ETV Bharat / state

ବଜେଟକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରଶଂସା, ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ସଚିବ - ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ସଚିବ

ରାଜ୍ୟ ଅନୁସୂଚିତ ଜାତି ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ବିଭାଗର ସାମ୍ବାଦିକ ସମ୍ମିଳନୀ । ଚଳିତ ବର୍ଷ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଧାନସଭାରେ ଆଗତ ହୋଇଥିବା ବଜେଟର ବିବରଣୀ ରଖିଲେ ବିଭାଗୀୟ ସଚିବ ରୂପା ରୋଶନ ସାହୁ । ଅଧିକ ପଢ଼ନ୍ତୁ

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସାମ୍ବାଦିକ ସମ୍ମିଳନୀ

author img

By

Published : Mar 10, 2023, 4:41 PM IST

Updated : Mar 10, 2023, 6:24 PM IST

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟ ଅନୁସୂଚିତ ଜାତି ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ବିଭାଗର ବଜେଟ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଧାନସଭାରେ ଆଗତ ହୋଇଥିବା ବଜେଟର ବିବରଣୀ ରଖିଲା ବିଭାଗ ।

ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯେଉଁଥିରେ ଶିକ୍ଷା ଓ ଗମନାଗମନ ସହ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିର ଅଭିବୃଦ୍ଧି ସମ୍ପର୍କରେ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ୧୦୦ ଶଯ୍ୟା ବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ ନିର୍ମାଣ କରାଯାଉଥିବା ନେଇ ଆର୍ଥିକ ବ୍ୟୟ ବରାଦ କରାଯାଇଛି । ସେଥି ମଧ୍ୟରୁ ୬୬ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩୪ଟି ନିର୍ମାଣଧୀନ ରହିଛି । ଉତ୍ସର୍ଗୀକୃତ ୪୨୨ ଉଚ୍ଚ ବିଦ୍ୟାଳୟକୁ Smart Learning Centreରେ ଉନ୍ନୀତ କରାଯାଇ ଡିସେମ୍ବର ୨୩ ସୁଦ୍ଧା ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ରୂପା ରୋଶନ ସାହୁ ।

ତେବେ ରାଜ୍ୟରେ ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବିଭାଗୀୟ ସଚିବ । ରାଜ୍ୟର ଓବିସି ଗଣନା କାର୍ଯ୍ୟ ଓବିସି କମିଶନରଙ୍କର ବୋଲି ସଚିବ ଉତ୍ତର ରଖିଛନ୍ତି । ଓବିସି ଗଣନା ଓ ସେ ସମ୍ପର୍କିତ କୌଣସି କାର୍ଯ୍ୟ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ହେଉଛି ବୋଲି ସଚିବ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ଓବିସି ଗଣନା ସରିନାହିଁ, ତେବେ କେଉଁ ଆଧାରରେ ହଷ୍ଟେଲର ସିଟ୍‌ ଆବଣ୍ଟନ କରାଯାଉଛି ।

ନିକଟରେ ଜାତୀୟ ଜନଜାତି ଆୟୋଗ ହର୍ଷ ଚୌହାନ ରାଜ୍ୟ ସରକାରଙ୍କୁ ଏକ ତଥ୍ୟ ମାଗିଥିଲେ ଯେ, ରାଜ୍ୟରେ କାହିଁକି ଜନଜାତିଙ୍କ ପାଇଁ ଅଲଗା ବିଭାଗ ହୋଇନାହିଁ ? ସେ ଉତ୍ତରରେ ସଚିବ କହିଛନ୍ତି, "ଯାହା ତଥ୍ୟ ମାଗିଥିଲେ ତାହା ଦିଆଯାଇଛି । ଆଉ ବାକି ତଥ୍ୟ ସଂଗ୍ରହ ଚାଲିଛି । ଖୁବଶୀଘ୍ର ପଠାଯିବ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ୮୧୧ କୋଟି ଟଙ୍କା ବ୍ୟୟ ଅଟକଳ ମାଧ୍ୟମରେ ୨୩ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ପାଇଁ ରଖିଛନ୍ତି । ଯେଉଁଥିରେ ୬୦ ଭାଗ ଛାତ୍ରୀ ରହିଛନ୍ତି । Anwesha କାର୍ଯ୍ୟକ୍ରମ ଅଧୀନରେ ୧୬୬ Anwesha ବିଦ୍ୟାଳୟ ଏବଂ ୮୦ ହଷ୍ଟେଲ ମାଧ୍ୟମରେ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରମାନଙ୍କ ପାଇଁ ଟ୍ୟୁଉସନ ଫି ପ୍ରଦାନ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 10, 2023, 6:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.