ETV Bharat / state

ସୁବର୍ଣ୍ଣପୁର ଦୁର୍ଘଟଣାରେ ଛାତ୍ର ମୃତ୍ୟୁ ଘଟଣା: ଶୋକ ପ୍ରକଟ କରିବା ସହ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ସୁବର୍ଣ୍ଣପୁର ଶରଧାପାଲି ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁବର୍ଣ୍ଣପୁର ଶରଧାପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାପାର ହେଉଥିବା ବେଳେ ସ୍କୁଲ ଛାତ୍ରଙ୍କୁ ପିଟିଦେଲା ସ୍କର୍ପିଓ । ମୃତ ଛାତ୍ରମାନଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର ଜିଲ୍ଲାର ଶରଧାପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

author img

By

Published : Mar 22, 2023, 8:53 PM IST

ଭୁବନେଶ୍ବର: ସୋନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲା । ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ । ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ ଠାରେ ହୋଇଥିବା ମର୍ମନ୍ତୁଦ କାର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ଛାତ୍ରଙ୍କ ନେଇ ଶୋକ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଆହତ ଛାତ୍ରମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଏହା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ଏଗାରଟା ସମୟରେ ଜିଲ୍ଲାର ଶରଧାପାଲି ଛକରେ ଛାତ୍ରମାନେ ବିଦ୍ୟାଳୟରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡିଟି ଛାତ୍ରମାନଙ୍କୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡିଟି ଛାତ୍ରମାନଙ୍କୁ ପିଟି ଦେଇ ଫେରାର ମାରୁଥିବା ବେଳେ ଗାଁ ଲୋକେ ସ୍କର୍ପିଓଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହାପରେ ସ୍ଥାନୀୟ ସୋନପୁର ପୋଲିସକୁ ଖବର ଦେଇଥିଲେ ।

ଅଧିକ ପଢନ୍ତୁ: ରାସ୍ତାପାର ବେଳେ ସ୍କୁଲ ଛାତ୍ରଙ୍କୁ ପିଟିଲା ସ୍କର୍ପିଓ, ଦୁଇ ମୃତ ଜଣେ ଗୁରୁତର

ଖବରପାଇ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଛାତ୍ରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିବା ସହିତ ସ୍କର୍ପିଓ ଗାଡି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ମୃତ ଛାତ୍ର ଓ ଗୁରୁତର ଛାତ୍ରମାନଙ୍କ ଆତ୍ମୀୟସ୍ବଜନ ଓ ପରିବାର ବର୍ଗ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ କରିଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ସେମାନେ ସୁବ୍ରତ ପେରା, ରାଜେଶ ପେରା ଓ ରାଜା ପେରା ବୋଲି ଜଣା ପଡିଛି । ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭା ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.