ETV Bharat / state

ସୁପ୍ରିମକୋର୍ଟଙ୍କ ରାୟ ରାହୁଲ ଗାନ୍ଧିଙ୍କ ବ୍ୟକ୍ତିତ୍ବ ବୃଦ୍ଧି କରିଛି: ରାଜନୀତି ସମୀକ୍ଷକ

author img

By

Published : Aug 7, 2023, 9:04 PM IST

ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଆଶ୍ବସ୍ତି ଦେବାପରେ ସାଂସଦ ପଦ ଫେରିପାଇଛନ୍ତି ରାହୁଲ । ତେବେ ଆଜି ରାହୁଲ ସଂସଦକୁ ଫେରିବା ପରେ ସାରା ଦେଶରେ କଂଗ୍ରେସ କର୍ମୀ ଉତ୍ସବ ପାଳିଛନ୍ତି । ତେବେ ଏହା ବିଜେପିକୁ ଶକ୍ତ ଝଟ୍‌କା ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ସୁପ୍ରିମକୋର୍ଟଙ୍କ ରାୟ ରାହୁଲ ଗାନ୍ଧିଙ୍କ ବ୍ୟକ୍ତିତ୍ବ ବୃଦ୍ଧି କରିଛି

ଭୁବନେଶ୍ବର: ସଂସଦରେ ସଦସ୍ୟତା ଫେରି ପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଛି । ରାହୁଲଙ୍କ ସଦସ୍ୟତା ଫେରିବା ପରେ ଦିଲ୍ଲୀରୁ ପଲ୍ଲୀ ସବୁଠି କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ସେଲିବ୍ରେସନର ମାହୋଲ । ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ସତ୍ୟର ବିଜୟ ହୋଇଛି ବୋଲି କହିଛନ୍ତି ଦଳର ନେତା । ଅନ୍ୟପଟେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ୨୦୨୪ ସାଧାରଣ ନିର୍ବାଚନରେ ରାଜନୈତିକ ସମୀକରଣ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛନ୍ତି ରାଜନୀତି ସମୀକ୍ଷକ ।

ମିଠା ବାଣ୍ଟିଲେ ସୁର: କଂଗ୍ରେସରେ ସେଲିବ୍ରେସନ । ଏଆଇସିସିଠାରୁ ଆରମ୍ଭ କରି ପିସିସି କାର୍ଯ୍ୟାଳୟ, ସବୁଠି ଉତ୍ସବର ମାହୋଲ । ରାହୁଲ ଗାନ୍ଧି ସଦସ୍ୟତା ପଦ ଫେରିପାଇବା ପରେ ଦଳରେ ନେତା ଓ କର୍ମୀ ବେଶ୍‌ ଉତ୍ସାହିତ । ବାଜା ବଜାଇ ବାଣ ଫୁଟାଇ ଏଆଇସିସି କାର୍ଯ୍ୟାଳୟରେ ସେଲିବ୍ରେସନ କରିଛନ୍ତି କଂଗ୍ରେସ ନେତା । ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା କଂଗ୍ରେସ ଭବନରେ । ତେବେ ଏଇ ସେଲିବ୍ରେସନ କେବଳ ପିସିସି କାର୍ଯ୍ୟାଳୟରେ ସୀମିତ ନାହିଁ, ଭୁବନେଶ୍ବର ସୂଚନା ଭବନଠାରେ ମଧ୍ୟ ଜନସାଧାରଣଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଆଜି ସମସ୍ତ ଦେଶବାସୀ ଆନନ୍ଦିତ । ଯେଉଁପରି ଭାବେ ମୋଦି ସରକାର କଂଗ୍ରେସ ପ୍ରତି ଅତ୍ୟାଚାର କରୁଛନ୍ତି, ତାଙ୍କୁ ଆଜି ଜବାବ ମିଳିଛି । ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି, ତାକୁ ସ୍ବାଗତ ଭାରତବାସୀ କରିଛନ୍ତି । ଭାରତର ଗଣତନ୍ତ୍ରକୁ ବଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ରାହୁଲ ଆଗକୁ ନିର୍ବାଚନ ଲଢ଼ିପାରିବେ ।" ତାର ପ୍ରଭାବ ସାରାଦେଶରେ ପଡିବ ବୋଲି କହିଛନ୍ତି ସୁର ।

ଏହା ମଧ୍ୟ ପଢ଼ନ୍ତୁ...ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା NDAକୁ ଶକ୍ତ ଧକ୍କା, ଜୋରଦାର ଲଢେଇ ହେବ: ଜୟଦେବ ଜେନା

'ବିଜେପିକୁ ଶକ୍ତ ଧକ୍କା ଲାଗିଛି': ତେବେ ସୁପ୍ରିମକୋର୍ଟରେ ରାହୁଲଙ୍କ ବିଜୟ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସର କ୍ରେଜ ବୃଦ୍ଧି ପାଇବା ସହିତ ଅଧିକ ଆସ୍ଥାଭାଜନ ହୋଇପାରିବ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ସୁପ୍ରିମକୋର୍ଟ ଯେଉଁ ରାୟ ଦେଲେ, ସାରା ଭାରତରେ ରାହୁଲ ଗାନ୍ଧିଙ୍କ ବ୍ୟକ୍ତିତ୍ବ ବୃଦ୍ଧି ପାଇଛି । ବିଜେପି ବିରୋଧୀ ମେଣ୍ଟକୁ ମଧ୍ୟ ଖୋରାକ ଯୋଗାଇଛି । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ପରେ ସେ କଂଗ୍ରେସରେ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି । କଂଗ୍ରେସକୁ ନୂଆ ଦିଗ ଦେବେ ରାହୁଲ । ରାହୁଲ ଗାନ୍ଧି ନିଜର ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଏହାପରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।" ତେବେ ବିଜେପିର ବିରୋଧୀ ଦମନ ନୀତି ଏବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ଥ ହେବାକୁ ଯାଉଛି ବୋଲି ବରିଷ୍ଠ ରାଜନୀତି ସମୀକ୍ଷକ କହିଛନ୍ତି । ମୋଦି ସଙ୍ଗିଆକୁ ନେଇ ଶାସକ ଦଳ ବିରୋଧୀଙ୍କୁ ଯେଉଁ ଚେକ୍‌ ଦେବାପାଇଁ ଅଣ୍ଟା ଭିଡିଥିଲା, ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବିଜେପି ପାଇଁ ତାହା ବୁମେରାଂ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.