ETV Bharat / state

ପୋଲିସ ଓ ଅବକାରୀ ପାଇଁ ଗଲା ନିରୀହ ଜୀବନ ! ବଞ୍ଚିପାରିଥାନ୍ତେ ଶୁଭଲକ୍ଷ୍ମୀ, ଆଗରୁ ହୋଇଥିଲା FIR

author img

By

Published : Aug 12, 2023, 6:28 PM IST

Updated : Aug 12, 2023, 6:42 PM IST

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ପଦାରେ ପକାଇଲା ପୋଲିସ ଓ ଅବାକାରୀ ବିଭାଗର ଅବହେଳା । ବାରରେ ବେଆଇନ କାର୍ଯ୍ୟକୁ ନେଇ ଆଗରୁ ହୋଇଥିଲା FIR । ମାତ୍ର ହୋଇନଥିଲା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Subhalaxmi death case
Subhalaxmi death case
ପୋଲିସ ଓ ଅବକାରୀ ପାଇଁ ଗଲା ନିରୀହ ଜୀବନ ! ବଞ୍ଚିପାରିଥାନ୍ତେ ଶୁଭଲକ୍ଷ୍ମୀ, ଆଗରୁ ହୋଇଥିଲା FIR

ଭୁବନେଶ୍ବର: ଡ୍ୟାନ୍ସ ବାର ମାଲିକଙ୍କ ପ୍ରତି ପୋଲିସର ଦୁର୍ବଳତା । ସବୁ ନିୟମ ଭାଙ୍ଗୁଥିଲେ ବି ଅବକାରୀ ନଜର ପଡୁନଥିଲା । ଏବେ ପୋଲିସ ଓ ଅବକାରୀ ଅବହେଳା ନେଲା ଜୀବନ । ହୋଟେଲ ଦୀପାଲୀ ଇଣ୍ଟରନାସନାଲରେ ବାର ଗାର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଏବେ ପଦାରେ ପକାଇଛି ପୋଲିସ ଓ ଅବକାରୀର ବାର ମାଲିକଙ୍କ ସହ ଭିତିରି ମସୁଧା । ବାରରେ ହେଉଥିବା ଅନୈତିକ କାର୍ଯ୍ୟକଳାପକୁ ନେଇ ଡିସେମ୍ବର ୬ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ବାରରେ ଅବକାରୀ ନିୟମର ଉଲ୍ଲଘଂନ ହେଉଥିବା ନେଇ ଅଭିଯୋଗ ପରେ ମଧ୍ୟ ନିଆଯାଇନଥିଲା କୌଣସି ଠୋସ ପଦକ୍ଷେପ ।

ରାଜଧାନୀ ସ୍ଥିତ ଅନେକ ହୋଟେଲରେ ବେଆଇନ ଭାବେ ବାର ଗାର୍ଲ୍ସକୁ ଏଣ୍ଟ୍ରି କରାଯାଉଥିବା ଘଟଣାଠୁ ଆରମ୍ଭ କରି କିଭଳି ଅବକାରୀ ନିୟମର ଉଲଙ୍ଘନ କରାଯାଉଛି ? କିଭଳି ବାର ଗାର୍ଲଙ୍କ ସହ ଅତ୍ୟାଚାର କରାଯାଉଛି ? ଏପରିକି ଏହାର ବିରୋଧ କରି କିଭଳି ଜଣେ ମ୍ୟାନେଜର ବାର ମାଲିକଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି । ସେନେଇ ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ଗତ ଡିସେମ୍ବର ୬ ତାରିଖରେ ଏକ ଅଭିଯୋଗ ହୋଇଥିଲା । ବାରରେ ହେଉଥିବା ଅନୈତିକ କାରବାରର ଖୁଲମଖୁଲା ଗୋଟି ଗୋଟି କଥା ଇଟିଭି ଭାରତ କ୍ୟାମେରା ଆଗରେ ବଖାଣିଥିଲେ ତତ୍କାଳୀନ ବାର ମ୍ୟାନେଜର।

