ETV Bharat / state

ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ କରିବ ରାଜ୍ୟ ବିଜେପି

23 ବର୍ଷର ବିଜେଡି ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ପ୍ରମାଣ ନଷ୍ଟରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର। ବିଜେଡ଼ି ଓଡିଶା ବାସୀଙ୍କ ପାଇଁ କାଳ ସାଜିଛି ବୋଲି ପ୍ରେସମିଟ୍ କରି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତ

author img

By

Published : Dec 24, 2022, 9:19 PM IST

ମହାପୁରୁଷଙ୍କ  ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ  କରିବ  ରାଜ୍ଯ ବିଜେପି
ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ କରିବ ରାଜ୍ଯ ବିଜେପିମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ କରିବ ରାଜ୍ଯ ବିଜେପି
ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ସତ୍ୟାଗ୍ରହ କରିବ ରାଜ୍ଯ ବିଜେପି

ଭୁବନେଶ୍ବର: ଆସନ୍ତା 26 ତାରିଖରେ ରାଜ୍ୟର ସବୁ ମଣ୍ଡଳରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ତଳେ 4 ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- krishna Janam Bhoomi-Shahi Idgah Dispute: ମସଜିଦର ସର୍ଭେ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ବିଜେପି ସଭାପତି କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବିରୁଦ୍ଧରେ ପ୍ରତିବାଦ କରିବ ବିଜେପି। ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ପ୍ରତିବାଦ କରିବ ବିଜେପି । 23 ବର୍ଷର ବିଜେଡି ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ପ୍ରମାଣ ନଷ୍ଟରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର। ବିଜେଡ଼ି ଓଡିଶା ବାସୀଙ୍କ ପାଇଁ କାଳ ସାଜିଛି। ଶାନ୍ତି ପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ଅପରପକ୍ଷେ ବିଜେଡ଼ି ଶାସନର 23 ବର୍ଷର ଉପଲବଧି ଭିତରେ ତାଙ୍କ ନେତା ଓ ମନ୍ତ୍ରୀ ମାନେ ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସାରେ ଲିପ୍ତ ଅଛନ୍ତି। ସେମାନଙ୍କୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି।

ଏହାବି ପଢନ୍ତୁ-ପିଲାଙ୍କ ଭବିଷ୍ୟତ ସହ ଖେଳ: ନାହିଁ ଶ୍ରେଣୀଗୃହ, ଗଛମୂଳେ ଚାଲିଛି ପାଠ ପଢା

ସେହିପରି ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି । କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା, ସେଥିପାଇଁ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୋଲିସ ମାଧ୍ୟମରେ ହତ୍ୟା କରାଗଲା । ମାହାଙ୍ଗା ଡବଲ ମର୍ଡରରେ ତେର ନମ୍ବର ମୁଦାଲା ପ୍ରତାପ ଜେନାଙ୍କ ନାମ ଥିଲା ହେଲେ ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା ।

ଅନ୍ୟପଟେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାମ ଉଲ୍ଲେଖ କରିଥିଲେ । ସେ କେସକୁ ବି ଚାପି ଦିଆଗଲା। ନୟାଗଡ଼ର ପରୀକୁ ହତ୍ୟା କରାଗଲା । ତା ମାଆ ବାପା ଆତ୍ମାହୁତି ଉଦ୍ୟମ କରିଥିଲେ ବିଧାନସଭା ଆଗରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା ହେଲେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ଜେରା କରାଗଲା ନାହିଁ । ତେଣୁ ରାଜ୍ଯରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଆଖିଆଗରେ ରଖି ଆସନ୍ତା 26 ତାରିଖରେ ସବୁ ମଣ୍ଡଳରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ତଳେ 4 ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.