ETV Bharat / state

STF କବଜାରେ ବ୍ରାଉନସୁଗର ବେପାରୀ

author img

By

Published : Dec 4, 2022, 8:55 PM IST

STF କବଜାରେ ବ୍ରାଉନସୁଗର ବେପାରୀ । ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରିଛି STF l ଅଧିକ ପଢନ୍ତୁ

STF କବଜାରେ ବ୍ରାଉନସୁଗର ବେପାରୀ
STF କବଜାରେ ବ୍ରାଉନସୁଗର ବେପାରୀ

ଭୁବନେଶ୍ବର : STF କବଜାରେ ବ୍ରାଉନସୁଗର ବେପାରୀ । ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ବ୍ରାଉନସୁଗାର ଜବତ କରାଯିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୧ କୋଟି ୩୩ଲକ୍ଷ ଟଙ୍କା ହୋଇଥିବା ଜଣା ପଡିଛି ।

STF କବଜାରେ ବ୍ରାଉନସୁଗର ବେପାରୀ

ବିଶିଷ୍ଟ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ପୋଲିସ ସହାୟତାରେ ଅଂଶୁପା ହ୍ରଦ ନିକଟରେ ବ୍ରାଉନ ସୁଗାର ଡିଲ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତଙ୍କଠାରୁ ବ୍ରାଉନସୁଗାର ଜବତ କରାଯିବା ସହିତ ମୋବାଇଲ ଫୋନ ଏବଂ ହୁଣ୍ଡାଇ ସାଣ୍ଟ୍ରୋ କାରକୁ ସିଜ୍ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ କୋଶଳାର ଜୁମେଶ ସାହୁ ଓ କଟକ ଆଠଗଡ଼ର ହେମନ୍ତ । ଏହି ଗିରଫ ଅଭିଯୁକ୍ତ ପୂର୍ବରୁ ଡକାୟତି ମାମଲାରେ ଲିପ୍ତ ଥିବା କହିଛନ୍ତି STF SP କେକେ ପାଣିଗ୍ରାହୀ ।

ଏବାବଦରେ STF SP କେକେ ପାଣିଗ୍ରାହୀ କହିଛନ୍ତି, " ବିଶିଷ୍ଟ ସୂତ୍ରରୁ ଖବର ପାଇ ଗୋଟିଏ କାରରେ ଚଢାଉ କରାଯାଇଥିଲା । କାରରୁ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଜୁମେଶ ସାହୁ କୁମାର ସାହୁ । ଅନ୍ୟ ଜଣେ ଅଭିଯୁକ୍ତ ହେଲା କଟକ ଜିଲ୍ଲା ଆଠଗଡରୁ ହେମନ୍ତ । ତାଙ୍କ ନିକଟରୁ ୧ କେଜି ୩୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ମୋବାଇଲ ଫୋନ୍ ସେମାନଙ୍କଠାରୁ ଜବତ କରାଯିବା ସହିତ କାରକୁ ମଧ୍ୟ ସିଜ୍ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଡକାୟତି କେସ୍ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.