ETV Bharat / state

ଥମୁନି କାମିଆ ଜାନି ଝଡ଼, ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Dec 26, 2023, 9:00 PM IST

Sri Jagannath Sanskruti Suraksha Abhiyan Protest : ଦିନକୁ ଦିନ ତେଜୁଛି କାମିଆ ଜାନି ବିବାଦ । ଏନେଇ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଅଧିକ ପଢନ୍ତୁ

ଥମୁନି କାମିୟା ଜାନି ଝଡ଼ , ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର : ଥମିବାର ନା ଧରୁନି କାମିଆ ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ଏହି ବିବାଦକୁ ନେଇ ରାଜ୍ୟସାରା ଧାରଣା ଓ ବିକ୍ଷୋଭ ଚାଲିଥିବା ବେଳେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ମହାପ୍ରଭୁଙ୍କ ପ୍ରତି ମହାଅପମାନ କରିଥିବା ମହାଅପରାଧିଙ୍କୁ କଠୋର ଦଣ୍ଡ ଦିଆଯାଉ ଓ ଏହି ଅପମାନ କରିଥିବା ବ୍ୟକ୍ତିମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ।

ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଆସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ବାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେବା ସହ ଓଡ଼ିଆଙ୍କ ପରିଚୟ ସଙ୍କଟ ଦେଖା ଦେଇଛି । ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ଵଂସ ଆଡ଼କୁ ଗତି କରୁଛି ବୋଲି ପ୍ରତିକ୍ରିୟା ରଖି ଉଦବେଗ ପ୍ରକାଶ କରିଛି ମଞ୍ଚ । କାମିଆ ଜାନି ଭଳି ଦେୟଯୁକ୍ତ ବ୍ଲଗର ଦ୍ଵାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମହିଳା ଜଣକ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବାର ଜଣା ପଡ଼ିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ।

ଏହା ମଧ୍ୟ ପଢନ୍ତୁ .... କାମିଆଙ୍କ ସ୍ପଷ୍ଟୀକରଣ; ମୁଁ ଶ୍ରୀମନ୍ଦିର ନିୟମ ଭାଙ୍ଗିନି, ଗୋମାଂସ ଖାଇନି କି ପ୍ରଚାର କରିନି

ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ। ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର। ବିଶେଷ କରି ଗୋମାଂସ ଭକ୍ଷଣର ପ୍ରଚାରକାରୀ ଦ୍ଵାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ପ୍ରାୟୋଜିତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ହୋଇ ଚାଲିଛି, ସେଥିପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରୁଛି।

ଯଦି କୌଣସି କାର୍ଯ୍ୟନୁଷ୍ଠାନ ନ କରାଯାଏ ତେବେ ଆଗକୁ ଆନ୍ଦୋଳନ ଓ ବିକ୍ଷୋଭ ଜୋରଦାର ହେବା ସହ ଗାଁ ଗାଁରେ ବୁଲି ଏହି ବିଧର୍ମୀ ଲୋକଙ୍କ ପାପର ସତ ଜଣାଇବା ସହ ଜଗନାଥ ସଂସ୍କୃତିର ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପମାନ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯୋଜନାବଦ୍ଧ ଭାବେ ନଷ୍ଟ କରିବା କାର୍ଯ୍ଯରେ ଲିପ୍ତଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଛି ସୁରକ୍ଷା ମଞ୍ଚ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.