ETV Bharat / state

ଆବାସ ପାଇଁ ରାଜ୍ୟ କେଉଁଠୁ ଆଣିବ ଅର୍ଥ ପ୍ରଶ୍ନ କଲେ ସମୀର ମହାନ୍ତି

author img

By

Published : Jan 27, 2023, 7:22 AM IST

ଆବାସ ଯଜୋନା ପାଇଁ ରାଜ୍ୟ କେଉଁଠୁ ଆଣିବ ଅର୍ଥ ବୋଲି ପ୍ରଶ୍ନ କରିଛନ୍ତି ସମୀର ? ନିଜ ଯୋଜନାରେ ଘର କରିବାକୁ କେହି ମନା କରି ନାହାଁନ୍ତି । ତେବେ କେନ୍ଦ୍ର ନଦେଲେ ରାଜ୍ୟ ଦେବ ବିଜେଡି ଏଭଳି କହିବା ଏହା ସମ୍ପୂର୍ଣ୍ଣ ରୂପେ ରାଜନୀତି ବୋଲି ସମୀର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଆବାସ ପାଇଁ ରାଜ୍ୟ କେଉଁଠୁ ଆଣିବ ଅର୍ଥ: ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ବର: ରାଜ୍ୟରେ ଥମୁନି ଆବାସ ପଲିଟିକ୍ସ । ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନକୁ ନେଇ ବିଜେପି ଓ ବିଜେଡି ମଧ୍ଯରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢି ଚାଲିଛି । ବିଜେପି ହୀନ ରାଜନୀତି କରୁଛି ବୋଲି ଗତକାଲି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା । ଆଜି ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସମୀର ମହାନ୍ତି କହିଛନ୍ତି, "କେନ୍ଦ୍ର ନ ଦେଲେ ରାଜ୍ୟ ଦେବ କହିଛି ବିଜେଡି । ରାଜ୍ୟ କେଉଁଠୁ ଆଣିବ ଅର୍ଥ ବୋଲି ପ୍ରଶ୍ନ କରିଛନ୍ତି ସମୀର ? ନିଜ ଯୋଜନାରେ ଘର କରିବାକୁ କେହି ମନା କରି ନାହାଁନ୍ତି । ତେବେ କେନ୍ଦ୍ର ନ ଦେଲେ ରାଜ୍ୟ ଦେବ ବିଜେଡି ଏଭଳି କହିବା ଏହା ସମ୍ପୂର୍ଣ୍ଣ ରୂପେ ରାଜନୀତି । ସମୀର ଅଭିଯୋଗ କରିଛନ୍ତି କାଳେ ମୋଦି ନାଁ ନେଇ ଯିବେ । ସେଥିପାଇଁ ବିଜେଡି ଏଭଳି କହୁଛି । ଲୋକ ଦାୟିତ୍ୱ ଦେଇଛନ୍ତି ଲୋକଙ୍କ ସମୃଦ୍ଧି କରିବା ଏକମାତ୍ର ଦାୟିତ୍ୱ ଆମର । ଅର୍ଥର ଅଭାବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ପ୍ରଚୁର ପରିମାଣରେ ଅନୁଦାନ ଦେଉଛନ୍ତି । କିନ୍ତୁ କାହିଁକି ରାଜ୍ୟର ଆଦିବାସୀ ଭାଇଭଉଣୀ ଘର ଖଣ୍ଡେ ପାଉ ନାହାଁନ୍ତି । ରାଜ୍ୟରେ ୨୩ ବର୍ଷ ଧରି ବିଜୁ ଜନତା ଦଳର ସରକାର । କିଏ ମନା କରିଥିଲା ଗରିବ ଲୋକଙ୍କ ଚାଳ ଘର ଅଟକାଇ ପକ୍କା ଘର କରିବା ପାଇଁ । ବିଜୁ ପକ୍କା ଘର ଯୋଜନା ମଧ୍ୟ ହେଇଛି। ସେହି ଯୋଜନା ଅନୁସାରେ ରାଜ୍ୟର ଗରିବ ଲୋକଙ୍କୁ କେତେ ଘର ଦେଇଛନ୍ତି ବିଜେଡି ସରକାର । ଗରିବଙ୍କୁ ପକ୍କା ଘର ଯୋଗାଇ ଦିଗରେ ବିଜେଡିର ଆନ୍ତରିକତା ନାହିଁ । କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆବାସକୁ ଦୂର୍ନୀତିମୁକ୍ତ ସହ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ବିଜେପି ଗତକାଲି ସମସ୍ତ ବ୍ଲକରୁ ଚେତାବନୀ ପତ୍ର ଦେଇଥିଲା । ଯାହାକୁ ପାଲଟା ଆକ୍ରମଣ କରିଥିଲା ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.