ଏହା ବି ପଢନ୍ତୁ- ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ DCP

ହେଲେ ସେତେବେଳେ ନା ପୋଲିସ ଆକ୍ସନ ନେଇଥିଲା ନା ଅବକାରୀ ଟିମ ସଠିକ ଭାବେ ଯାଞ୍ଚ ଆରମ୍ଭ କରିଥିଲା । ଯାହାର ପରିଣାମ ସ୍ବରୂପ ଏବେ ଜଣେ ବାର ଗାର୍ଲଙ୍କୁ ଶେଷରେ ହରାଇବାକୁ ପଡ଼ିଛି ନିଜର ଜୀବନ । ନାବାଳିକା ହୋଇ ବି ତାକୁ କିପରି ବାର ଗାର୍ଲ ଭାବେ ବାରରେ କାମ କରିବାର ସୁଯୋଗ ଦିଆଗଲା ? ବାରରେ ହେଉଥିବା ଅନୈତିକ କାରବାରରେ କିପରି ଟ୍ରାପ ହୋଇଥିଲା ? ଜଣେ ପାଠ ପଢୁଆ ନାବାଳିକା ଛାତ୍ରୀକୁ ଭୁବନେଶ୍ବର ବାର ଗାର୍ଲ ସଜାଇ ତାର ସୁରକ୍ଷାରେ କିପରି ବାଧା ଦିଆଗଲା ? ଶେଷରେ ନିରୀହ ନାବାଳିକା ଜଣକ ସବୁ କିଛି ଅନୀତି ଅତ୍ୟାଚାର ସହିନପାରି ଶେଷରେ ସେହି ବାର ଉପରେ ଥିବା ହୋଟେଲ ରୁମର ୨୦୫ରେ ନିଜର ଜୀବନ ହାରିଲା । ଏଥିପାଇଁ ଦାୟୀ ଅବକାରୀ ନା ପୋଲିସ ଦାୟୀ ?

ଏହା ବି ପଢନ୍ତୁ- ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ

କାରଣ ହୁଏତ ସେତେବେଳେ ସଠିକ ଯାଞ୍ଚ ହୋଇଥିଲେ ବା ପୋଲିସ ଓ ଅବକାରୀ ଅଧିକାରୀ ନିଜର ଦାୟିତ୍ବ ସଠିକ ଭାବେ ତୁଲାଇଥିଲେ ହୁଏତ ଏହି ନାବାଳିକାଙ୍କ ଜୀବନ ବଞ୍ଚିପାରିଥାନ୍ତା । ଏବେ ଏନେଇ ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, " ବାରରେ ନାବାଳିକା ନିୟୋଜିତ କରୁଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ରାଜଧାନୀରେ ଥିବା ଡ୍ୟାନ୍ସ ବାର ଉପରେ ହେବ ଖୁବଶୀଘ୍ର ଚଢ଼ଉ । ଅବକାରୀ ବିଭାଗ ଏନେଇ ଗଠନ କରିଛି ସ୍ଵତନ୍ତ୍ର ସ୍କ୍ବାର୍ଡ । ୧୮ଟି ବାରରେ ବାର ଗାର୍ଲ ନିୟୋଜିତ କରାଯାଇଥିବା କହିଛନ୍ତି । ୧୮ଟି ବାରରେ ୨୧୬ ଜଣ ବାର ଗାର୍ଲ କାମ କରୁଥିବା ସୂଚନା ରହିଛି । ବାର ଗାର୍ଲଙ୍କ ଅନ୍ୟୁନ ବୟସ ୨୧ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଆବଶ୍ୟକ ।"

ଏହାସହ ୨୧ ବର୍ଷରୁ କମ ବୟସର ବାର ଗାର୍ଲ ଥିଲେ ବାର ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ସମସ୍ତଙ୍କ ଆଇଡି କାର୍ଡ ବାଧ୍ୟତାମୂଳକ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ । ଅନ୍ୟପଟେ କମିସନରେଟ ପୋଲିସ ଏନେଇ ମୁହଁ ଖୋଲୁନଥିବାବେଳେ ସରାଇ ଆକ୍ଟ ଭଳି ନିୟମ କଡ଼ା ଉଲଙ୍ଘନ ସତ୍ତ୍ବେ ଡିସିପି ଏହାକୁ କେବଳ ଏକ ଆତ୍ମହତ୍ୟା ବୋଲି ଗତକାଲି ପ୍ରତିକ୍ରିୟା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2023, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.