ETV Bharat / state

ନର୍ସିଂ ଓ ପାରାମେଡିକାଲ ଷ୍ଟାଇପେଣ୍ଡ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Jan 10, 2024, 10:17 PM IST

Govt Hikes Stipend: ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

govt hikes stipend
ବଢ଼ିଲା ଷ୍ଟାଇପେଣ୍ଡ

ଭୁବନେଶ୍ବର: ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ । ନିକଟରେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ । ଭଲ ପାଠ ଓ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ ।"

govt hikes stipend
ବଢ଼ିଲା ଷ୍ଟାଇପେଣ୍ଡ

ସୂଚନା ଅନୁସାରେ, ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ନର୍ସିଂ, ଫାର୍ମାସୀ ଓ ଆନୁସଙ୍ଗିକ ମେଡିକାଲ ଛାତ୍ରଛାତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ସେମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ଛାତ୍ରଛାତ୍ରୀମାନେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି । "ଆପଣମାନେ ଭଲ ପାଠ ପଢନ୍ତୁ । ଭଲ ଟ୍ରେନିଂ ନିଅନ୍ତୁ । ଲୋକଙ୍କ ସେବା କରନ୍ତୁ । ରୋଗୀ ସେବାରେ ଜୀବନର ସାର୍ଥକତା ରହିଛି" ବୋଲି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

govt hikes stipend
ବଢ଼ିଲା ଷ୍ଟାଇପେଣ୍ଡ

ଏହା ମଧ୍ୟ ପଢନ୍ତୁ...ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଏହା ମଧ୍ୟ ପଢନ୍ତୁ...BSKY ନବୀନ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ: ଅମର
ଏହା ମଧ୍ୟ ପଢନ୍ତୁ...ପୁରୀରୁ ପ୍ରତି ଜିଲ୍ଲାକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

୫-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଛନ୍ତି ଯେ, ଜିଲ୍ଲା ଗସ୍ତ ସମୟରେ ସେ ବିଭିନ୍ନ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନକୁ ଯାଇଥିଲେ । ପିଲାମାନଙ୍କୁ ଭେଟି ଆଲୋଚନା କରିଥିଲେ । ସେଠାରେ ପିଲାମାନଙ୍କଠାରୁ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଅନୁରୋଧ ମଧ୍ୟ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ସେହି ଅନୁରୋଧକୁ ତୁରନ୍ତ ପୂରଣ କରିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ଭିକେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, "ଆପଣମାନେ ମନ ଦେଇ ଲୋକଙ୍କ ସେବା କରନ୍ତୁ ।" ମୁଖ୍ୟମନ୍ତ୍ରୀ ଗତ ୩ ତାରିଖରେ ନର୍ସିଂ, ଡି ଫାର୍ମା, ଏ.ଏନ.ଏମ, କ୍ଲିନିକାଲ ସାଇକୋଲୋଜି ଆଦି ବିଷୟରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଥିଲେ । ସେପଟେ ଷ୍ଟାଇପେଣ୍ଡ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ବେଶ ଖୁସିଥିବାବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.