ETV Bharat / state

CV Raman Global Universityରେ ଷ୍ଟାଟଅପ ଇଷ୍ଟ 2022 ଉଦଘାଟିତ

ସିଭିରମଣ ଗ୍ଲୋବାଲ ୟୁନିଭରସିଟିରେ ଷ୍ଟାଟଅପ ଇଷ୍ଟ 2022କୁ ଉଦଘାଟନ କଲେ ଟପ ଇଣ୍ଡିଆର ଅଧ୍ୟକ୍ଷ। ଅଧିକ ପଢନ୍ତୁ

CV Raman Global University ରେ ଷ୍ଟାଟଅପ ଇଷ୍ଟ 2022 ଉଦଘାଟିତ

author img

By

Published : Jun 25, 2022, 12:38 PM IST

ଖୋର୍ଦ୍ଧା: ସିଭିରମଣ ଗ୍ଲୋବାଲ ୟୁନିଭରସିଟିରେ ଉଦଘାଟିତ ହେଲା ଷ୍ଟାଟଅପ ଇଷ୍ଟ 2022 । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଷ୍ଟାଟଅପ ଇଣ୍ଡିଆର ଅଧ୍ୟକ୍ଷ କୃଷିକେଶ ମିତ୍ତଲ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏଥିସହ ୟୁନିଭରସିଟିରେ ଏହାର ସ୍ଥାୟୀ କ୍ୟାମ୍ପସ ଉଦଘାଟିତ ହୋଇଥିଲା । ଆସନ୍ତା ଦୁଇ ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ଉଦ୍ୟୋଗୀ, ଶିକ୍ଷାବିତ୍‌, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ସାମିଲ ହେବେ ।

CV Raman Global University ରେ ଷ୍ଟାଟଅପ ଇଷ୍ଟ 2022 ଉଦଘାଟିତ

ବର୍ତ୍ତମାନ ସମୟରେ ଚାକିରି କରିବା ନୁହେଁ ବଂର ଚାକିରି ଦେବାର ସମୟ ଆସିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବା ସହିତ ସେମାନେ ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିପାରିବେ ବୋଲି ଉପସ୍ଥିତ ବ୍ୟବସାୟୀ ଓ ସଫଳ ଛାତ୍ରଛାତ୍ରୀ ମତରଖିଥିଲେ । ଏହି ଅବସରରେ ସିଭିରମଣ ଗ୍ଲୋବାଲ ୟୁନିଭରସିଟିରେ ପ୍ରସ୍ତୁତ ଅତ୍ୟାଧୁନିକ ଡ୍ରୋନର ଶୁଭାରମ୍ଭ ହୋଇଛି । ଏହି ଡ୍ରୋନ ସହାୟତାରେ ପ୍ରାୟ 50 କିଲୋଗ୍ରାମର ଜରୁରୀକାଳିନ ଜିନିଷ ସାମଗ୍ରୀ ଆକାଶ ମାର୍ଗରେ 20 କିଲୋମିଟର ନିଆଯାଇ ପାରିବ। ଆଗକୁ ଏହା 40 କିଲୋମିଟର ପଠାଇବାକୁ ଗବେଷଣା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.