ଖୋର୍ଦ୍ଧା: ବେଗୁନିଆରେ ପହଞ୍ଚିଲା ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ସାରା ଓଡିଶାରେ ପଦଯାତ୍ରା କରୁଛନ୍ତି ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ।
ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି କରି ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିବା ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପହଞ୍ଚିଛନ୍ତି l ସତ୍ୟବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ । ସେ ତାଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଆରମ୍ଭ କରିଛନ୍ତି l ଆଜି ସୁଦ୍ଧା ସେ ୫୦୦ ଦିନ ସାରା ଓଡିଶା ପଦଯାତ୍ରାରେ ୨୭୭ ବ୍ଲକରେ ପହଞ୍ଚିଛନ୍ତି l ସତ୍ୟବ୍ରତ ବେଗୁନିଆରେ ପହଞ୍ଚିବା ପରେ ତାଙ୍କୁ ବେଗୁନିଆର ସମାଜସେବୀ,ସାମ୍ବାଦିକ ଓ ବେଗୁନିଆ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ ।
ଏହା ପରେ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ବେଗୁନିଆ ବିଡ଼ିଓଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସତ୍ୟବ୍ରତଙ୍କ ଏଭଳି ଦୁଃସାହସିକ ପଦକ୍ଷେପ ପାଇଁ ବିଡ଼ିଓ ସ୍ବାଗତ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