ETV Bharat / state

World Population Day: ପରିବାର ନିୟୋଜନ ବାସ୍କେଟ ଅଫ୍‌ ଚଏସ୍‌ରେ ଯୋଡ଼ି ହେଲା ସବ୍‌ଡର୍ମାଲ୍‌ ଇମ୍ପ୍‌ଲାଣ୍ଟ୍‌

ରାଜ୍ୟ ପରିବାର ନିୟୋଜନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ସବ୍‌ଡର୍ମାଲ୍‌ ଇମ୍ପ୍‌ଲାଣ୍ଟ୍‌ ବା ଇମ୍ପ୍‌ଲାନନ୍‌ର ସଫଳ ପରୀକ୍ଷଣ ହୋଇଛି । ଆସନ୍ତା ୧୩ ତାରିଖରେ ଏହା ଜାତୀୟସ୍ତରରେ ଶୁଭାରମ୍ଭ ହେବ । ଅଧିକ ପଢ଼ନ୍ତୁ..

author img

By

Published : Jul 11, 2023, 9:05 PM IST

ବିଶ୍ଵ ଜନସଂଖ୍ୟା ଦିବସ
ବିଶ୍ଵ ଜନସଂଖ୍ୟା ଦିବସ
ବିଶ୍ଵ ଜନସଂଖ୍ୟା ଦିବସ

ଭୁବନେଶ୍ବର: ରାଜ୍ୟ ପରିବାର ନିୟୋଜନ ବା ଫ୍ୟାମିଲି ପ୍ଲାନିଂ ବାସ୍କେଟ ଅଫ ଚଏସ୍‌ରେ ଯୋଡ଼ିହେଲା ସବ୍‌ଡର୍ମାଲ୍‌ ଇମ୍ପ୍‌ଲାଣ୍ଟ୍‌ ବା ଇମ୍ପ୍‌ଲାନନ୍‌ । ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଇମ୍ପ୍‌ଲାନନ୍‌ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଆଜି ବିଶ୍ବ ଜନସଂଖ୍ୟା ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।

ସେ କହିଛନ୍ତି, "ଏହି ପଦ୍ଧତିରେ ନିଡିଲ ଆକାରର ଏକ ରଡ୍‌ ମହିଳାଙ୍କ ବାମ ହାତର ଉପରି ଭାଗରେ ଚର୍ମ ତଳେ ଲଗାଯିବ । ଏଥିରୁ ଏକ ହର୍ମନ୍ କ୍ଷରିତ ହେବ, ଯାହାକି ମହିଳାଙ୍କ ଗର୍ଭ ଧାରଣକୁ ରୋକିବ । ଏହାଦ୍ବାରା କୌଣସି କଷ୍ଟ ହେବନି ବା ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ । ଇମ୍ପ୍‌ଲାନନ୍‌ ୩ ବର୍ଷ ପାଇଁ ଶରୀରରେ ରହିବ ଓ ଏହାର ବ୍ୟବହାର ସମୟରେ ଗର୍ଭ ଧାରଣ ହେବନାହିଁ । ଯେତେବେଳେ ଚାହିଁଲେ ଜଣେ ଏହାକୁ ଶରୀରରୁ କାଢ଼ି ମଧ୍ୟ ପାରିବେ । ପ୍ରାରମ୍ଭିକ ଭାବେ ଗଞ୍ଜାମ ଓ କଟକ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଆଧାରରେ ଇମ୍ପ୍‌ଲାନନ୍‌ର ସଫଳ ପରୀକ୍ଷଣ ହୋଇଛି । ଆସନ୍ତା ୧୩ ତାରିଖରେ ଏହା ଜାତୀୟସ୍ତରରେ ଶୁଭାରମ୍ଭ ହେବ । ଏହାପରେ କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ଏହି ପଦ୍ଧତି ସାରା ରାଜ୍ୟକୁ ସମ୍ପ୍ରସାରଣ କରାଯିବ ।" ସେହିଭଳି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, "ଓଡ଼ିଶାର ଟୋଟାଲ ଫର୍ଟିଲିଟି ରେଟ୍ ବା TFR ୧.୮ ରହିଛି । ଯାହାକି ଜାତୀୟ ହାର ୨.୦ ତୁଳନାରେ କମ ରହିଛି । ଏହା ଦର୍ଶାଉଛି ଯେ ରାଜ୍ୟରେ ଜନସଂଖ୍ୟାରେ ସ୍ଥିରତା ଆସିଛି ।"

ତେବେ ଗର୍ଭନିରୋଧର ପାରମ୍ପରିକ ପ୍ରଣାଳୀ ପ୍ରତିବଦଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାସ୍କେଟ ଅଫ୍ ଚଏସେସ୍‌ରେ ଆଉ ମଧ୍ୟ ଏକ ଗର୍ଭନିରୋଧକ ପ୍ରକ୍ରିୟା ଆରମ୍ଭ ହୋଇଛି । ତାହା ହେଉଛି 'ସବ୍‌କ୍ୟୁଟାନିୟମ ଇଞ୍ଜେକ୍ସନ ଏମ୍‌ପିଏ (ଅନ୍ତରା)' । ଏହି ପ୍ରକ୍ରିୟା ପରୀକ୍ଷଣ ବାଲେଶ୍ବର ଏବଂ ଗଜପତି ଜିଲ୍ଲାରେ ଆରମ୍ଭ କରାଯିବ । ସମୁଦାୟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ, ଯାହା ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତା ଏବଂ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ, ଦେଶର ଜନସଂଖ୍ୟାରେ ସ୍ଥିରତା ଆଣିବାରେ ସୂଚାଇଥାଏ । ଓଡ଼ିଶାରେ ଏହି ସମୁଦାୟ ପ୍ରଜନନ ହାର ୧.୮ରେ ପହଞ୍ଚିପାରିଛି । ଯାହା ଜାତୀୟ ହାର ୨.୦ ଠାରୁ କମ୍ ଅଟେ । ତେବେ ୨୦୨୨-୨୩ ବର୍ଷ ପାଇଁ ପରିବାର ନିୟୋଜନ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗଜପତି, ଦେବଗଡ଼, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...World Population Day 2023: ସମାନତା ଏବଂ ସମୃଦ୍ଧିର ଭବିଷ୍ୟତ ଦିଗରେ କାର୍ଯ୍ୟ ଲକ୍ଷ୍ୟ

ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଆସୁଛି । ଚଳିତ ବର୍ଷର ବାର୍ତ୍ତା ରହିଛି 'ସ୍ବତନ୍ତ୍ରତାର ଅମୃତ ମହୋତ୍ସବରେ ନେବା ଏହି ସଙ୍କଳ୍ପ, ପରିବାର ନିୟୋଜନକୁ ବନାଇବା ଖୁସିର ବିକଳ୍ପ' । ଏହି ବିଶ୍ବ ଜନସଂଖ୍ୟା ଦିବସ ଅଭିଯାନ ୨୭ ଜୁନରୁ ୨୪ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପାଳିତ ହେଉଛି । ଜୁନ ୨୭ ତାରିଖରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସଚେତନତା ପକ୍ଷ (ମୋବିଲାଇଜେସନ ଫୋର୍ଟନାଇଟ) ଭାବେ ଏବଂ ଜୁଲାଇ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ 'ଜନସଂଖ୍ୟା ସ୍ଥିରତା ପକ୍ଷ' ପାଳନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.