ଖୋର୍ଦ୍ଧା: ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଫାଣ୍ଡି ଅଞ୍ଚଳର କେପିଏଏନ ଡିଗ୍ରୀ କଲେଜରୁ ଏକ ପାଣିପମ୍ପ ମଟର ଏବଂ କନ୍ତାଇଲୋ ଅଙ୍ଗନବାଡି କେନ୍ଦ୍ରରୁ ଦୁଇଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ପରେ ଏହି ଚୋରି ସାମଗ୍ରୀକୁ ପୋଲିସ ଠାବ କରିଛି ।
ଉକ୍ତ ଚୋରି ସାମଗ୍ରୀକୁ କିଣିଥିବା ବ୍ୟକ୍ତି ଏବଂ ବିକ୍ରି କରିଥିବା ମୋଟ ୬ ବ୍ୟକ୍ତିଙ୍କୁ ବୋଲଗଡ ପୋଲିସ ଗିରଫ କରି ଖୋର୍ଦ୍ଧା କୋର୍ଟକୁ ଚାଲାଣ କରିଛି । ଏ ସଂକ୍ରାନ୍ତରେ ବୋଲଗଡ ଥାନାରେ ଭିନ୍ନ ଭିନ୍ନ ଭାବେ କେସ ନଂ ୧୬୬/୨୦ ଏବଂ ୧୬୭/୨୦ ମାମଲା ରୁଜୁ ହୋଇଛି ।
ତେବେ ବୋଲଗଡ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଚୋରି ହେଉଥିବା ଅଭିଯୋଗ ହେଉଛି । ଏପରିକି ବୋଲଗଡ ଗ୍ରାମରେ ବିଶେଷ ଭାବେ ଚୋରୀ ବଢୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଏଥି ପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବା ପାଇଁ ବୋଲଗଡ ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଦାବି କରୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