ETV Bharat / state

ଦାବି ଦୋହରାଉଛି ରାଜ୍ୟ, ଶୁଣୁନି କେନ୍ଦ୍ର !

author img

By

Published : Jul 19, 2023, 10:47 PM IST

ପାର୍ଲିଆମେଣ୍ଟ ଅଧିବେଶନ ଆରମ୍ଭ ହେଲେ ଓଡ଼ିଶାର ହକ ଓ ବିଭିନ୍ନ ଦାବି ସାମ୍ନାକୁ ଆସେ । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଅଗ୍ରାହ୍ୟ ହେବା ପରେ ଫକସ୍ ଷ୍ଟେଟ ନହେଲେ ସ୍ବତନ୍ତ୍ର ଅନୁଦାନ କଥା ଉଠେ । ସେହିପରି ମହିଳା ସଂରକ୍ଷଣ ବିଲ, ଓଡିଶା ବିଧାନ ପରିଷଦ ଗଠନ ପରି ଦାବି ଉତ୍ଥାପନ ହୁଏ । ବିଗତ ଦଶନ୍ଧି ହେଲା ଏହି ଦାବି ଦୋହରାଇ ଆସୁଛି ଓଡିଶା । ଅଧିକ ପଢନ୍ତୁ

ଦାବି ଦୋହରାଉଛି ରାଜ୍ୟ, ଶୁଣୁନି କେନ୍ଦ୍ର !
ଦାବି ଦୋହରାଉଛି ରାଜ୍ୟ, ଶୁଣୁନି କେନ୍ଦ୍ର !
ଦାବି ଦୋହରାଉଛି ରାଜ୍ୟ, ଶୁଣୁନି କେନ୍ଦ୍ର !

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବିଜୁ ଜନତା ଦଳ । ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଶାଣିତ ସ୍ବରରେ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟର ଦାବିକୁ କେନ୍ଦ୍ର ଅଣଦେଖା କରିଆସୁଥିବାରୁ ବିରୋଧ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । କୋଟିଆ, ମହାନଦୀ, ପୋଲାଭରମ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ ବୋଲି ବିଜେପି କଟାକ୍ଷ କରିଛି । ନିର୍ବାଚନ ଆସିଥିବାରୁ କେନ୍ଦ୍ର ବିରୋଧୀ ରଣନୀତି କରିଛି ବିଜେଡି ।

ପାର୍ଲିଆମେଣ୍ଟ ଅଧିବେଶନ ଆରମ୍ଭ ହେଲେ ଓଡ଼ିଶାର ହକ ଓ ବିଭିନ୍ନ ଦାବି ସାମ୍ନାକୁ ଆସେ । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଅଗ୍ରାହ୍ୟ ହେବା ପରେ ଫୋକସ୍ ଷ୍ଟେଟ ନହେଲେ ସ୍ବତନ୍ତ୍ର ଅନୁଦାନ କଥା ଉଠେ । ସେହିପରି ମହିଳା ସଂରକ୍ଷଣ ବିଲ, ଓଡିଶା ବିଧାନ ପରିଷଦ ଗଠନ ପରି ଦାବି ଉତ୍ଥାପନ ହୁଏ । ବିଗତ ଦଶନ୍ଧି ହେଲା ଏହି ଦାବି ଦୋହରାଇ ଆସୁଛି ଓଡିଶା । ପରବର୍ତ୍ତୀ ସମୟରେ ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ, ହୋ, ମୁଣ୍ଡାରୀ ଓ ଭୂମିଜ ଭାଷା 8ମ ଅନୁଚ୍ଛେଦରେ ସାମିଲ, ଅତିରିକ୍ତ ଚାଉଳ ସ୍ଥାନାନ୍ତର, ଦେୟ ପ୍ରଦାନ, ସ୍ୱାମୀ ନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ, ରେଳ ନେଟୱାର୍କ, କୋଷ୍ଟାଲ ହାଇୱେ, ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ ସଂଯୋଗ, କେନ୍ଦୁ ପତ୍ରରୁ ଜିଏସଟି ଉଠାଇବା ପ୍ରମୂଖ ଦାବି ରହିଛି । ରାଜ୍ୟ ବାରମ୍ବାର ଦାବି ଉଠାଇଲେ ବି କେନ୍ଦ୍ର(ୟୁପିଏ ବା ଏନଡିଏ) ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ପ୍ରକୃତରେ ଏହା କେନ୍ଦ୍ର ଅବହେଳା ନା ରାଜ୍ୟ ସରକାର ଉଚିତ ଭାବେ ଦାବି ଉଠାଉନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହାବି ପଢନ୍ତୁ- ଦିଲ୍ଲୀରେ ଶାସକ-ବିରୋଧୀ ମେଳି, ଉଭୟଙ୍କଠୁ ଦୂରରେ ବିଜେଡି

