ETV Bharat / state

State Cabinet Meeting: 6 ପ୍ରସ୍ତାବକୁ କ୍ୟାବିନେଟ ମୋହର

author img

By

Published : Oct 21, 2022, 8:08 PM IST

Updated : Oct 21, 2022, 9:15 PM IST

ଆଜି ବସିଥିବା ରାଜ୍ୟ କ୍ୟାବିନେଟ (State Cabinet Meeting) 6 ଟି ପ୍ରସ୍ତାବକୁ ମୋହର ମାରିଛନ୍ତି । ପ୍ରଥମ ପ୍ରସ୍ତାବ ଓଡିଶା ଭେଟନାରୀ ସର୍ଭିସ ରିକ୍ରୁମେଣ୍ଟ ଆଣ୍ଡ କଣ୍ଡିସନ ଅଫ ସର୍ଭିସର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛନ୍ତି । ଏଣିକି କେବଳ ଲିଖିତ ପରୀକ୍ଷାରେ ନିଯୁକ୍ତି ମିଳିବ । ଅଧିକ ପଢନ୍ତୁ

State Cabinet Meeting: 6 ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ 6 ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମତ୍ସ୍ୟ ଏବଂ ପଶୁ ସମ୍ପଦ, ଆଇନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ ଓ ପୂର୍ତ୍ତ ବିଭାଗର 6 ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ଚନ୍ଦ୍ର ମହାପାତ୍ର । ଉପସ୍ଥିତ ଥିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ଓଡିଶା ପ୍ରାଣୀ ଚିକିତ୍ସା ସଂଶୋଧନ ନିୟମାବଳୀ 2022କୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି କେବଳ ଲିଖିତ ପରୀକ୍ଷା ଭିତ୍ତିରେ ଅନୁଷ୍ଠିତ ହେବ । ଏହା ଦ୍ବାରା ସେମାନଙ୍କର ନିଯୁକ୍ତି ତ୍ବରାନ୍ବିତ ହୋଇପାରିବ । ଜଷ୍ଟିସ ପି. ଭେଙ୍କଟରାମା ରେଡ୍ଡୀଙ୍କ ସୁପାରିଶ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ସରକାର ପିଛିଲା ଭାବେ 2016 ଜାନୁଆରୀ 1ରୁ ରାଜ୍ୟର ଜୁଡିସିଆଲ୍ ଅଫିସର ମାନଙ୍କ ଦରମା ପରିମାଣକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ କ୍ୟାବିନେଟ ମଞ୍ଜୁର କରିଛି ।

ଓଡିଶା ପାଣିପଞ୍ଚାୟତ ଅଧିନିୟମ 2002ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି ଓଡିଶା ପ୍ରଶାସନିକ ସେବା ଗ୍ରୁପ୍ - ଏ ( କନିଷ୍ଠ ବର୍ଗ ) ଗ୍ରେଡରେ ଅତିରିକ୍ତ ପଦବୀ ସୃଷ୍ଟି ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ବର୍ତ୍ତମାନ ଓଡିଶା ପ୍ରଶାସନିକ ସେବା ଗ୍ରୁପ୍ - ଏ (କନିଷ୍ଠ ବର୍ଗ) ର କ୍ୟାଡର ସଂଖ୍ୟା ହେଉଛି 1188 । 5T ଏବଂ ମୋ ସରକାର ନୀତି ଅନୁଯାୟୀ ଜିଲ୍ଲା ତଥା ସବ-ଡିଭିଜନ ସ୍ତରରେ ରାଜସ୍ବ ପ୍ରଶାସନର କାର୍ଯ୍ୟଭାର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡିଶା ପ୍ରଶାସନିକ ସେବା ଗ୍ରୁପ - ଏ ( କନିଷ୍ଠ ବର୍ଗ ) ଗ୍ରେଡରେ ଅତିରିକ୍ତ 125 ଟି ପଦବୀ ସୃଷ୍ଟି କରାଯାଇ କ୍ୟାଡର ସଂଖ୍ୟାକୁ 1313 ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ଲାଗି ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଜମି ଅଧିଗ୍ରହଣ କରାଯାଇଥିଲା । ତେବେ କୌଣସି କାରଣରୁ ଏହି ପ୍ରକଳ୍ପ ବାତିଲ ହୋଇଯାଇଥିଲା । IDCO ଦ୍ବାରା ଅଧିକୃତ ହୋଇ ଦୁଇ ଦଶନ୍ଧି ଧରି ବ୍ୟବହୃତ ହୋଇନଥିବା 206 ଏକର 685 ଡ଼ିସିମିଲ ଜମିକୁ ବୃହତ୍ତର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ଫେରସ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜମିଗ୍ରହୀତା ମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସେମାନେ ଫେରସ୍ତ କରିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସେହିପରି ସମ୍ବଲପୁର - ରାଉରକେଲା ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ପାଇଁ ହୋଇଥିବା ଚୁକ୍ତିନାମା ଅନୁସାରେ Larsen & Toubro Ltdକୁ 100 କୋଟି 6 ଲକ୍ଷ 42 ହଜାର 466 ଟଙ୍କା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 21, 2022, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.