ETV Bharat / state

ନିର୍ବାଚନରେ ଲାଞ୍ଚ ଯଚା କାମ ବିଜେଡିର ଚିରାଚରିତ ଅଭ୍ୟାସ: ପୃଥ୍ୱୀରାଜ ହରିଚନ୍ଦନ

author img

By

Published : Oct 24, 2022, 10:08 PM IST

ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ବିଜେଡି ପାଇଁ SHG ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ଲାଞ୍ଚ ଯଚା କାମ ଏବଂ ନିର୍ବାଚନ ପ୍ରକ୍ରିୟାକୁ ହଡପ କରିବା କାମ ବିଜେଡିର ଚିରାଚରିତ ଅଭ୍ୟାସ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ନିର୍ବାଚନରେ ଲାଞ୍ଚ ଯଚା କାମ ବିଜେଡିର ଚିରାଚରିତ ଅଭ୍ୟାସ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ଚାଲିଛି ଜୋରଦାର ପ୍ରଚାର । ଆସନ୍ତା 3 ତାରିଖରେ ହେବ ଭୋଟ ଗ୍ରହଣ । ତେବେ ଧାମନଗରରେ ବିଜେଡି ପାଇଁ SHG ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ଗତକାଲି (ରବିବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପିର ଏକ ପ୍ରତିନିଧି ଦଳ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଲାଞ୍ଚ ଯଚା କାମ ଏବଂ ନିର୍ବାଚନ ପ୍ରକ୍ରିୟାକୁ ହଡପ କରିବା କାମ ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ସେ କହିଛନ୍ତି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ(BJP Leader Lekhasri Samantsinghar) ନେତୃତ୍ବରେ ଏକ ପ୍ରତିନିଧି ଦଳ ଗତକାଲି (ରବିବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଧାମନଗରରେ ବିଜେଡି ପାଇଁ SHG ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି । କୌଣସି କାର୍ଯ୍ୟାନୁଷ୍ଠନ ନହେଲେ ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗ କରି ଧାମନଗର ସମସ୍ତ ଏସଏଚଜିଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରୀଜ ପାଇଁ ଦାବି କରିଥିଲା ବିଜେପି ।

ତେବେ ବିଜେପିର ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖି ଯଦି କିଛି ଭିଡିଓ ନିର୍ଦ୍ଦିଷ୍ଟ ଭାବେ ରହିଛି ତାହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, "ନିର୍ବାଚନ କମିଶନରଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ପରସ୍ପର ପ୍ରତି ଦୋଷାରୋପ କରନ୍ତି । ବିଜେଡି ସେ ଦୌଡ଼ରେ ନାହିଁ । ଟଙ୍କା ଜଚା ଅଭିଯୋଗ ଭୁଲ ବୋଲି ସାଂସଦ କହିସାରିଛନ୍ତି । ଯଦି ନିର୍ଦ୍ଦିଷ୍ଟ ଭାବେ ଭିଡିଓ ଯଦି ଥିବ ସେ ପ୍ରମାଣ କରିବେ । ବିଜେଡି ଟଙ୍କା ପଇସା ଦେବାରେ ବିଶ୍ୱାସ କରେନାହିଁ । ଲୋକବଳ ଯାହାର ଅଛି, ସେ ଟଙ୍କା ଓ ପଇସା ଯାଚିବାକୁ କିଏ କାହିଁକି ଯିବ ।"

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "ଚିରାଚରିତ ଲାଞ୍ଚ ଯଚା କାମ ଏବଂ ନିର୍ବାଚନ ପ୍ରକ୍ରିୟାକୁ ହଡପ କରିବା କାମ ବିଜେଡ଼ି ସବୁ ନିର୍ବାଚନରେ କରେ । ଅତୀତରେ ମଧ୍ୟ ବିଭିନ୍ନ ଉପନିର୍ବାଚନରେ ବାହାରୁ ଯେଉଁ ନେତା, ମନ୍ତ୍ରୀ ଓ ବିଧାୟକ ମାନେ ଯାଆନ୍ତି । ସେମାନେ ସାଧାରଣ ଲୋକଙ୍କୁ ଧମକ ଦେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ଦେଇଦେବୁ ବୋଲି କୁହନ୍ତି । ସିଆରପି ମାନଙ୍କୁ ବାଧ୍ୟ କରି SHG ଗ୍ରୁପ ମାନଙ୍କୁ ଲାଞ୍ଚ ଯାଚିବା ବିଜେଡ଼ିର ଚିରାଚରିତ ଅଭ୍ୟାସ । ଧାମନଗର ଉପନିର୍ବାଚନରେ ବ୍ୟାପକ ଟଙ୍କା କାରବାରର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସଜାଗ କରାଯାଇଛି । ଯେତେ ବଡ଼ ନେତା ହେଉ କି ମନ୍ତ୍ରୀ ହେଉ ଟଙ୍କା ବାଣ୍ଟିବାର ଉଦ୍ୟମ କରିବେ ସେ ନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରତିହତ କରିବା ପାଇଁ ବିଜେପି ପଦକ୍ଷେପ ନେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.