ETV Bharat / state

Odisha ChitFund Case: CBI ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଆସନ୍ତା 9 ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ - ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଏହି ମାମଲାରେ ଆଜି CBI ଭତ୍ସର୍ନା କରିବା ସହ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

CBI to file status report in Odisha Chit Fund Case investigation

author img

By

Published : Jan 5, 2023, 3:31 PM IST

ନୂଆଦିଲ୍ଲୀ: ଓଡ଼ିଶା ଚିଟ୍‌ ଫଣ୍ଡ କେଳେଙ୍କାରୀ ମାମଲାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ନେଇ CBI ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀ ୯ ତାରିଖ ସୁଦ୍ଧା ଏହି ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ସୋମବାର ଏହି ମାମଲାର ଶୁଣାଣି ବେଳେ ତଦନ୍ତକାରୀ ସଂସ୍ଥାକୁ ଚିଟ୍‌ ଫଣ୍ଡ ମାମଲାର ଲାଟେଷ୍ଟ ତଥ୍ୟ ବିଷୟରେ ପଚାରିଥିଲେ । ତେବେ କୌଣସି ନୂଆ ତଥ୍ୟ ଦେବାରେ ଅସମର୍ଥ ହେବାରୁ CBIକୁ ସୁପ୍ରିମକୋର୍ଟ ଭତ୍ସର୍ନା କରିଛନ୍ତି । ଚିଟ୍‌ ଫଣ୍ଡ ମାମଲାରେ ଟଙ୍କା ପାଇବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ସରକାର କଣ ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଚିଟ୍‌ ଫଣ୍ଡ ଟଙ୍କା ଫେରସ୍ତ କରିବାରେ ବିଳମ୍ବ ହେଉଥଇବାରୁ ଜଷ୍ଟିସ୍‌ ଏମ୍‌ ଆର୍‌ ସାହା ଓ ଜଷ୍ଟିସ୍‌ କ୍ରୀଷ୍ଣାକୁମାରୀ ଓଡ଼ିଶା ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ତଦନ୍ତର ଅଗ୍ରଗତିକୁ ନେଇ CBIକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

CBIକୁ ଭତ୍ସର୍ନା କରି ଖଣ୍ଡପୀଠ କହିଛନ୍ତି ଯେ, ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ୧୦ ୧୫ ବର୍ଷ ଗଡ଼ାଇ ପାରିବେ ନାହିଁ । ଓଡ଼ିଶା ଚିଟ୍‌ ଫଣ୍ଡ ମାମଲାରେ CBI କଣ ପାଇଁ ଏଯାଏଁ କୌଣସି ଚାର୍ଜସିଟ୍‌ ଦାଖଲ କରିପାରିନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହି ମାମଲାକୁ ଆଉ ଗଡ଼ାଇବା ପରିବର୍ତ୍ତେ ତଦନ୍ତ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୩ ମସିହାରେ ରାଜ୍ୟରେ ଚିଟ୍‌ ଫଣ୍ଡ କେଳେଙ୍କାରୀ ସାମ୍ନାକୁ ଆସିଥିଲା । ଚିଟ୍‌ ଫଣ୍ଡ ମାମଲାରେ ପ୍ରଥମେ ସି'ସୋର୍‌ ଚିଟ୍‌ ଫଣ୍ଡ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଥିଲା । ୫୦୦ କୋଟି ଚିଟ୍‌ ଫଣ୍ଡ ଅର୍ଥ ହେରଫେର ମାମଲାର ତଦନ୍ତ ଭାର ପ୍ରଥମେ ରାଜ୍ୟ ସରକାର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଅପରାଧିକ ଶାଖା ହାତକୁ ନେଇଥିଲା ।

ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ଇଡି ଓ CBI ଏହି ମାମଲା ହାତକୁ ନେଇଥିଲା । ଚିଟ୍‌ ଫଣ୍ଡ ଠକେଇ କରିଥିବା ପ୍ରଥମେ ୩ କମ୍ପାନୀର ୧୫୭ କୋଟି ଟଙ୍କା ଆଟାଚ୍‌ କରାଯାଇଥିଲା । ଏହାପରେ ପୁନଃ ୨୦୧୫ରେ ୮୪ କୋଟି ଟଙ୍କା ଆଟାଚ୍‌ କରିଥିଲା ଇଡି । ସେପଟେ CBI ଓଡ଼ିଶା ଲୋକଙ୍କ ହରିଲୁଟ୍‌ କରିଥିବା ୪୪ଟି ଚିଟ୍‌ ଫଣ୍ଡ ମାମଲାର ତଦନ୍ତ କରୁଛି । ଗରିବ ଓ ମଧ୍ୟବିତ ଲୋକଙ୍କୁ ଟଙ୍କା ଦ୍ୱିଗୁଣା ହେବାର ଲୋଭ ଦେଖାଇଥିଲା ଏଭଳି ଚିଟ୍‌ ଫଣ୍ଡ ସଂସ୍ଥା । ଲକ୍ଷଲକ୍ଷ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିନେଇଥିଲା ଚିଟ୍‌ଫଣ୍ଡ ସଂସ୍ଥା ।

ଚିଟ୍‌ଫଣ୍ଡ ସଂସ୍ଥା ହରିଲୁଟ୍‌ ହୋଇଥିବା କଥା ଜଣା ପଡ଼ିବା ସାରା ରାଜ୍ୟରେ ଟଙ୍କା ଫେରସ୍ତ ପାଇଁ ଲୋକ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରିଥିଲେ । ୨୦୧୯ରେ କିଛି ଲୋକଙ୍କୁ ରାଜ୍ୟ ସରକାର ଟଙ୍କା ଫେରାଇ ଥିବା ବେଳେ ହେଲେ ଏଯାଏଁ ଆହୁରି ଅନେକ ଲୋକଙ୍କୁ ଟଙ୍କା ଫେରସ୍ତ ହୋଇ ପାରିନାହିଁ । ଏହି ମାମଲା ଗତ ୧୦ରୁ ଅଧିକ ବର୍ଷ ହେଲା ସୁପ୍ରିମକୋର୍ଟରେ ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.