ETV Bharat / state

ବିପର୍ଯ୍ୟୟ ପରିଚାଳନା: ମେ’ 31 ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ SRCଙ୍କ ନିର୍ଦ୍ଦେଶ - ଆସୁଛି ମୌସୁମୀ

ବିପର୍ଯ୍ୟୟ ମୁକାବିଲା କରିବା ଲାଗି ମେ’ 31 ସୁଦ୍ଧା ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

src asked collector to prepare action plans

author img

By

Published : Apr 6, 2023, 7:22 AM IST

Updated : Apr 6, 2023, 8:04 AM IST

ଭୁବନେଶ୍ବର: ମୌସୁମୀ ଆସିବା ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି ସରକାର । ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । 2023 ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଖି ଆଗରେ ରଖି ସମସ୍ତ ଜିଲ୍ଲାପାଳ ଚଳିତ ବର୍ଷ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ପ୍ରସ୍ତୁତ କରିବେ ବୋଲି ବୈଠକରେ କୁହାଯାଇଛି । ଆସନ୍ତା ମେ’ ମାସ 31 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏସଆରସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

src asked collector to prepare action plans
src asked collector to prepare action plans

ବିପର୍ଯ୍ୟୟ ମୁକାବିଲା କରିବା ଲାଗି ମେ’ 31 ସୁଦ୍ଧା ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ତାହା ସହିତ କାଳବୈଶାଖୀ ଉପରେ ନଜର ରଖି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନେ ଏବେ ଘଟିଯାଇଥିବା ଘୂର୍ଣ୍ଣିଝଡ଼ ବା କୁଆପଥର ମାଡ଼ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ନିର୍ଦ୍ଦିଷ୍ଟ ଫର୍ମାଟରେ ତୁରନ୍ତ ଦାଖଲ କରିବାକୁ ବୈଠକରେ କୁହାଯାଇଛି । ସେହିପରି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ଗୁଡ଼ିକ ସଠିକ ଭାବେ କାର୍ଯ୍ୟ କରୁଛି ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ ।

ମେ’ ମାସ ପୂର୍ବରୁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ଗୁଡ଼ିକରେ ଥିବା ଯନ୍ତ୍ରପାତିଗୁଡ଼ିକ ଠିକଠାକ ଅଛି କି ନାହିଁ ସେସବୁକୁ ତନଖି କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅତିରିକ୍ତ ଜିଲ୍ଲାପାଳ ଯେଉଁମାନେ ଜରୁରୀକାଳୀନ ଦାୟିତ୍ୱରେ ଅଛନ୍ତି ସେମାନେ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ସହ ପ୍ରତ୍ୟେକ ଶୁକ୍ରବାର ଦିନ ସାପ୍ତାହିକ ସମୀକ୍ଷା ବୈଠକ କରିବେ । ବୈଠକର ବିସ୍ତୃତ ବିବରଣୀ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବେ । ଏହି ବୈଠକରେ ଅତିରିକ୍ତ ରିଲିଫ୍‌ କମିଶନର ଡ. ଜ୍ଞାନ ଦାସ ଓ ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ଉପସ୍ଥିତ ଥିଲେ ।

ଗତ ମାର୍ଚ୍ଚ ମାସରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା ଝଡ ହୋଇଥିଲା । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହୋଇଥିଲା । ଅନେକ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇଥିଲା । ଫଳରେ କିଛି ଜିଲ୍ଲାରେ ରବି ଜାତୀୟ ଫସଲ ଓ ପନିପରିବା ଚାଷ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଋଣ କରି ଚାଷୀଟିଏ ଚାଷ କରିଥିବା ବେଳେ କୁଆପଥର ବୃଷ୍ଟିପାତ ତାହା ଉଜୁଡାଇ ଦେଇଥିଲା । ଚାଷ ନଷ୍ଟ ହେବାପରେ କ୍ଷତି ପୂରଣ ଦେବାକୁ ବହୁ ଚାଷୀ ଦାବି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 6, 2023, 8:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.