ETV Bharat / state

ଅଭିଯୋଗ ଶୁଣିବେ 5T ସଚିବ, ଏକାଠି ହେବେ ଖୋର୍ଦ୍ଧାର ୧୦୯ କଲେଜ ଛାତ୍ରଛାତ୍ରୀ - ୧୫ହଜାର ଛାତ୍ରଛାତ୍ରୀ କହିବେ କଲେଜ ସମସ୍ୟା

ଅଗଷ୍ଟ ୨୧ ତାରିଖରେ ଜନତା ମୈଦାନରେ ଖୋର୍ଦ୍ଧା ଜିଲ୍ଲାର ୧୦୯ କଲେଜର ଛାତ୍ର ଛାତ୍ରୀ ଏକାଠି ହେବେ । ପାଠଶାଳା ନେବେ 5T ସଚିବ ଭି କେ ପାଣ୍ଡିଆନ । ୧୫,୦୦୦ ଛାତ୍ରଛାତ୍ରୀ କହିବେ କଲେଜ ସମସ୍ୟା। ଅଧିକ ପଢନ୍ତୁ

ଜନତା ମୈଦାନରେ ଏକାଠି ହେବେ ଛାତ୍ରଛାତ୍ରୀ
Students of 109 colleges gather at Janata Maidan
author img

By

Published : Aug 20, 2023, 3:20 PM IST

ଭୁବନେଶ୍ବର: ଅଗଷ୍ଟ ୨୧ ତାରିଖରେ ଏକାଠି ହେବେ ୧୦୯ କଲେଜର ଛାତ୍ରଛାତ୍ରୀ । ଜନତା ମୈଦାନରେ ଖୋର୍ଦ୍ଧା ଜିଲ୍ଲାର ୧୦୯ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀ ଏକାଠି ହେବେ । ପାଠଶାଳା ନେବେ 5T ସଚିବ ଭି କେ ପାଣ୍ଡିଆନ । ୧୫,୦୦୦ ଛାତ୍ରଛାତ୍ରୀ କହିବେ କଲେଜ ସମସ୍ୟା । ଏନେଇ ବିଭିନ୍ନ କଲେଜ ଅଧକ୍ଷଙ୍କ ବୈଠକ ହୋଇଯାଇଛି ।

ଜନତା ମୈଦାନରେ ଏକାଠି ହେବେ ଛାତ୍ରଛାତ୍ରୀ
ଜନତା ମୈଦାନରେ ଏକାଠି ହେବେ ଛାତ୍ରଛାତ୍ରୀ

ତେବେ ଏହି କାର୍ଯ୍ୟକ୍ରମରେ କଲେଜ ସମ୍ପର୍କିତ ରହିଥିବା ସମସ୍ୟାର ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ଥିବା ସମସ୍ୟା ବିଷୟରେ ପିଲା ଅଭିଯୋଗ ରଖିବେ । ଏବେଠୁ କଲେଜ ସ୍ତରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ସବୁ କୁଳପତି ଓ ଡିଗ୍ରୀ କଲେଜ ଅଧକ୍ଷମାନଙ୍କୁ ନୂଆ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଚିଠି ଲେଖିଥିଲା । ଏବେ 5T ସଚିବ କଲେଜ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ନେଇ ଚର୍ଚ୍ଚା ବଢ଼ୁଛି ।

ଏହା ମଧ୍ୟ ପଢନ୍ତୁ-5T ସଚିବଙ୍କୁ କାଳିମାଡ଼ ନେଇ ବାକ୍‌ ଯୁଦ୍ଧ; ବିଜେପି-ବିଜେଡି ଦୋଷ ଲଦାଲଦି, କାହା କ୍ୟାମ୍ପର ଭାସ୍କର ?

ସୂଚନା ଅନୁଯାୟୀ, ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା ଓ ଆବଶ୍ୟକ ପଦକ୍ଷେପ ସହ ସ୍ପେଶାଲ୍‌ ଡ୍ରାଇଭ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଥିଲା । ତେବେ ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛି । ତେବେ ଏନେଇ ଯୁବ ଭୋଟର ସଂଖ୍ୟା ବଢ଼ାଇବାକୁ ସଚେତନତା ଜରୁରୀ । ଯୋଗ୍ୟଙ୍କୁ ଭୋଟର ଅଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ ସ୍ପେଶାଲ୍‌ ଡ୍ରାଇଭ ଲୋଡ଼ା ଥିବା ବେଳେ ଆଡ୍‌ମିଶନ ଫର୍ମ ସହ ଭୋଟର ନାମ ସଂଯୋଗ ଫର୍ମ ବି ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ହେବ ।

ଏହା ମଧ୍ୟ ପଢନ୍ତୁ- ସତ୍ୟବାଦୀରେ 5ଟି ସଚିବଙ୍କୁ କାଳିମାଡ କରିଥିବା ଭାସ୍କରଙ୍କୁ ଛାଡିଲା ପୋଲିସ

ଏନେଇ CEOଙ୍କ ଚିଠି ପରେ ସବୁ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି କରିଛନ୍ତି । ତେବେ ଆବଶ୍ୟକ ପଦକ୍ଷେପ ସହ ସ୍ପେଶାଲ ଡ୍ରାଇଭ ପାଇଁ ବିଭାଗକୁ ନିର୍ଦ୍ଦେଶ ମିଳିଛି । ସୂଚନା ଅନୁଯାୟୀ, ଚିଠିରେ ଦର୍ଶାଯାଇଛି ଯେ ଯୁବ ଭୋଟରମାନେ ଗଣତନ୍ତ୍ରର ଭବିଷ୍ୟତ । ଅନ୍ୟ ଭୋଟରଙ୍କ ତୁଳନାରେ ରାଜ୍ୟରେ ଯୁବ ଭୋଟରଙ୍କ ଭୋଟ ଦେବାର ଅଧିକାର ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ସମ୍ବେଦନଶୀଳ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.