମହାପାତ୍ରଙ୍କ ମିଳିଲା ନୂଆ ଦାୟିତ୍ବ, OERC ଅଧ୍ୟକ୍ଷ ଭାବେ ହେଲେ ନିଯୁକ୍ତ

author img

By

Published : Feb 26, 2023, 7:54 PM IST

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ସୁରେଶ ଚନ୍ଦ୍ର ମହାପାତ୍ର । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକଞ୍ଜୁ ବିହାରୀ ଧଳଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

chief secretary of odisha suresh mohapatra

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ସୁରେଶଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକଞ୍ଜୁ ବିହାରୀ ଧଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

2022 ଜାନୁଆରୀ 16ରୁ ଖାଲି ପଡିଥିଲା OERC ଅଧ୍ୟକ୍ଷ ପଦ । ୟୁଏନ ବେହେରା ଯିବା ପରେ ଏହି ପଦ ଖାଲି ପଡିଥିଲା । ତେଣୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ସୁରେଶ ଥଇଥାନ ହୋଇଛନ୍ତି । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃୟାରୀ 28 ତାରିଖରେ ସମାପ୍ତ ହେବ । ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିବା ପରେ ରାଜ୍ୟ ସରକାର ତାଙ୍କୁ ଦୁଇ ଥର ମୁଖ୍ୟ ସଚିବ ପଦବୀରେ ନିଯୁକ୍ତି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, 28ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ସୂଚନାଯୋଗ୍ୟ, ସୁରେଶ ମହାପାତ୍ର 2021 ମସିହା ଜାନୁଆରୀ 1 ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଅସିତ ତ୍ରିପାଠୀଙ୍କ ପରେ ତାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା । 2022 ଫେବୃଆରୀ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ବରେ ରହିବାର ଥିଲା । ମାତ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଦୁଇ ଥର ବୃଦ୍ଧି କରିଥିଲେ । ସୁରେଶ ମହାପାତ୍ରଙ୍କ ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମାର୍ଚ୍ଚ ମହିଲାରୁ ପ୍ରଦୀପ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

1989 ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେଉଛନ୍ତି ପ୍ରଦୀପ ଜେନା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପ୍ରଦୀପ ବର୍ତ୍ତମାନ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସ୍ବତନ୍ତ୍ର ରିଲିଫ୍ କମିଶନର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ଗତବର୍ଷ ପ୍ରଦୀପଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯିବା ନେଇ ଅନୁମାନ କରାଯାଉଥିଲା । ହେଲେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ସରକାର ତାହାକୁ ବୃଦ୍ଧି କରିଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.