କଟକ: କଟକରେ ପୁଣି ଲଜ୍ଜା । ବାରଙ୍ଗରେ 6 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଇଟାଭାଟିରେ ବାପା ମାଆ କାମ କରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଲଜ୍ଜାଜନକ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସେପଟେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କଟକ ଡିସିପି କହିଛନ୍ତି ।
ଇଟାଭାଟିରେ ଲଜ୍ଜା:
ଅଭିଯୋଗ ଅନୁସାରେ, ଗତକାଲି(ମଙ୍ଗଳବାର) ପୀଡିତାଙ୍କ ପରିବାର କଟକରେ ଥିବା ଏକ ଭଟାଭାଟିରେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ମଧ୍ୟ କାମ କରୁଥିଲା । ଇଟାଭାଟିରେ ପୀଡିତାଙ୍କ ବାପା ମାଆ କାମ କରୁଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏନେଇ ପୀଡିତାଙ୍କ ପରିବାରଲୋକେ ବାରଙ୍ଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିଛି । ତେବେ ପୀଡିତା ଝାଡଖଣ୍ଡ ରାଜ୍ୟର ବୋଲି ପୋଲିସ ସୂଚନା ଦେଇଛି ।
ଦୁଷ୍କର୍ମକୁ ନେଇ କଣ କହିଲେ DCP:
ଦୁଷ୍କର୍ମ ଘଟଣାକୁ ନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ‘ଗତକାଲି(ମଙ୍ଗଳବାର) ବାରଙ୍ଗ ଥାନାରେ ଏଫଆଇଆର ନମ୍ବର-445, Dt.20.11.2024, ଏହି ଘଟଣା ସାମ୍ନାକୁ ଆସିବା ପରେ 3ଟି ଟିମ ଗଠନ କରାଯାଇଥିଲା । ଯେହେତୁ ପୀଡିତାଙ୍କ ପରିବାର ଓ ଅଭିଯୁକ୍ତ ଝାଡଖଣ୍ଡର ଅଟନ୍ତି । ଗୋଟେ ଟିମ୍ ଝାଡଖଣ୍ଡ ପଠାଯାଇଛି । ଅଭିଯୁକ୍ତର ସମ୍ପର୍କୀୟ ପାରାଦ୍ବୀପରେ ଥିବାରୁ ଗୋଟିଏ ଟିମକୁ ପାରାଦ୍ବୀପ ପଠାଗଲା । ଫେରାର ହେବା ପରେ ସ୍ଥାନୀୟ ଅଞ୍ଚଳକୁ ଯେଉଁ ଯେଉଁ ସ୍ଥାନକୁ ଅଭିଯୁକ୍ତ ଯାଇପାରେ ସେହି ସ୍ଥାନ ପାଇଁ ଆଉ ଏକ ଟିମ ଗଠନ କରିଥିଲୁ । ସ୍ଥାନୀୟ ଅଞ୍ଚଳରେ ଯେଉଁ ଟିମ ଥିଲା ଆଜି(ବୁଧବାର) ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ କଟକ ସଦର ଅଞ୍ଚଳରେ ଥିବା ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା ।’
ଡିସିପି ଆହୁରି କହିଛନ୍ତି, ‘ବର୍ତ୍ତମାନ ପୀଡିତାର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ସତ୍ତ୍ବେ ତାଙ୍କୁ ଅଧିକ ଚିକିତ୍ସା ଯୋଗାଇଦେବା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ଜଣେ ମହିଳା ଆଇଆଇସି ପୀଡିତାଙ୍କ ସହ ରହିଛନ୍ତି । ଏପରିକି ଏସିପି ସ୍ତରୀୟ ଜଣେ ଅଧିକାରୀ ପୀଡିତାର ପରିବାର ସହ ସମ୍ପର୍କରେ ରହିଛନ୍ତି ।’
ଏହା ମଧ୍ୟ ପଢନ୍ତୁ: କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ କଟକ ଗଣଦୁଷ୍କର୍ମ ଘଟଣା: DCPଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ |
ନିକଟରେ ଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ:
ଗତ କିଛି ଦିନ ତଳେ କଟକର ଏକ କଲେଜ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁଷ୍କର୍ମ ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରିଥିଲା । ଏବେ ପୁଣି ଆଉ ଏକ ଦୁଷ୍କର୍ମ ଘଟଣାକୁ ନେଇ କଟକରେ ଆଲୋଡନ ସୃଷ୍ଟି ହୋଇଛି ।
ଇଟିଭି ଭାରତ, କଟକ