ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ସମୀକ୍ଷା ବୈଠକ

author img

By

Published : May 12, 2023, 10:53 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ବିଏମସି କାର୍ଯ୍ୟାଳୟରେ ବସିଲା ୩ୟ ପକ୍ଷର ସମୀକ୍ଷା ବୈଠକ । ହିତାଧିକାରୀଙ୍କ ସହ ଆଲୋଚନା ପରେ ୪୫ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ଦେଵ ତୃତୀୟ ପକ୍ଷ । ଅଧିକ ପଢନ୍ତୁ

Etv Bharat
Etv Bharat
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା ବୈଠକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ର ହୋଇପାରୁନି ଶତ ପ୍ରତିଶତ ସଫଳ ରୂପାୟନ । ହିତାଧିକାରୀମାନେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଶେଷ କରିପାରୁନାହାନ୍ତି ଘର । ଏହାର ପ୍ରକୃତ କାରଣ କଣ ଖୋଜିବା ସହିତ ଆଗାମୀ ଦିନରେ ଯୋଜନାର ସଫଳତା ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଯୋଜନାର ତୃତୀୟ ପକ୍ଷ ମାଧ୍ୟମରେ ଗ୍ରାଉଣ୍ଡ ଜିରୋରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସମୀକ୍ଷା । ଏହାକୁ ନେଇ ଗତକାଲି ବିଏମସି ଅଧୀନରେ ଥିବା ହିତାଧିକାରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ସବ କମିଟି ଗଠନ ସହିତ ଜନଶୁଣାଣି କରି ୪୫ ଦିନରେ କେନ୍ଦ୍ରକୁ ରିପୋର୍ଟ ଦେଵ ତୃତୀୟ ପକ୍ଷ ବୋଲି କହିଛି । ଭାରତରେ ସମସ୍ତଙ୍କ ପାଇଁ ଗୃହ ବା 'ହାଉସିଂ ଫର ଅଲ୍‌' ଲକ୍ଷ୍ୟ ନେଇ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଏହି ଯୋଜନା । ନିଜସ୍ବ ଜମି ଥିବା ଗରିବ ଲୋକଙ୍କୁ ୩୨୨ ବର୍ଗଫୁଟର ଗୃହ ନିର୍ମାଣ ପାଇଁ ଏହି ଯୋଜନାରେ ସରକାର ସହାୟତା କରିବାକୁ ଯାଇ ୩ ଲକ୍ଷ ୨୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ସେଥିରୁ ସରକାରୀ ଭାବେ ଅର୍ଥାତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଢ଼ ଲକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।

ଅବଶିଷ୍ଟ ୧ ଲକ୍ଷ ହିତାଧିକାରୀଙ୍କୁ ବିନିଯୋଗ କରିବାକୁ ପଡିବ । ଆଉ ଏହି ଯୋଜନାରେ ନିର୍ଦ୍ଧାରିତ ୪ ମାସ ମଧ୍ୟରେ ଗୃହ ନିର୍ମାଣକାର୍ଯ୍ୟ ଶେଷ ହେଲେ ହିତାଧିକାରୀଙ୍କୁ ମିଳିବ ୨୦ ହଜାର ଟଙ୍କାର ବୋନସ । ଯୋଜନାର ଏହି ସବୁ ଲକ୍ଷ୍ୟକୁ ନେଇ ୨୦୨୨ ସୁଦ୍ଧା ଯୋଜନା ଶେଷ କରିବାକୁ ଲକ୍ଷ୍ୟ ଥିବାବେଳେ ବିଭିନ୍ନ କାରଣରୁ ଦୀର୍ଘ ବର୍ଷ ପରେ ମଧ୍ୟ ଯୋଜନା ସମ୍ପୂର୍ଣ୍ଣ ହୋଇପାରିନାହିଁ । ବହୁ ହିତାଧିକାରୀଙ୍କ ଘର ଅଧାପନ୍ତରିଆ ଭାବେ ନିର୍ମାଣ ନହୋଇ ପଡିରହିଛି । ଏହାର କାରଣ ଖୋଜିବା ସହିତ ପ୍ରତିକାର କରିବାକୁ ଯାଇ ୩ୟ ପକ୍ଷ ମାଧ୍ୟମରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସମୀକ୍ଷା ।

