ETV Bharat / state

ପଙ୍ଗୁ ପାଲଟିଛି ଶିକ୍ଷା ବିଭାଗ, ଖୋଲା ଆକାଶ ତଳେ ଶିକ୍ଷାଦାନ - school

ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା ହୋଇଛି । ସର୍ବଶିକ୍ଷା ଅଭିଯାନଠୁ ଆରମ୍ଭ କରି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପର୍ଯ୍ୟନ୍ତ। ପଡୋଶୀ ରାଜ୍ୟ ଛତିଶଗଡରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ନଗ୍ନ ଚିତ୍ର। ରାଜ୍ୟର ଅନେକ ସ୍ଥାନରେ ଶିକ୍ଷାର ଅତ୍ୟନ୍ତ ବିକଳାଙ୍ଗ ପରିସ୍ଥିତି ଦେଖିବାକୁ ମିଳିଛି । କେଉଁଠାରେ ଶ୍ରେଣୀଗୃହ ନାହିଁ ତ ଅନ୍ୟ କେଉଁଠାରେ ସ୍କୁଲ ଘରର ଛାତ ନାହିଁ। ରାଜ୍ୟର ବଳରାମପୁର ଜିଲ୍ଲାର ତାରାବତୀ ଶିକ୍ଷା କେନ୍ଦ୍ର ଅବସ୍ଥା ସ୍ପଷ୍ଟ ବୟାନ କରୁଛି ଶିକ୍ଷା ବିଭାଗର ଅବହେଳା।

ଫଟୋ ସୌଜନ୍ୟ: ଏନଏନଆଇ
author img

By

Published : Feb 13, 2019, 11:29 AM IST

ରାୟପୁର: ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା ହୋଇଛି । ସର୍ବଶିକ୍ଷା ଅଭିଯାନଠୁ ଆରମ୍ଭ କରି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପର୍ଯ୍ୟନ୍ତ ଭଳି ଅନେକ କାର୍ଯ୍ୟକ୍ରମ। ପଡୋଶୀ ରାଜ୍ୟ ଛତିଶଗଡରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ନଗ୍ନ ଚିତ୍ର। ରାଜ୍ୟର ଅନେକ ସ୍ଥାନରେ ଶିକ୍ଷାର ଅତ୍ୟନ୍ତ ବିକଳାଙ୍ଗ ପରିସ୍ଥିତି ଦେଖିବାକୁ ମିଳିଛି। କେଉଁଠାରେ ଶ୍ରେଣୀଗୃହ ନାହିଁ ତ ଅନ୍ୟ କେଉଁଠାରେ ସ୍କୁଲ ଘରର ଛାତ ନାହିଁ। ରାଜ୍ୟର ବଳରାମପୁର ଜିଲ୍ଲାର ତାରାବତୀ ଶିକ୍ଷା କେନ୍ଦ୍ର ଅବସ୍ଥା ସ୍ପଷ୍ଟ ବୟାନ କରୁଛି ଶିକ୍ଷା ବିଭାଗର ଅବହେଳା।

ସେଠାକାର ସ୍କୁଲ ଶିକ୍ଷକଙ୍କ କହିବାନୁଯାୟୀ ବର୍ଷା ଦିନରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଏ। କାରଣ ବର୍ଷା ଦିନେ ସ୍କୁଲରେ ବସିବା ପାଇଁ କୌଣସି ସ୍ଥାନ ନାହିଁ । ଉପର ଅଧିକାରୀଙ୍କୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ସ୍କୁଲର ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନଥିବା ସ୍କୁଲ ଶିକ୍ଷକ ଅଭିଯୋଗ କରିଛନ୍ତି।

