ଭୁବନେଶ୍ବର: ଏସିଆଡ୍ ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ସମାରୋହ । ଗତକାଲି ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରୀଡା ବିଭାଗ ତରଫରୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହା ପରେ ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଆଜି କଳିଙ୍ଗ ଷ୍ଟାଡିୟମ୍ ପରିସରରେ କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୁଇ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିବା ସହ କିଶୋର ଜେନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ।
ଏସିଆନ ଗେମ୍ସରେ ସଫଳତା ପାଇଥିବା ହକି ଖେଳାଳି ଗତକାଲି(ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ଅବସରରେ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ପୁରୁଷ ହକି ଫାଇନାଲରେ ପୁରୁଷ ଟିମ୍ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଦଳ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ଗୋଲ ଦେଇଥିଲେ ଅମିତ ରୋହିଦାସ । ସେହିଭଳି ମହିଳା ଟିମ୍ ବ୍ରୋଞ୍ଜ ପଦକ ହାତେଇଥିଲା । ମୁଖ୍ୟମନ୍ତ୍ରୀ ଉଭୟଙ୍କ ପଦକ ଦେଖି ବେଶ ଖୁସି ପ୍ରକାଶ କରିଥିଲେ । 19 ତମ ଏସିଆନ ଗେମସରେ ଏସିଆଡ୍ରେ ସ୍ବର୍ଣ୍ଣ ବିଜେତା ହକି ତାରକା ଅମିତ ରୋହିଦାସ ଏବଂ ବ୍ରୋଞ୍ଜ ବିଜେତା ଦୀପଗ୍ରେସ ଏକ୍କାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅଧିକ ପଢନ୍ତୁ....ଏସିଆଡ ପଦକ ବିଜେତା ହକି ତାରକା ଅମିତ ଓ ଦୀପଗ୍ରେସଙ୍କୁ ଅର୍ଥ ପୁରସ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଆଗାମୀ ଦିନରେ ଆହୁରି ଅଧିକ କଠିନ ପରିଶ୍ରମ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ । ଏପର୍ଯ୍ୟନ୍ତ ସେ ୨୫୦ରୁ ଊର୍ଦ୍ଧ୍ଵ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ତାଙ୍କ ସଫଳତାର ଫର୍ଦ୍ଦ ବହୁ ଲମ୍ବା । ଭାରତୀୟ ଦଳର ସେ ଜଣେ ଭେଟେରାନ ଡିଫେଣ୍ଡର । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା । ସେ ଏହି ଦଳର ସଦସ୍ୟ ଥିଲେ । ସୁନ୍ଦରଗଡ଼ ମାଟିର ପୁଅ ଅମିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ତାଙ୍କର ଖେଳ ଜୀବନ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ସେ ୧୫୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଲେଣି । ଏହା ସହ ଦୁଇ କୃତି ଖେଳାଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ,ଭୁବନେଶ୍ବର