ଏହା ବି ପଢନ୍ତୁ- ଆଦିବାସୀଙ୍କ ମହାସମ୍ମିଳନୀ; SDCରେ ସାମିଲ ହେବ ଆଉ 14 ଜିଲ୍ଲା

ଯେଉଁଥିରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିୟୋଜିତ ୩ୟ ପକ୍ଷ ହିତାଧିକାରୀ ଓ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟରତ କର୍ମଚାରୀଙ୍କ ମତ ନେଇଛନ୍ତି । ତେବେ ଯୋଜନାରେ ଗୃହ ନିର୍ମାଣ ଶେଷ କରିଥିବା ହିତାଧିକାରୀ ଓ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟରତ କର୍ମଚାରୀଙ୍କ ଅଭିଯୋଗ ଭିନ୍ନ ପ୍ରକାରର ରହିଛି । ସମୟାନୁକ୍ରମେ ସବୁ ଦରଦାମ ବୃଦ୍ଧି ହୋଇଥିବା ବେଳେ କମ ଅର୍ଥରେ ଗୃହ ନିର୍ମାଣ ସମ୍ଭବପର ନୁହେଁ । ସେପଟେ ଯୋଜନାରେ ଆର୍ଥିକ ସହାୟତା ରାଶିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ହିତାଧିକାରୀ । ଏଥିପାଇଁ ବହୁ ଗୃହନିର୍ମାଣ ଶେଷ ହୋଇପାରିନାହିଁ ।

ସେପଟେ ଜମିଜମା ସମସ୍ୟା ଓ ପାରିବାରିକ ଉତ୍ତରାଧିକାରୀ ଜନିତ ସମସ୍ୟା ଆଉ ଏକ ବଡ଼ ପ୍ରତିବନ୍ଧକ ସାଜିଛି ବୋଲି କହିଛନ୍ତି ଉଭୟ ହିତାଧିକାରୀ ଓ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟରତ ବିଏମ୍ସିର କର୍ମଚାରୀ । ଭୁବନେଶ୍ବର ମହାନଗର ନିଗମରେ ୨୦୧୬ -୧୭ ମସିହାରେ ମୋଟ ୬୮୪ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚିହ୍ନଟ କରି କାର୍ଯ୍ୟାଦେଶ ଦିଆଯାଇଥିଲା । ସେଥିମଧ୍ୟରୁ ପ୍ରାୟ ୪ ଶହ ଗୃହ ଶେଷ ହୋଇଥିଲେ ହେଁ ଦୀର୍ଘ ୭ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦୦ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ରହିଛି।

ଦିନକୁ ଦିନ ସମସ୍ୟା ବିଭିନ୍ନ କାରଣରୁ ଜଟିଳ ହେଉଛି । ଏହାର ପ୍ରତିକାର ସହିତ କିଭଳି ସଫଳ ରୂପାୟନ କରାଯିବ ସେଥିପାଇଁ ଆରମ୍ଭ ହୋଇଛି ସମୀକ୍ଷା । ସ୍ବତନ୍ତ୍ର ସୁବିଧା ସଂସ୍ଥା, ଲାଇଫ ଏକାଡେମୀ ଅଫ ଭୋକେସନାଲ ଷ୍ଟଡିଜ ଓ ବିଏମସିର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ସର୍ଭେ ଓ ସମୀକ୍ଷା । ଦୁଇଦିନର ସର୍ଭେ ଓ ଜନଶୁଣାଣି ସହିତ ଗ୍ରାଉଣ୍ଡ ଜିରୋରେ ହିତାଧିକାରୀଙ୍କ ସହ ଆଲୋଚନା ପରେ ୪୫ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ଦେଵ ତୃତୀୟ ପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.