ଖୋର୍ଦ୍ଧା: ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଖୋର୍ଦ୍ଧାରେ ବିରୋଧ । ନୟାଗଡ ପରୀ ମାମଲାରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ତୀବ୍ର ବିରୋଧ କରାଯାଇଛି । ବେଗୁନିଆ ସାମ୍ବାଦିକ ସଙ୍ଘ ଏବଂ ବିଧାୟକ ଏହାର ପ୍ରତିବାଦ କରିଛନ୍ତି ।
ସୂଚନା ଅନୁଯାୟୀ ଗତ 24 ତାରିଖରେ ନୟାଗଡ଼ର ଯଦୁପୁର ଠାରେ କର୍ତ୍ତବ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏନେଇ ଆଜି(ଶନିବାର) ବେଗୁନିଆ ସାମ୍ବାଦିକ ସଙ୍ଘଙ୍କ ସମେତ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଦୃଢ଼ ନିନ୍ଦା କରିଛନ୍ତି ।
ସେହିପରି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଧାନସଭାରେ ଏକ ବିଧେୟକ ଆଗତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ସେହିପରି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