ETV Bharat / state

OTP Scam: ମିଳିଲା ଟେରର ଲିଙ୍କ୍, ଓଡ଼ିଶାରୁ ଧରାପଡ଼ିଲା କୁଖ୍ୟାତ ଦେଶଦ୍ରୋହୀ

author img

By

Published : Jun 11, 2023, 7:45 PM IST

Updated : Jun 11, 2023, 8:40 PM IST

ଓଡ଼ିଶାରୁ ପାକିସ୍ତାନକୁ ସିମକାର୍ଡ ଓଟିପି ସେୟାର ସ୍କାମ ଘଟଣା । ଯାଜପୁରରୁ ଆଉ ଜଣେ ଓଟିପି ସେୟାରିଂ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟକୁ ଗିରଫ କଲା STF ଟିମ। ଅଧିକ ପଢନ୍ତୁ

OTP sharing scam
OTP sharing scam
OTP Scam: ମିଳିଲା ଟେରର ଲିଙ୍କ୍, ଓଡ଼ିଶାରୁ ଧରାପଡ଼ିଲା କୁଖ୍ୟାତ ଦେଶଦ୍ରୋହୀ

ଭୁବନେଶ୍ବର: ଓଡ଼ିଶାରୁ ପାକିସ୍ତାନକୁ ସିମକାର୍ଡ ଓଟିପି ସେୟାର ଘଟଣା । ମିଳିଲା କର୍ଣ୍ଣାଟକ ବିସ୍ଫୋରଣ ସହ ଓଡ଼ିଶା ଲିଙ୍କ୍ । କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିବା ଅଟୋରେ ଆତ୍ମଘାତି ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ପଠାଯାଇଥିବା ସିମକାର୍ଡର ଲିଙ୍କ୍‌ ଓଡ଼ିଶାରୁ ମିଳିଛି । ଓଡ଼ିଶା କ୍ରାଇମବ୍ରାଞ୍ଚ ହାତରେ ଓଟିପି ସେୟାରିଂ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଏମାନେ ଭାରତୀୟ ନମ୍ବରରୁ ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସିଧାସଳଖ ପାକିସ୍ତାନୀ ଏଜେଣ୍ଟଙ୍କୁ ଭେଟିବା ସହ ସେମାନଙ୍କଠୁ ଦେଶଦ୍ରୋହୀ କାର୍ଯ୍ୟ ଲାଗି ଟଙ୍କା ମଧ୍ୟ ନେଉଥିଲା । ଗୋଟିଏ ପରିଚୟରେ ଏକାଧିକ ନମ୍ବର ଆକ୍ଟିଭେଟ ହେଉଥିବା ପୁଳା ପୁଳା ବେନାମୀ ସିମକାର୍ଡର ନମ୍ବରକୁ ଓଟିପି ଯୋଗେ ପାକିସ୍ତାନ ଏଜେଣ୍ଟକୁ ପଠାଇ ପ୍ରତି ନମ୍ବର‌ର ପିଛା ପାଉଥିଲେ କମିଶନ । ଏଭଳି ଉପାୟରେ ଦେଶଦ୍ରୋହ କାର୍ଯ୍ୟକଳାପରେ ISI ଏଜେଣ୍ଟଙ୍କୁ ସହାୟତା କରୁଥିବା ଓଟିପି ସେୟାରିଂ ଗ୍ୟାଙ୍ଗରେ ଗିରଫ ହୋଇଥିବା ଯାଜପୁରର ପ୍ରୀତମ କରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର‌ ପାଣିଗ୍ରାହୀ ।

ଗିରଫ ବେଳେ ଏସଟିଏଫ ଜାଣିବାକୁ ପାଇଛି ପ୍ରତି ନମ୍ବର ପିଛା ୧ହଜାର ଟଙ୍କାରୁ ଆରମ୍ଭ କରି ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ବା ଡିଜିଟାଲ ୟୁପିଆଇ ଖୋଲିବା ନେଇ ୩୦ହଜର ଟଙ୍କା କମିଶନ ପାଇଛନ୍ତି ଏହି ଅଭିଯୁକ୍ତ । ମୋବାଇଲ ନମ୍ବର ଯୋଗାଇବା ସହ ଆକାଉଣ୍ଟ ଖୋଲି ଟେରର ଫଣ୍ଡିଂ ପଠାଇବା ପାଇଁ ଆକାଉଣ୍ଟ ମଧ୍ୟ ଖୋଲି ପଠାଉଥିଲେ । ବେନାମୀ ସିମ୍‌କାର୍ଡ ଆକ୍ଟିଭେସନ ସହ ବେନାମୀ ଆକାଉଣ୍ଟ ଖୋଲି ଟେରର ଫଣ୍ଡିଂ ଟ୍ରାଞ୍ଜାକ୍ସନ ପାଇଁ ସହଯୋଗ କରୁଥିଲେ । ଯାହା ଜରିଆରେ ଭାରତରେ ପାକିସ୍ତାନୀ ଏଜେଣ୍ଟ ନିଜର ନେଟୱର୍କ ତିଆରି କରିବା ସହ ବିଭିନ୍ନ ଆତ୍ମଘାତି କାର୍ଯ୍ୟକଳାପ ପାଇଁ ନିଜର ସ୍ଲିପର ସେଲ୍‌ ତିଆରି କରି ସେମାନଙ୍କୁ ଏହି ସବୁ ପ୍ରି-ଆକ୍ଟିଭ ସିମକାର୍ଡ ଜରିଆରେ କଣ୍ଟାକ୍ଟ ସହ ଟେରର ଫଣ୍ଡିଂ ପଠାଉଥିଲେ ।

ଏହା ବି ପଢନ୍ତୁ- ହାଇଦ୍ରାବାଦ ଯାଇଥିଲା ISI ଲିଙ୍କ ITI ଶିକ୍ଷକ, ହିଜବ-ଉତ-ତାହିର ସହ ଥିଲା କି କନେକ୍ସନ ?

