ETV Bharat / state

Mission Sun Countdown: ଲଞ୍ଚିଂ ପାଇଁ ପ୍ରସ୍ତୁତ ଆଦିତ୍ୟ L1, ଛାତ୍ରଛାତ୍ରୀ ଉତ୍ସାହିତ

author img

By ETV Bharat Odisha Team

Published : Sep 1, 2023, 9:56 PM IST

ସୂର୍ଯ୍ୟ ଅଭିଯାନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଦିନ ୧୧ଟା ୫୦ ମିନିଟରେ ଉତକ୍ଷେପଣ ହେବ ଆଦିତ୍ୟ L1 । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ISRO Sun Mission
ସୂର୍ଯ୍ୟ ମିଶନ ଆଦିତ୍ୟ L1
ସୂର୍ଯ୍ୟ ମିଶନ ଆଦିତ୍ୟ L1

ଭୁବନେଶ୍ବେର: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ଅଭିଯାନ । ବହୁ ପ୍ରତୀକ୍ଷିତ ସୂର୍ଯ୍ୟ ମିଶ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି (ଶନିବାର) ପୂର୍ବହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଆଦିତ୍ୟ L1କୁ ଉତକ୍ଷେପଣ କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଆଦିତ୍ୟ L1କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ସୂର୍ଯ୍ୟ ମିଶନ କାଉଣ୍ଟଡାଉନ ଆରମ୍ଭ, ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-୩ ଭଳି ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ L1 କିପରି ସଫଳ ହେବ ନେଇ ଛାତ୍ରଛାତ୍ରୀ ମାନେ କାମନା କରିଛନ୍ତି । ଏହି ଅଭିଯାନ ସଫଳତା ହେବା ନେଇ ଆଶା ମଧ୍ୟ ପ୍ରକାଶ କରିଛନ୍ତି । ଏନେଇ ସେମାନେ କହିଛନ୍ତି, "ଭାରତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳ ପରେ ଇସ୍ରୋ ସୌର ମିଶନ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଭାରତ ଉପରେ ସାରା ବିଶ୍ବର ନଜର ରହିଛି ।" ଏହା ଦ୍ବାରା ବିଶ୍ବ ସ୍ତରରେ ଭାରତ ଆହୁରି ଗର୍ବାନ୍ବିତ ହେବ । ଆଦିତ୍ୟ L1 ଯେଭଳି ଭାବରେ ଠିକ ଭାବରେ ପହଞ୍ଚି ସେଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ନେଇ ଛାତ୍ରଛାତ୍ରୀ ଆଶା ରଖିଛନ୍ତି । ଏଥିସହ ଆସନ୍ତାକାଲି ସୂର୍ଯ୍ୟ ମିଶନ ଉତକ୍ଷେପଣର ସିଧାପ୍ରସାରଣ ଦେଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Aditya-L1: ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ପ୍ରକାଶ ଥାଉକି, ପୃଥିବୀ ଠାରୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ L1। ଅର୍ଥାତ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ଆଦିତ୍ୟ L1 ସବିଶେଷ ତଥ୍ୟ ସଂଗ୍ରହ କରିବ । ଆଦିତ୍ୟ L1 ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିବ । ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ ରହିଥାଏ । ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ । ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.