ETV Bharat / state

ଚିରଞ୍ଜୀବ-ମୋକିମ ସମର୍ଥକଙ୍କ ପ୍ରେସମିଟ୍, ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି - supporter of both congress leaders held press meet

ଆଜି ଭୁବନେଶ୍ବରରେ ଉଭୟ ନେତାଙ୍କ ସମର୍ଥକ ମାନେ ପ୍ରେସମିଟ କରି ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୋବିନ୍ଦ ଭୂଇୟାଁ କହିଛନ୍ତି ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି । ଅଧିକ ପଢନ୍ତୁ

ଚିରଞ୍ଜୀବ ମୋକିମ ସମର୍ଥକଙ୍କ ପ୍ରେସମିଟ, ନିଳମ୍ବନ ପ୍ରତ୍ୟାହାର ପାଇଁ ଦାବି

author img

By

Published : Jul 20, 2023, 10:59 PM IST

Updated : Jul 21, 2023, 7:57 AM IST

ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି। ଉଭୟଙ୍କ ସପକ୍ଷରେ ବାହାରିଲେ ସମର୍ଥକ । ନିଲମ୍ବନ ପ୍ରତ୍ୟାହାର ପାଇଁ କଲେ ଦାବି । ଆଜି ଭୁବନେଶ୍ବରରେ ଉଭୟ ନେତାଙ୍କ ସମର୍ଥକ ମାନେ ପ୍ରେସମିଟ କରି ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏନେଇ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୋବିନ୍ଦ ଭୂଇୟାଁ କହିଛନ୍ତି ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି । ଓଡିଶାରେ କଂଗ୍ରେସକୁ ମଜବୁତ କରିବାରେ ମୋକିମଙ୍କ ଭୂମିକା ରହିଛି । ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି । ବିନା କାରଣରେ ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସିକୁ ସୁପାରିଶ କରିଛନ୍ତି । ଯାହା ଆମକୁ ମର୍ମାହତ କରିଛି । ବିଜେଡିକୁ ପରାସ୍ତ କରିବା ପାଇଁ କଂଗ୍ରେସ ପାଖରେ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ ।

ସେହିପରି ପୂର୍ବତନ ପିସିସି ଶୃଙ୍ଖଳା ସଦସ୍ୟ ସାବିତ୍ରୀ ଚୌଧୁରୀ କହିଛନ୍ତି, "ଶୃଙ୍ଖଳା କମିଟି ବୈଠକରେ ମୋକିମ ଏବଂ ଚିରଞ୍ଜୀବଙ୍କ ବିଷୟରେ କୌଣସି ଆଲୋଚନା ହୋଇନଥିଲା । କେଉଁ ଆଧାରରେ ପିସିସି ସଭାପତି ଅଭିଯୋଗ କଲେ । ଏତତ ବ୍ୟତୀତ ମୋକିମଙ୍କ ଦୃଢ ସମର୍ଥକ ଗିରିବାଲା ବେହେରା କହିଛନ୍ତି ଯଦି ନିଲମ୍ବନ ଉଠେ ଦଳୀୟ କର୍ମୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବେ । ମୋକିମଙ୍କ ବିନା କଟକରେ କଂଗ୍ରେସର ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠିବ । ତେଣୁ ତୁରନ୍ତ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଉ ।"

ଏହା ବି ପଢନ୍ତୁ- Opposition Unity: ଭୁବନେଶ୍ବରରେ ଏକାଠି ହେଲେ 9 ଟି ରାଜନୈତିକ ଦଳ

ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ । ଯେ କୌଣସି ଦିନ ନିଲମ୍ବିତ ନେତା ମୋତେ ଚିଠି ପଠାଇବେ ଚିଠିକୁ ମୁଁ ତୁରନ୍ତ ହାଇକମାଣ୍ଡଙ୍କ ପାଖକୁ ପଠେଇ ଦେବି । କାହାର ଟିପ୍ପଣୀ ଉପରେ ମୋର କିଛି ମନ୍ତବ୍ୟ ଦେବାର ନାହିଁ । ଯୋଉଟା ସତ ସେଇଟା ସତ । ଶୃଙ୍ଖଳା କମିଟିରୁ ଚିଠି ଆସିବା ପରେ ହିଁ ମୁଁ ଏଆଇସିସିକୁ ଚିଠି ଲେଖିଥିଲି । କଟକରେ କଂଗ୍ରେସର ସ୍ଥିତି ଭଲ ଅଛି ଏବଂ ରହିବ । ଆମେ କୌଣସି କଂଗ୍ରେସ କର୍ମୀଙ୍କୁ ଛାଡିବାକୁ ଚାହୁଁନାହୁଁ ।"

ଏପଟେ ଭୁବନେଶ୍ୱରରେ ବସିଲା ବିରୋଧୀଙ୍କ ମେଣ୍ଟ । ଅଗଷ୍ଟ ପ୍ରଥମ ସପ୍ତାହରେ ହେବ ବିଶାଳ ଜନ ସମାବେଶ । ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ବିଶାଳ ରାଜନୈତିକ ସମାବେଶ । ବିରୋଧୀ ବିଜେପି ଏବଂ ବିଜେଡି ପକ୍ଷରୁ ବିରାଟ ଜନ ସମାବେଶ କରାଯିବ। NDA ବନାମ INDIAର ପ୍ରଭାବ ଓଡ଼ିଶାରେ । କର୍ଣ୍ଣାଟକରେ ବିରୋଧୀ ବିଜେପି ମେଳି ବା india ବୈଠକ ବସିବା 2 ଦିନ ନପୁରୁଣୁ ଭୁବନେଶ୍ୱରରେ ଓଡ଼ିଶା କଂଗ୍ରେସର ଆହ୍ବାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳଙ୍କୁ ନେଇ ଆଜି ଏକ ବୈଠକ ବସିଛି । ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ନେଇଥିଲେ । ରାଜ୍ୟର 9ଟି ଅଣ ବିଜେପି ଅଣ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଏହି ବୈଠକ ଯୋଗ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2023, 7:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.