ETV Bharat / state

ଉପନିର୍ବାଚନରେ ଡିଲ୍‌ ହୋଇଥିବା ଦୋହରାଇଲେ ସୁର, କହିଲେ ତଦନ୍ତ କରନ୍ତୁ ପ୍ରଭାରୀ - ଉପନିର୍ବାଚନରେ ହୋଇଥିବା ଡିଲ୍‌ କଥାକୁ ଦୋହରାଇଲେ ସୁର

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନେତୃତ୍ବରେ ଗତକାଲି ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଦଳୀୟ ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ହୋଇଛି ନିଷ୍ପତ୍ତି । ବୈଠକକୁ ୨୪ ଘଣ୍ଟା ନପୁରୁଣୁ ଉପନିର୍ବାଚନରେ ହୋଇଥିବା ଡିଲ୍‌ କଥାକୁ ଦୋହରାଇଲେ ସୁର । ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଉପନିର୍ବାଚନରେ ଡିଲ୍‌ ହୋଇଥିବା ଦୋହରାଇଲେ ସୁର
ଉପନିର୍ବାଚନରେ ଡିଲ୍‌ ହୋଇଥିବା ଦୋହରାଇଲେ ସୁର
author img

By

Published : Dec 19, 2022, 10:14 PM IST

ଉପନିର୍ବାଚନରେ ଡିଲ୍‌ ହୋଇଥିବା ଦୋହରାଇଲେ ସୁର

ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ବିଧାୟକ ସୁର ରାଉତରାୟଙ୍କ ଚ୍ୟାଲେଞ୍ଜ । ଦଳରେ ବିଶୃଙ୍ଖଳାକାରୀ ବା ଦଳ ବିରୋଧରେ ବୟାନବାଜି କରୁଥିବା ନେତା ଓ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସ୍ବାଗତ କଲେ ସୁର । ତେବେ ଉପନିର୍ବାଚନରେ ହୋଇଥିବା ଡିଲ୍‌ କଥାକୁ ଦୋହରାଇ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରାଜ୍ୟ କଂଗ୍ରେସରେ ବଢୁଛି ବିବାଦ । ଗତକାଲି (ରବିବାର) ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ଏକ ବୈଠକରେ ଦଳୀୟ ଅନୁଶାସନକୁ ମାନିବାକୁ ସମସ୍ତେ ବାଧ୍ୟ ବୋଲି କହିଥିଲେ । ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏହାରି ଭିତରେ ଏବେ କଂଗ୍ରେସରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ତେଜିବା ଭଳି ମନେ ହେଉଛି । ଗତକାଲି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜେ ବୈଠକ ସରିବା ପୂର୍ବରୁ ଚାଲିଯାଇଥିଲେ । ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ ।

ସେପଟେ ପ୍ରଭାରୀଙ୍କ ବୈଠକକୁ ୨୪ ଘଣ୍ଟା ନପୁରୁଣୁ ବିଧାୟକ ସୁର ରାଉତରାୟ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି, "ଧାମନଗର ଓ ପଦ୍ମପୁରରେ କଂଗ୍ରେସ ଭୋଟ କୁଆଡେ ଗଲା ପ୍ରଭାରୀ ଉତ୍ତର ରଖନ୍ତୁ । ଡିଲ କଥା ନିଶ୍ଚିତ ଭାବେ ସତ । ଯଦି ଡିଲ ହୋଇନାହିଁ, ତେବେ ଭୋଟ ଗଲା କୁଆଡେ । ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ ୨ଟି ଉପନିର୍ବାଚନରେ କଂଗ୍ରେସ ଭୋଟ କୁଆଡେ ଗଲା, ଏତେ ବଡ଼ ଦଳ କାହିଁକି ଅମାନତ ହରାଇଲା, ଅନୁସନ୍ଧାନ କରି ତାର ଉତ୍ତର ରଖନ୍ତୁ ଚେଲ୍ଲା କୁମାର ।" ଗୋଟିଏ ପଟେ ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ ଓ ଅନ୍ୟପଟେ ଦଳରେ ଶୀତଳ ଯୁଦ୍ଧ ଆଗକୁ କଂଗ୍ରେସ ପାଇଁ ବଡ଼ କ୍ଷତି ପହଞ୍ଚାଇବ ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.