ETV Bharat / state

ଜୀବନରେ ସଫଳତା ପାଇବାକୁ ଯୁବବର୍ଗଙ୍କୁ ସୌମ୍ୟଙ୍କ 5 ‘ମ’ ଓ ‘ନ’ ମନ୍ତ୍ର

author img

By

Published : Aug 5, 2023, 10:00 AM IST

ଭୁବନେଶ୍ୱର ଉପକଣ୍ଠରେ ଥିବା ନିସ ଇଞ୍ଜିନିୟରିଂ କଲେଜରେ ଷ୍ଟୁଡେଣ୍ଟ ଏକ୍ସ୍‌ଚେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି ଅବସରରେ ଜୀବନରେ ଆଗକୁ ବଢ଼ିବା ପାଇଁ ଯୁବବର୍ଗଙ୍କୁ ଗୁରୁମନ୍ତ୍ର ଦେଲେ ଖଣ୍ଡପଡା ବିଧାୟକ । ଅଧିକ ପଢନ୍ତୁ

Student exchange program
Student exchange program
Student exchange program

ଖୋର୍ଦ୍ଧା: ଗତକାଲି ଭୁବନେଶ୍ୱର ଉପକଣ୍ଠରେ ଥିବା ନିସ ଇଞ୍ଜିନିୟରିଂ କଲେଜରେ ଷ୍ଟୁଡେଣ୍ଟ ଏକ୍ସ୍‌ଚେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି ଅବସରରେ ଏଭିଏସ୍‌ ଜର୍ମାନୀ ୟୁନିଭରସିଟି ସହିତ ନିସର ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଯେଉଁଥିରେ ନିସ୍‌ର ଛାତ୍ରଛାତ୍ରୀମାନେ ଜର୍ମାନୀରେ ପାଠ ପଢ଼ିବାର ସୁଯୋଗ ପାଇବେ । ସେହିପରି ଅନ୍ୟପଟେ ଖଣ୍ଡପଡା ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜୀବନରେ ଆଗକୁ ବଢ଼ିବା ପାଇଁ ଯୁବବର୍ଗଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ତେବେ ଦେଶର ଗଣତନ୍ତ୍ର ବର୍ତ୍ତମାନ ବିପଦରେ ରହିଛି । ସେହିପରି ଧନୀ ଓ ଗରିବ ମଧ୍ୟରେ ପାର୍ଥକ୍ୟ ବଢି ବଢି ଚାଲିଛି । ତେଣୁ ଆମକୁ ଜୀବନରେ ସଫଳତା ପାଇବା ପାଇଁ 5ଟି ମ ଏବଂ 5ଟି ନକୁ ମାନି ଚାଲିଲେ ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ବିଧାୟକ ସୌମ୍ୟ । ମା, ମାଟି,ମାତୃଭାଷା,ମୋବାଇଲ ଓ ମଦମୁକ୍ତ ଓଡିଶା ଭଳି 5ଟି ମ ଓ ନିରୋଗ ,ନିରଂହକରି, ନିରାଡ଼ମ୍ବର,ନିଡ଼ର ଏବଂ ନିଶାମୁକ୍ତ ଭଳି 5 ନ ଯୁବବର୍ଗଙ୍କୁ ସଠିକ ରାସ୍ତା ଦେଖାଇବ ବୋଲି ନିସ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଯୁବବର୍ଗଙ୍କ ଦକ୍ଷତା ଓ ସମାଜ ପ୍ରତି ତାଙ୍କର ଆବଶ୍ୟକତା ସମ୍ପର୍କିତ ଆଲୋଚନା ଚକ୍ରରେ କହିଛନ୍ତି ।

ଯୁବ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ ଆହୁରି ମଧ୍ୟ କହିଛନ୍ତି, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆକଥା ଯୁବବନ୍ଧୁଙ୍କ ଉଦ୍ୟମରେ ହୋଇଛି । ‌ତେଣୁ ତାଙ୍କ ଭିତରେ ଜଳିଥିବା‌ ସେହି ବତୀକୁ ପୁଣି ଜଳାଇବାର ସମୟ ଆସିଛି । ସେହିଭଳି ସବୁ ସମାନ କରିବାର ଯେଉଁ କଥା ରହିଛି, ତାହା କେବେ ହୋଇ ପାରିବନାହିଁ । ବିସମତା ସବୁବେଳେ ରହିବ, ତାହା ମଧ୍ୟ ନୁହେଁ । ଭାରତୀୟ ପରମ୍ପରା ଏ ପ୍ରକାରର ସମସ୍ୟାର ସମାଧାନ ପାଇଁ ଆମକୁ ଅନେକ ମନ୍ତ୍ର ଦେଇଛି । ଯେଉଁ ପରମ୍ପରା‌ ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା‌ କରାଯାନ୍ତା, ତେବେ ଆମେ ଏହା ନିକଟରେ ପହଞ୍ଚି ପା‌ରନ୍ତେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ତେବେ ଏହି ଅବସରରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଦିଲ୍ଲିପ ଶ୍ରୀଚନ୍ଦନ, ନିସ୍‌ର ସଭାପତି ସୁବାସ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ସେହିପରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍‌, ଫେଡ୍ରିକ୍‌ ଏବର୍ଟ ଷ୍ଟିଫଙ୍ଗ୍‌ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର ପ୍ରମୁଖ ଯୋଗ ଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.