ETV Bharat / state

ସମୂହ ଛୁଟି ପ୍ରତ୍ୟାହାର କରି କାର୍ଯ୍ୟରେ ଦିଅ ଯୋଗ, ଅମଲାଙ୍କ ଦାବି ସଂପର୍କରେ ନିଆଯିବ ପଦକ୍ଷେପ

ଅମଲାଙ୍କ ଦାବି ପୂରଣ ପାଇଁ ନିଆ ଯିବା ପଦକ୍ଷପ । ଆନ୍ଦୋଳନ ଛାତଡି କାମରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢ଼ନ୍ତୁ

author img

By

Published : Jun 3, 2023, 5:18 PM IST

ଅମଲାଙ୍କ ଦାବି ପୂରଣ ପାଇଁ ନିଆ ଯିବା ପଦକ୍ଷପ
ଅମଲାଙ୍କ ଦାବି ପୂରଣ ପାଇଁ ନିଆ ଯିବା ପଦକ୍ଷପ

ଭୁବନେଶ୍ବର: ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୁରୁବାର ଠାରୁ ସମୂହ ଛୁଟିରେ ଯିବା ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅମଲା ସଂଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ଅମଲାମାନେ ସଂଗଠିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ମାଧ୍ୟମରେ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ଦାବି ଲିଖିତ ଭାବରେ ପ୍ରଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଦାବି ସଂପର୍କରେ କୁହାଯାଇଛି, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ୨୦୧୭ ମସିହାରୁ ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ଅଦ୍ୟାବଧି ସେମାନଙ୍କୁ ପୂର୍ବବତ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବେତନ ପ୍ରଦାନ କରାଯାଉଛି । ଯାହାକି ଦରମା ପ୍ରଦାନ କ୍ଷେତ୍ରରେ ଅସଙ୍ଗତି ରହିଛି । କନିଷ୍ଠ ସହାୟକମାନେ ସ୍ନାତକ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍ ପେ-୧୯୦୦ (ଲେଭେଲ-୪) ପରିବର୍ତ୍ତେ ଗ୍ରେଡ ପେ ୪୨୦୦ (ଲେଭେଲ-୯) ପ୍ରଦାନ ପାଇଁ ଦାବି ରଖିଛନ୍ତି ।

ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନେ ପାଉଥିବା ଦରମାର ଅସଙ୍ଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅବଗତ ହୋଇଛନ୍ତି । ଏହା ସହ ଏ ସଂପର୍କରେ ସବିଶେଷ ତଥ୍ୟକୁ ଅନୁଶୀଳନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଜିଲ୍ଲାସ୍ତରରେ ଅମଲାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି । ସେମାନଙ୍କର ପ୍ରଶାସନିକ ବ୍ୟବସ୍ଥାରେ ମୂଲ୍ୟବାନ ଯୋଗଦାନ ରହି ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ସରକାରଙ୍କ ସ୍ତରରେ ସେମାନଙ୍କର ରହିଥିବା ଦାବି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସମସ୍ତ ଅମଲାମାନଙ୍କୁ ସମୁହ ଛୁଟି ପ୍ରତ୍ୟାହାର କରି ନିଜ ନିଜ କାର୍ଯ୍ୟରେ ଯୋଗଦାନ ପାଇଁ ସେ ଅନୁରୋଧ କରିଛନ୍ତି । ସମସ୍ତ ଅମଲାମାନଙ୍କର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଭରସା ରହିଛି ।

ମିଳିତ ମଂଚର ଅଧ୍ୟକ୍ଷ ନାରାୟଣ ଦାସଙ୍କ ସମେତ ଓଡ଼ିଶା ଅମଲା ସଂଘର ସଭାପତି ଜ୍ଞାନ ରଞ୍ଜନ ଦାସ, ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ ଓ ଗଣମାଧ୍ୟମ ସମ୍ପାଦକ ଗୁରୁ ଗୋବିନ୍ଦ ଦଳାଇ, ଓଡ଼ିଶା ରାଜସ୍ୱ ଅମଲା ସଂଘର ସାଧାରଣ ସଂପାଦକ ନରେଶ କୁମାର ମହାପାତ୍ର, ଉପ ସଭାପତି ପ୍ରକାଶ କୁମାର ମାଳିଆ, ଟ୍ରେଜେରୀ ଅମଲା ସଂଘର ସଭାପତି ସମୀର କୁମାର କାନୁନଗୋ, ସାଧାରଣ ସଂପାଦକ ଶୁଭେନ୍ଦୁ ରାଉତରାଏ ପ୍ରମୁଖ ଏହି ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.