ସ୍କୁଲ କହିଲେ ଖାଲି କାନ୍ଥ। ଦୁଆର ଅଛି କିନ୍ତୁ ନାହିଁ ଛାତ। ଆଉ ଝରକା କଥା ନ କହିଲେ ଭଲ। ଚଟାଣରୁ ପ୍ଲାଷ୍ଟର ମଧ୍ୟ ଉଠିଲାଣି। ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ମଧ୍ୟ ସାଂଘାତିକ । ଏପରି ଅବସ୍ଥାରେ ଖରାରେ ବସି ପାଠ ପଢି ଭବିଷ୍ୟତ ଗଢିବା ପାଇଁ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖୁଛନ୍ତି। ଛତିଶଗଡର ଏହି ଶିକ୍ଷାକେନ୍ଦ୍ରକୁ ଦେଖିଲେ ଜଣାପଡୁଛି ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା କିଭଳି କାର୍ଯ୍ୟକାରୀ ହୋଇଛି।

undefined

Intro:Body:

'ରୋଜ' ଡେ ରେ ଫୁଲ ବେପାରୀ ହତାଶ, କହିଲେ ଡିଜିଟାଲାଇଜେସନ ମୂଳ କାରଣ

ଭୁବନେଶ୍ବର: ଆରମ୍ଭ ହେଲା ପ୍ରେମର ସପ୍ତାହ । ସେଲିବ୍ରେସନ ମୁଡରେ ଯୁବପିଢି । ପ୍ରପୋଜ କରିବା ପୂର୍ବରୁ ଗୋଲାପ ଦେଇ ପରସ୍ପରର ମନ କିଣିବେ ପ୍ରେମିକ/ପ୍ରେମିକା । ଆଜି ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନ ରୋଜ୍ ଡେ । କିନ୍ତୁ ହତାଶ ହୋଇଛନ୍ତି ଫୁଲ ବେପାରୀ । ଡିଜିଟାଲାଇଜେସନ ଏହାର ମୁଖ୍ୟ କାରଣ ବୋଲି କିଛି ଫୁଲ ବେପାରୀ କହିଛନ୍ତି । 

ନିଜ ମନର ମଣିଷକୁ ଗୋଲାପଟିଏ ଦେଇ ମନର ଅକୁହା ଭାଷାକୁ ପରିପ୍ରକାଶ କରିବେ ଯୁବପିଢି । ଯୁଗେ ଯୁଗେ ଗୋଲାପ ପାଲଟିଛି ପ୍ରେମର ପ୍ରତୀକ । ପ୍ରେମର ପ୍ରତୀକ ଲାଲ ଗୋଲାପ ଦେଇ ନିଜର ମନର ଭାଷାକୁ ପରିପ୍ରକାଶ କରିଥାନ୍ତି ପ୍ରେମୀଯୁଗଳ । ଆଉ ଏଥି ମଧ୍ୟରୁ ବାଦ ପଡିନି ସ୍ମାର୍ଟ ସିଟି ଭୁବନେଶ୍ବର । ସେ ଝିଅ ହେଉ କି ପୁଅ ନିଜ ନିଜ ପ୍ରେମିକା, ପ୍ରେମିକ ପାଇଁ ଗୋଲାପ ଫୁଲ କିଣିବାକୁ ଫୁଲ ଦୋକାନକୁ ଯାଇଥାନ୍ତି  ।  ହେଲେ ଏ ବର୍ଷ ଫୁଲ ବେପାରୀ କହୁଛନ୍ତି ପୂର୍ବ ବର୍ଷ ଭଳି ଆଉ ବେପାର ନାହିଁ  ।  ଯଦି ଆଗକୁ ଆସୁଥିବା 'ଭେଲେଣ୍ଟାଇନ ଡେ'ରେ କାଳେ ଭଲ ବିକ୍ରି ହୋଇପାରେ ।

ଏଠି ସୂଚନାଯୋଗ୍ୟ ଯେ ଦିନକୁ ଦିନ ସମସ୍ତେ ଡିଜିଟାଲ ମୁହାଁ ହଉଛନ୍ତି ସେଥିପାଇଁ ଆଉ ଆଗ ଭଳି ଲୋକେ ଫୁଲ କିଣୁ ନାହାନ୍ତି । ବରଂ ମୋବାଇଲ ଦ୍ବାରା ବାର୍ତ୍ତା ଦେଇ ନିଜର କାମ ଚଳାଇ ଦଉଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.