ETV Bharat / state

ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କୁନି ଛାତ୍ରଛାତ୍ରୀ - କୁନି ଛାତ୍ରଛାତ୍ରୀ

ଲକଡାଉନରେ ଘରେ ରହି ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କୁନି ଛାତ୍ରଛାତ୍ରୀ

author img

By

Published : Jun 6, 2021, 2:09 PM IST

ଖୋର୍ଦ୍ଧା: ମହାମାରୀ କୋରୋନା ଯୋଗୁଁ ପ୍ରାୟ 1ବର୍ଷ ହେବ ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଘରେ ରହି ପିଲାମାନଙ୍କ ମାନସିକ ଅବସ୍ଥା ମଧ୍ୟ ବିଗୁଡୁଛି। କିନ୍ତୁ ଏହା ମଧ୍ୟରେ କିଛି ପିଲା ମଧ୍ୟ ନିଜ ପେନସିଲ, ତୁଳୀ, ରଙ୍ଗ, କାନଭାସ ଧରି ଚିତ୍ର ଆଙ୍କୁଛନ୍ତି। ଏଇ ଚିତ୍ର ମାଧ୍ୟମରେ ସେମାନେ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି । ଗଛ ଲଗାଇବାଠାରୁ ଆରମ୍ଭ କରି ଗଛ ନ କାଟିବା ଓ ନିର୍ମଳ ପରିବେଶ ପାଇଁ ବାର୍ତ୍ତା ଦିଆଯାଉଛି ।

ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କୁନି ଛାତ୍ରଛାତ୍ରୀ

ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀରେ ସମସ୍ତେ ଅମ୍ଳଜାନର ଅଭାବକୁ ଅନୁଭବ କରିଛନ୍ତି । ତେଣୁ ଅମ୍ଳଜାନ ପାଇଁ ବୃକ୍ଷ ରୋପଣର ଆବଶ୍ୟକ ତାକୁ ପିଲାମାନେ ଘରେ ରହି ଚିତ୍ର ମାଧ୍ୟମରେ ବାର୍ତ୍ତା ବାଣ୍ଟୁଛନ୍ତି। ପିଲାମାନଙ୍କ ଏହି ଛବି ସୋସିଆଲ ମିଡିଆରେ ମଧ୍ୟ ଚାଲିଛି। ପରିବେଶ ସଚେତନତା ପାଇଁ ପିଲାମାନଙ୍କ କାର୍ଯ୍ୟକୁ ପ୍ରଂଶସା କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.