ETV Bharat / state

ଷୋଡଶ ଉପଚାରରେ ପୂଜା ପାଉଛନ୍ତି ଦେବୀ ଉଗ୍ରତାରା

author img

By

Published : Sep 27, 2022, 8:18 AM IST

ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମା' ଉଗ୍ରତାରା । ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ମା' ଉଗ୍ରତାରଙ୍କ ମନ୍ଦିରର ସ୍ବତନ୍ତ୍ର ସ୍ଥାନ ରହିଛି । ଅଧିକ ପଢନ୍ତୁ

ଷୋଡଶ ଉପଚାରରେ ପୂଜା ପାଉଛନ୍ତି ଦେବୀ ଉଗ୍ରତାରା
ଷୋଡଶ ଉପଚାରରେ ପୂଜା ପାଉଛନ୍ତି ଦେବୀ ଉଗ୍ରତାରା

ଖୋର୍ଦ୍ଧା: ଓଡିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ମା' ଉଗ୍ରତାରାଙ୍କ ପୀଠ ଅନ୍ୟତମ । ଏହି ପୀଠଟି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୂଷଣ୍ଡପୁରର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ମା'ଙ୍କ ଅପାର କରୁଣାରୁ ଏଠାରେ ବର୍ଷର ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷକରି ଶାରଦୀୟ ଉତ୍ସବରେ ଗ୍ରହ ଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ମା'ଙ୍କୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ମା' ପ୍ରସନ୍ନ ହେଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ ମା' ଉଗ୍ରତାରାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲିଛି ।

ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ମା' ଉଗ୍ରତାରଙ୍କ ମନ୍ଦିରର ସ୍ବତନ୍ତ୍ର ସ୍ଥାନ ରହିଛି । ବିଶ୍ବର ଥିବା ଚାରୋଟି ତାରା ପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ । ମା’ଙ୍କ ପ୍ରତିମା ବେଶ ଶାନ୍ତ ଓ କମନୀୟ । ରାଜା କପିଳେନ୍ଦ୍ର ଦେବ ହଜାର ହଜାର ବର୍ଷ ପୂର୍ବେ ମା'ଙ୍କୁ ଏଠାରେ ସ୍ଥାପନା କରିଥିବାର କଥିତ ରହିଛି । ତନ୍ତ୍ର ସାଧନା ପାଇଁ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମା'ଙ୍କ ସାନ୍ନିଧ୍ୟ ଲାଭ କରୁଥିବା ଦେବୀ ଭାଗବତରେ ଉଲ୍ଲେଖ ରହିଛି । ବିଶେଷକରି ବୌଦ୍ଧ ଧର୍ମର ମହାଯାନ ଗୋଷ୍ଠୀ ତନ୍ତ୍ରମନ୍ତ୍ରରେ ବିଶ୍ବାସ କରୁଥିବାରୁ ସେମାନେ ଏହି ସ୍ଥାନରେ ତନ୍ତ୍ର ସାଧନା କରୁଥିବା କୁହାଯାଏ ।

ଶାରଦୀୟ ଉତ୍ସବରେ ମା'ଙ୍କ ପୀଠରେ ଷୋଳଦିନ ବ୍ୟାପୀ ପ୍ରତ୍ୟହ ସ୍ବତନ୍ତ୍ର ପୂଜାର୍ଚ୍ଚନା, ତନ୍ତ୍ରପାଠ, ଚଣ୍ଡୀପାଠ, ନବଗ୍ରହ ପୂଜା ଓ ଦଶମହାବିଦ୍ୟା ପାଠ କରାଯାଇଥାଏ । ଏହି ପାର୍ବଣ ଅବସରରେ ମା'ଙ୍କୁ ସ୍କନ୍ଧମାତା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଥାଏ । ଗ୍ରହରାଜ ବୃହସ୍ପତିଙ୍କ ଇଷ୍ଟଦେବୀ ହେଉଛନ୍ତି ମା' ଉଗ୍ରତାରା । ତେଣୁ ଗ୍ରହଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ଏହି ପାର୍ବଣରେ ମା'ଙ୍କ ଶରଣାପନ୍ନ ହୋଇଥାନ୍ତି ।

ଏହାମଧ୍ୟ ପଢନ୍ତୁ: ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

ଶାକ୍ତ ପରମ୍ପରାରେ ଦଶ ପ୍ରଧାନ ରୂପକୁ ଉପାସନା କରାଯାଏ । ସେହି ଉପାସନାକୁ ବ୍ରହ୍ମ ଉପାସନା ବୋଲି କୁହାଯାଏ । ଅନ୍ୟପକ୍ଷରେ ତାହାକୁ ମହାବିଦ୍ୟା ଉପାସନା ବୋଲି କୁହାଯାଇଥାଏ । ସେହି ଦଶ ମହାବିଦ୍ୟାଙ୍କ ମଧ୍ୟରୁ ମା’ ତାରା ଦ୍ବିତୀୟ ମହାବିଦ୍ୟା ଭାବରେ କଥିତ । ସେ ହେଉଛନ୍ତି ବ୍ରହ୍ମଙ୍କର ଜ୍ଞାନ ଶକ୍ତି । ଦକ୍ଷ ଗୃହରେ ଯେ ସତୀ ରୂପେ ଜନ୍ମଗ୍ରହଣ କରିଥିଲେ । ସେ କେବଳ ବ୍ରହ୍ମତ୍ବ ବୋଲି ନାରଦ ପଞ୍ଚରାତ୍ରରେ କୁହାଯାଇଛି । ତାରକ ବା ମୋକ୍ଷକାରିଣୀ ହୋଇଥିବାରୁ ତାଙ୍କୁ ତାରା ବୋଲି କୁହାଯାଏ । ସେ ନିଜର ଭକ୍ତମାନଙ୍କୁ ବାକଶକ୍ତି ପ୍ରଦାନ କରୁଥିବାରକୁ ତାଙ୍କୁ ନୀଳ ସରସ୍ବତୀ ବୋଲି କୁହାଯାଇଥାଏ । ଏପରିକି ସ୍ବଭାବରେ ଉଗ୍ର ହୋଇଥିବାରୁ କେତେକ ତାଙ୍କୁ ଉଗ୍ରତାରିଣୀ ବୋଲି ଅଭିହିତ କରିଥାନ୍ତି । ସେହିପରି ସେ ବିପତ୍ତିରୁ ରକ୍ଷା କରୁଥିବାରୁ ତାଙ୍କୁ ଉଗ୍ରତାରା ବୋଲି କୁହାଯାଇଥାଏ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.