ETV Bharat / state

OSCPSର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ, ଅଦରକାରୀ ପଦାର୍ଥରୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କଲେ ଛାତ୍ରଛାତ୍ରୀ - କୁନି କୁନି ପିଲାଙ୍କ ସୁନ୍ଦର କଳାକୃତି

କୁନି କୁନି ପିଲାଙ୍କ ସୁନ୍ଦର କଳାକୃତି । ଅଦରକାରୀ ପଦାର୍ଥରୁ ପ୍ରସ୍ତୁତ କଲେ ଆକର୍ଷଣୀୟ ସାମଗ୍ରୀ । ଅଧିକ ପଢନ୍ତୁ

students made home decorative items
students made home decorative items
author img

By ETV Bharat Odisha Team

Published : Nov 20, 2023, 5:05 PM IST

OSCPSର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: କୁନି କୁନି ପିଲାଙ୍କ ପ୍ରତିଭା ଅନ୍ବେଷଣ ଲାଗି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିଆରା ପ୍ରୟାସ । ଆୟୋଗ ପକ୍ଷରୁ ଏକି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଉଭୟ ଦିବ୍ୟାଙ୍ଗ ଓ ସାଧାରଣ ଛାତ୍ରଛାତ୍ରୀ । ତେବେ କୁନି କୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଦରକାରୀ ପଦାର୍ଥରୁ ନିଜର ପ୍ରତିଭା ବଳରେ ସୁନ୍ଦର ସୁନ୍ଦର କଳାକୃତିର ପ୍ରଦର୍ଶନ କରିଛନ୍ତି । ପ୍ଲାଷ୍ଟିକ ବୋତଲ ଓ କାଗଜରୁ ଘର ସାଜସଜ୍ଜା ଜିନିଷ ପ୍ରସ୍ତୁତ କରିଛନ୍ତି । ଶିଶୁଙ୍କ ପ୍ରତିଭାର ବିକାଶ ଲାଗି ଆୟୋଗ ପକ୍ଷରୁ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି ।

ଆୟୋଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ରହିଥିବା ବିଭିନ୍ନ ବସ୍ତିରୁ ପ୍ରାୟ ୨୦୦ ଦିବ୍ୟାଙ୍ଗ ଏବଂ ୨୦୦ରୁ ଅଧିକ ଅଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିଭିନ୍ନ କଳାକୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି । ରୁଚିକା ସ୍କୁଲରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ କାଗଜ ଓ ପ୍ଲାଷ୍ଟିକ ବୋତଲରେ ପ୍ରସ୍ତୁତ ବିଭିନ୍ନ କଳାକୃତି, ବିଜ୍ଞାନ ମଡେଲ ଓ ଚାରୁକଳା କାରୁକାର୍ଯ୍ୟ ଇତ୍ୟାଦି ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରୁଚିକା ସମାଜ ମଙ୍ଗଳ ସଂଗଠନ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଏହା ବି ପଢନ୍ତୁ- ଅଦରକାରୀ ବସ୍ତୁରୁ ସୁଧାକାରଙ୍କ ସୁନ୍ଦର କଳାକୃତି, ପେଶାରୁ ଅବସର ପରେ ନିଶା ପାଇଁ ବଳାଇଛନ୍ତି ମନ

ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କିଭଳି ଭାବରେ ସମାଜରେ ସମ୍ମାନର ସହିତ ବଞ୍ଚିବେ ଓ ପାଠ ପଢିବେ ସେଥିପାଇଁ ତାଙ୍କ ବିଭାଗ କାର୍ଯ୍ୟରତ ରହିଛି । ଏପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ମନ୍ଦାକିନୀ କର କହିଛନ୍ତି, " ଓଡ଼ିଶାର ପ୍ରତ୍ୟେକ ଶିଶୁର ଅଧିକାରର ସୁରକ୍ଷା ପାଇଁ ଆୟୋଗ ସମସ୍ତ ପ୍ରଚେଷ୍ଟା ଜାରି ରଖିଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅନେକ ଗୁଡ଼ିଏ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । କେବଳ ଅଦରକାରୀ ପ୍ଲାଷ୍ଟିକରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରିବା ଭଳି କାଗଜରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରିବା ସହ ଅନେକ ପ୍ରୋଜେକ୍ଟ ରହିଛି ଯାହା ଛାତ୍ରଛାତ୍ରୀ ଅତି ଚମତ୍କାର କରିଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।"

ତେବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ଛାତ୍ରୀ କହିଛନ୍ତି, "ପାଠ ପଢିବା ସହ ପ୍ଲାଷ୍ଟିକରେ କଳାକୃତି କରିବାକୁ ଭଲ ଲାଗେ । ପାଠପଢା ବାଦ ଯେତିକି ସମୟ ବାହାରୁଛି ସେହି ସମୟରେ କାଳକୃତି କରିବା ଆମେ ଆରମ୍ଭ କରିଛୁ । ସୂର୍ଯ୍ୟମୁଖୀ ଫୁଲ ସହ ବିଭିନ୍ନ ପ୍ରକାରର ଫୁଲ, ଟେବୁଲ ଲ୍ୟାମ୍ପ କଭର୍ ଆଦି ପ୍ରସ୍ତୁତ କରୁଛୁ । ତେବେ ଏହି ପ୍ଲାଷ୍ଟିକ ବୋତଲରେ ନିଜେ ନିଜେ ଆଇଡିଆ କରିବା ସହ କିଭଳି ଭାବରେ ସୁନ୍ଦର ଲାଗିବ ସେହି ଆକାରରେ ଏହାକୁ ତିଆରି କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.