ETV Bharat / state

ଲୋପ ପାଇଯାଉଛି ପଥର ଶିଳ୍ପ! ଶିଳ୍ପୀଙ୍କୁ ମିଳୁନି ପ୍ରୋତ୍ସାହନ - ଶିଳ୍ପୀଙ୍କୁ ମିଳୁନି ପ୍ରୋତ୍ସାହନ

ପରିଚୟ ହରାଉଛି ପଥର ଶିଳ୍ପ । ରାଜ୍ୟରେ ପଥର ଖଣି ଖନନ ଉପରେ ରୋକ ଲଗାଯିବା ପରେ ଶିଳ୍ପୀଙ୍କୁ ମିଳୁନି ପଥର । ଅଧିକ ପଢ଼ନ୍ତୁ

stone carving art in odisha
ପରିଚୟ ହରାଉଛି ପଥର ଶିଳ୍ପ
author img

By

Published : Apr 26, 2023, 8:01 PM IST

ପରିଚୟ ହରାଉଛି ପଥର ଶିଳ୍ପ

ଖୋର୍ଦ୍ଧା: ସଙ୍କଟରେ ପଥର ଶିଳ୍ପୀ । ନିହଣ ମୁନରେ ପାଷାଣକୁ ଜୀବନ୍ତ ରୂପ ଦେଉଥିବା ଶିଳ୍ପୀଙ୍କ ପାଇଁ ଏବେ ପଥରର ଅଭାବ ଏକ ବଡ଼ ସମସ୍ୟା ପାଲଟିଛି । ପଥର ଖଣି ଖନନ ଉପରେ ରୋକ୍‌ ଲାଗିଥିବାରୁ ଏବେ ହାତବାନ୍ଧି ବସିଛନ୍ତି ଶିଳ୍ପୀ । କୋରୋନା ପାଇଁ ଦୀର୍ଘ ଦୁଇ ବର୍ଷ ପଥର ଶିଳ୍ପୀଙ୍କ ବେପାର ଏକ ପ୍ରକାର ଠପ ହୋଇଯାଇଥିଲା । ହେଲେ କରୋନା ପରେ ସବୁ କିଛି ସ୍ୱାଭାବିକ ହେଉଥିବା ବେଳେ ପଥର ଶିଳ୍ପୀଙ୍କ ଭାଗ୍ୟ କିନ୍ତୁ ସେହି ପଥର ତଳେ ରହିଯାଇଛି ।

ବର୍ତ୍ତମାନ ରାଜ୍ୟରେ ବଉଳମାଳ, ଖଡ଼ି ପଥର ଏବଂ ମୂର୍ତ୍ତି ପ୍ରସ୍ତୁତରେ ବ୍ୟବହୃତ ପଥରର ଘୋର ଅଭାବ ଶିଳ୍ପୀର ନିହଣକୁ ସ୍ଥାଣୁ କରିଦେଇଛି । ଫଳରେ କାରିଗରମାନେ ହାତ ବାନ୍ଧି ବସିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥର ଶିଳ୍ପୀମାନେ ଏହି କାମ କରି ନିଜ ପରିବାର ପୋଷଣ କରୁଥିବା ବେଳେ ଏବେ ପଥର ଅଭାବ ସେମାନଙ୍କୁ ଚିନ୍ତାରେ ପକାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଚଣ୍ଡିଆପଲା ଗ୍ରାମର ଶିଳ୍ପୀ ବିଚିତ୍ରନନ୍ଦ ପ୍ରଧାନ ଦୀର୍ଘ 30 ବର୍ଷ ଧରି ଏହି ପଥର ଦେହରୁ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରି ପରିବାର ପୋଷିବା ସହ ଅନେକ ନୂଆ କାରିଗରଙ୍କୁ ଗଢିଛନ୍ତି । ହେଲେ ପଥରର ଅଭାବ ଏବେ ତାଙ୍କ କୁଳ ବେଉସାକୁ ବୁଡ଼ାଇ ଦେବାରେ ବସିଲାଣି । ଏେନଇ ସେ କହିଛନ୍ତି, " ଶିଳ୍ପୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ବାସ୍ତବରେ ଶିଳ୍ପୀଙ୍କ ନିକଟରେ ସେଗୁଡିକ ଅପହଞ୍ଚ ହୋଇ ରହିଛି । ଫଳରେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ନୂଆ ପିଢ଼ି ମୁଁହ ବୁଲାଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଆନ୍ଧ୍ରରୁ ଶ୍ରୀମନ୍ଦିର ଆସିଥିଲେ ଶ୍ରଦ୍ଧାଳୁ, ଜଗା ଦର୍ଶନ ପରେ ଉଡ଼ିଗଲା ପ୍ରାଣବାୟୁ

ସାମ୍ପ୍ରତିକ ପରିସ୍ଥିତିରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପଥର ମହଜୁଦ ରହିଛି । କିନ୍ତୁ ତାହା ଶିଳ୍ପୀଙ୍କ ପାଖରେ ପହଞ୍ଚି ପାରୁନି । ଏଥିପାଇଁ କେତେକ କାରିଗର ନିଜ ବୃତ୍ତି ଛାଡ଼ି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ତ ଆଉ କିଏ ନିଜ ବୃତ୍ତିକୁ ପରିବର୍ତ୍ତନ କଲାଣି । ତେଣୁ ସରକାର ପଥର ଶିଳ୍ପୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ନଚେତ ଓଡ଼ିଶାର ପରିଚୟ ବହନ କରୁଥିବା ଏହି ପଥର ଶିଳ୍ପ, ଆଗକୁ ବୁଡ଼ିଯିବ ନିଶ୍ଚୟ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.