କେନ୍ଦ୍ରକୁ ନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ :- ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, କେନ୍ଦ୍ରକୁ ନେଇ ବିଜେଡିର ଆଭିମୁଖ୍ୟ ବଦଳୁନାହିଁ । ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜୁ ଜନତା ଦଳର ସୃଷ୍ଟି । ସେଥିପାଇଁ କାମ କରୁଛି । କେନ୍ଦ୍ର ଅବହେଳା ବିରୋଧରେ ଆମେ ସବୁବେଳେ ସ୍ବର ଉତ୍ତୋଳନ କରିଛୁ । ଯେଉଁ ଯେଉଁ କ୍ଷେତ୍ରରେ ଓଡିଶାର ସ୍ବାର୍ଥ ଜଡିତ, ସେ ବାବଦରେ ସଂସଦରେ ଦାବି ଉପସ୍ଥାପନ କରିଛୁ । ଅତୀତରେ କରିଛୁ, ଏବେ ମଧ୍ୟ କରିବୁ । ଓଡ଼ିଶାର ସ୍ବାର୍ଥକୁ ସୁରକ୍ଷା ଦେବା ବିଜେଡିର ସ୍ପଷ୍ଟ ଆଭିମୁଖ୍ୟ । ଅତି ଗରିବ ଲୋକର ସ୍ବାର୍ଥକୁ ସୁରକ୍ଷିତ ରଖିବା । ମହିଳା ସଂରକ୍ଷଣ ବିଲ ବାବଦରେ ମୁଖ୍ୟମନ୍ତ୍ରୀ ଅନବରତ ଭାବେ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଖାଲି କଥାରେ ନୁହେଁ କାର୍ଯ୍ୟରେ ମଧ୍ୟ କରିଛୁ । ଗତ ବିଧାନସଭା ନିର୍ବାଚନ ଓ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି । ଜିଲ୍ଲା ପରିଷଦ ନିର୍ବାଚନରେ 30 ଜିଲ୍ଲାରୁ 21 ଟିରେ ମହିଳା ଅଧ୍ୟକ୍ଷ କରିଛୁ । ଏହା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳ ମାନେ କେବଳ ତାଙ୍କର ବିରୋଧ କରିବା ମାନସିକତାକୁ ନେଇ ବିରୋଧ କରୁଛନ୍ତି । ବିଜୁ ଜନତା ଦଳ ମହିଳା ବିଲ ବାବଦରେ ସ୍ପଷ୍ଟ ଆଭିମୁଖ୍ୟ ରଖି ଆସିଛି ।

