ETV Bharat / state

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ: ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ - ଓଡିଶା ସରକାର

ଆୟୋଜିତ ହୋଇଛି ୧୭୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ । ପଞ୍ଚାୟତରେ ସିଏସପି ବ୍ୟାଙ୍କ ଆଉଟଲେଟ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ

author img

By ETV Bharat Odisha Team

Published : Sep 8, 2023, 8:48 AM IST

ଭୁବନେଶ୍ୱର: ଆୟୋଜିତ ହୋଇଛି ୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ କହିଛନ୍ତି ଯେ, କୃଷି ଏବଂ ଏମଏସଏମଇ କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ଉତ୍ସାହପ୍ରଦ ସଫଳତା ହାସଲ ହୋଇଛି । ଶିକ୍ଷା ଓ ହାଉସିଂ ପରି ଦୁଇ ପ୍ରମୁଖ ସାମାଜିକ କ୍ଷେତ୍ରକୁ ଅଧିକ ଋଣ ପାଇଁ ବ୍ୟାଙ୍କମାନେ ପଦକ୍ଷେପ ନିଅନ୍ତୁ । ୨୦୨୨-୨୩ ବର୍ଷରେ ବାର୍ଷିକ ଋଣ ଯୋଜନାରେ ୧.୩୪ ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୯.୦୨ ପ୍ରତିଶତ ବୃଦ୍ଧି ପାଇ ୧.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ପରି ବାର୍ଷିକ ଋଣ ଯୋଜନା ଅଧିନରେ ବ୍ୟାଙ୍କମାନେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିବା ଆବଶ୍ୟକ । ଶତକଡ଼ା ୬୫ ଭାଗ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହଯୋଗରେ ସ୍ଥାୟୀ ବ୍ୟାଙ୍କ ନଥିବା ପଞ୍ଚାୟତରେ ସିଏସପି ବ୍ୟାଙ୍କ ଆଉଟଲେଟ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅକ୍ଟୋବରରୁ ସବୁ ସବ୍‌ଡିଭିଜନରେ କୃଷିମେଳା

ଉନ୍ନୟନ କମିଶନ ଅନୁ ଗର୍ଗ, ଜୁନ ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକର ନଗଦ ଜମା ଅନୁପାତ ୮୧.୪୨ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଥିଲେ । ସ୍ଥାୟୀ ବ୍ୟାଙ୍କ ନଥିବା ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା, ମିଶନ ଶକ୍ତି ସ୍କୁଟର ଯୋଜନା, ମୋ ଘର ଯୋଜନା, ଶିକ୍ଷାଋଣ ଇତ୍ୟାଦି ସରକାରଙ୍କ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ୟାଙ୍କମାନଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ବ୍ୟାଙ୍କ ଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଚଳିତ ଆର୍ଥିକ ବର୍ଷର ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କ ଗୁଡ଼ିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ଋଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନକୁ ଅଧିକ ସହଜ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଗୌତମ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ ,ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.