ଅଭିଯୁକ୍ତ ପ୍ରୀତମ କରର ଲିଙ୍କ୍‌ ପାଇବା ପରେ ସେ ତିଆରି କରିଥିବା ଓଟିପି ସେୟାରିଂ ହ୍ବାଟସପ ଗ୍ରୁପ୍ ସହ ବିଭିନ୍ନ ବ୍ୟାଙ୍କର କନେକ୍ସନ୍ ମଧ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ତେବେ ଏହା ପଛର‌ ମୁଖ୍ୟ କାର୍ପେଟଦାର‌ ଅର୍ଥାତ ପାକିସ୍ତାନୀ ଏଜେଣ୍ଟ୍‌ ସହ ଲିଙ୍କ୍‌ରେ ଥିବା ଦେଶଦ୍ରୋହୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ତେବେ ଗତ ୧୪ ମେ'ରେ ନୟାଗଡ଼ରୁ ଏକ 3 ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌ । ପାକିସ୍ତାନ ଏଜେଣ୍ଟଙ୍କୁ ଆକ୍ଟିଭେଟ ସିମକାର୍ଡର ଓଟିପି ସେୟାର କରି ସେମାନଙ୍କୁ ସେହି ସବୁ ନମ୍ବର ବ୍ୟବହାର‌ ପାଇ ସୁଯୋଗ ଦେବା ନେଇ ଧରପଗଡ ଆରମ୍ଭ କରିଥିଲା ଏସ୍‌ଟିଏଫ୍‌ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ କିଛି ଟେଲିକମ୍‌ ଅପରେଟର ଓ ସର୍ଭିସ ପ୍ରୋଭାଇଡରଙ୍କ ସହ ଆଲୋଚନା କରିଥିଲେ ।

ଆକ୍ଟିଭେସନ ପ୍ରୋସେସରେ ପରିବର୍ତ୍ତନ ଆଣିବା ସହ ଏନେଇ ବେନାମି ସିମକାର୍ଡ ଆକ୍ଟିଭେଟ୍‌ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କଡ଼ା ତାଗିଦ କରିଥିଲେ । ତେବେ ଏନେଇ ଗିରଫ 3 ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଏସଟିଏଫ ଟିମ୍ । ସେମାନଙ୍କଠାରୁ ଜବତ ହୋଇଥିବା ସିମକାର୍ଡ ସହ ସପ୍ଲାଏ କରିଥିବା ସିମକାର୍ଡ ଓଟିପିରୁ କେତେ ସିମକାର୍ଡ ଆକ୍ଟିଭେଟ କରିଥିଲେ ସେସବୁର‌ ତଥ୍ୟ‌ ଖୋଜୁଥିଲା । ପରେ ଏନେଇ ବିଭିନ୍ନ ଦିଗକୁ ନେଇ ସୂଚନା ଆସିବା ପରେ ଶେଷରେ ଗିରଫ ଅଭିଯୁକ୍ତ ତଥା ଟେଲିକମ ସର୍ଭିସ‌ ପ୍ରୋଭାଇଡରରେ କାମ କରୁଥିବା ଗିରଫ ଅଭିଯୁକ୍ତର ସୁରାକ ପାଇଥିଲା । ପରେ ଅଭିଯୁକ୍ତ ବିରୋଧରେ ଆକ୍ସନ ନେଇଛି ଏସଟିଏଫ ।

ଆଇଏସଆଇ ଏଜେଣ୍ଟଙ୍କୁ ପଠାଯାଉଥିବା ସିମକାର୍ଡ ଓଟିପି ପଛରେ ଥିଲା ଟେଲିକମ ଅପରେଟର ହାତ । ଯିଏକି ପୁର୍ବରୁ ଗିରଫ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କା ସହ 2 ଜଣଙ୍କ ଜରିଆରେ ପଠାଯାଉଥିଲା ଏକାଧିକ ସିମାକାର୍ଡର ଓଟିପି‌ । ଏନେଇ ପୂର୍ବରୁ ମଧ୍ୟ 3 ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ ବେଳେ ଜଣେ ପୂର୍ବତନ ମୋବାଇଲ ଅପରେଟର କମ୍ପାନୀର ସେଲ୍‌ସ୍‌ ଏକ୍ସିକ୍ୟୁଟିଭ ଲିଙ୍କ୍‌ ସାମ୍ନାକୁ ଆସିଥିଲା । ପରେ ସାମ୍ନାକୁ ଆସିଥିଲା ଆଇଏସଆଇ ସହିତ ଓଡ଼ିଶା ସିମକାର୍ଡ ଲିଙ୍କ୍। ଦେଶଦ୍ରୋହୀ କାର୍ଯ୍ୟରେ ହାଇଦ୍ରାବାଦ, ଗୁଜୁରାଟ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ତନାଘନା କରୁଛି ଏସ୍‌ଟିଏଫ୍‌ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2023, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.