ମହାନଦୀ, ପୋଲାଭରମ ଓ କୋଟିଆ ବିବାଦ ସ୍ଥାନ ନପାଇବା ଆଶ୍ଚର୍ଯ୍ୟର ବିଷୟ :- ସେପଟେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି ଯେ, ମହାନଦୀ, ପୋଲାଭରମ ଓ କୋଟିଆ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ । ବିଜୁ ଜନତା ଦଳରେ ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ସେମାନେ ଓଡ଼ିଶାର ସ୍ବାର୍ଥ, ହକ, ଅଧିକାର, ସ୍ବାଭିମାନ ପାଇଁ ଯତ୍ନବାନ ନୁହନ୍ତି । ଯେବେଠାରୁ ଛତିଶଗଡରେ କଂଗ୍ରେସ ସରକାର ଆସିଲା ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ମହାନଦୀକୁ ନେଇ ଚୁପ ହୋଇଗଲେ । କୋଟିଆ ସୀମା ବିବାଦ, ମହାନଦୀ, ପୋଲାଭରମ କଣ ଓଡ଼ିଶାର ସ୍ଵାର୍ଥ୍ୟ ସମ୍ବଳିତ ପ୍ରସଙ୍ଗ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀ ଟ୍ରାଇବ୍ୟୁନାଲରେ ଓଡ଼ିଶା ସରକାର କାହିଁକି ବାରମ୍ବାର ସମୟ ନେଉଛନ୍ତି ? କାହିଁକି ସରକାର ତଥ୍ୟ ପ୍ରସ୍ତୁତ କରିନାହାନ୍ତି । ସମାନ ଭାବରେ ଓଡିଶା ସରକାର ଏହି ଭଳି ଅବହେଳା କରି ଅତୀତରେ ପୋଲାଭରମ ବିବାଦରେ ଟ୍ରାଇବ୍ୟୁନାଲରେ ହାରିଲେ । ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହେବାକୁ ଥିବା ବୈଠକ ପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଉ ନାହାନ୍ତି । ମହାନଦୀର ତଳମୁଣ୍ଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 11 ବ୍ୟାରେଜରୁ କୌଣସି ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । 28ଟି ଅନ୍ୟ ପ୍ରକଳ୍ପରୁ ଅଧିକାଂଶର ସର୍ଭେ ବି ଆରମ୍ଭ ହୋଇନାହିଁ । ମହାନଦୀ ଗ୍ରୀନ ମିଶନରେ 488 କୋଟିର ଦୁର୍ନୀତି ହୋଇଥିବାବେଳେ ଗୋଟେ ବି ଗଛ ଲାଗିନି ।

ବିରୋଧୀ ଆଭିମୁଖ୍ୟ ଦେଖାଇବେ, ମୁକାବିଲା କରିବେ ନାହିଁ : ଏହାକୁ ନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଯେତେବେଳେ ନିର୍ବାଚନ ପାଖେଇ ଆସେ ବିଜେଡି ତାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରେ । ଯେଉଁ ଯେଉଁ ପ୍ରସଙ୍ଗ ଗୁଡିକକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟରେ ଉଠାଉଛି, ତାହାର ଭୁଲ ରାଜ୍ୟ ଦେଖାଉଛି । ବିଶେଷ କରି କେନ୍ଦ୍ରୀୟ ଯୋଜନା ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ ଅର୍ଣ୍ଣ ଯୋଜନାର କିଛିନା କିଛି ତ୍ରୁଟି ରାଜ୍ୟ ବାହାର କରୁଛି । ଆବାସ ଯୋଜନାରେ ରାଜ୍ୟର 15 ଲକ୍ଷ ଘର ଆବଶ୍ୟକ । କିନ୍ତୁ ମିଳିଛି 8 ଲକ୍ଷ ଘର । କୃଷି ବୀମା ଯୋଜନାରେ ମଧ୍ୟ ରାଜ୍ୟ ତ୍ରୁଟି ବାହାର କରୁଛି । ଯୋଜନା ଠିକରେ ନପହଁଚିବା, କେନ୍ଦ୍ର ଯେମିତି ସାହାଯ୍ୟ ଓ ସହଯୋଗ କରିବା କଥା କରୁନଥିବା, ରାଜ୍ୟକୁ ଫୋକ୍ସ ଷ୍ଟେଟ ଭାବେ ଘୋଷଣା ନକରିବା ଦାବି ବିଜେଡି ଉଠେଇବାକୁ ଚାହୁଁଛି । ଅଧିବେଶନରେ ଆସିବାକୁ ଥିବା ବିଲ ସମୟରେ ବିଜେଡିର ଆଭିମୁଖ୍ୟ କେନ୍ଦ୍ର ପ୍ରତି କଣ ହେବ ତାହା ସ୍ପଷ୍ଟ କରିବ । ବିଲ ଉପରେ ବିଜେଡି ମତ ରଖିପାରେ କିନ୍ତୁ ସିଧାସଳଖ ଭାବେ ବିରୋଧ କରିପାରିବେ ନାହିଁ । ନବୀନଙ୍କ ରଣ କୌଶଳ ହେଉଛି, ଏକ ଆଞ୍ଚଳିକ ଦଳ ଭାବେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇବେ । ରାଜ୍ୟ କଥା କହିବେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁକାବିଲା କରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.