ETV Bharat / state

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ: ମିଳିଲାନି ନିଯୁକ୍ତି, କେକ୍‌ କାଟି ସ୍ୱତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ - ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିଲାଣି । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ କାହାକୁ ନିଯୁକ୍ତି ନଦେବା ପରେ କେକ୍‌ କାଟି ଅଭିନବ ପ୍ରତିବାଦ କରିଛନ୍ତି ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ: ମିଳିଲାନି ନିଯୁକ୍ତି, କେକ୍‌ କାଟି ସ୍ବତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ

author img

By

Published : Oct 28, 2022, 8:48 PM IST

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ୧ ବର୍ଷ ପୁରିବା ପରେ ମଧ୍ୟ ରାଜ୍ୟରେ ଏପର୍ଯ୍ୟନ୍ତ ନିଯୁକ୍ତି ହେଲେନାହିଁ ସ୍ଵତନ୍ତ୍ର ଶିକ୍ଷକ । ଏନେଇ ଲୋୟର ପିଏମଜି (Special Teacher protest at Lower PMG)ରେ ରାଲି କରିବା ସହ ଏକ ବର୍ଷ ପୂର୍ତ୍ତି ଅବସରରେ କେକ୍ କାଟି ଅଭିନବ ଭାବରେ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ସଂଘ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ: ମିଳିଲାନି ନିଯୁକ୍ତି, କେକ୍‌ କାଟି ସ୍ବତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ

୨୦୨୧ ଅକ୍ଟୋବର ୨୮ ତାରିଖରେ ସୁପ୍ରିମକୋର୍ଟ ସାଧାରଣ ବିଦ୍ୟାଳୟର ପାଠ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ନିର୍ଦ୍ଦେଶ ଥିଲା ଯେ ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ରହିବେ । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ପିଲାଙ୍କ ପାଇଁ ଜଣେ ମାତ୍ର ସ୍ଵତନ୍ତ୍ର ଶିକ୍ଷକ ରହିବେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦିଆଗଲା ନାହିଁ ।

ଏହା ବି ପଢନ୍ତୁ- ରାଜ୍ୟରେ IAS ମରୁଡି, ଚିନ୍ତାରେ ସରକାର

ଏନେଇ ସଂଘ କହିଛି ଯେ, ଦେଶରେ ଅନେକ ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଉଛି । କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ କିଛି ନିଯୁକ୍ତି ପ୍ରକ୍ରିୟା ହୋଇପାରିଲା ନାହିଁ । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ସହ ସାଧାରଣ ସ୍କୁଲରେ ଯେଭଳି ସାଧାରଣ ପିଲାଙ୍କ ଭଳି ଦିବ୍ୟାଙ୍ଗ ପିଲାମାନେ ମଧ୍ୟ ପାଠ ପଢିପାରିବେ ତାହା ଉପରେ ଗୁରୁତ୍ବ ଦିଆଯିବା ଉଚିତ ।

ତେବେ ଜଣେ ଆଶାୟୀ ସ୍ବତନ୍ତ୍ର ଶିକ୍ଷୟିତ୍ରୀ ହରପ୍ରିୟା ବେହେରା କହିଛନ୍ତି, "ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିଲାଣି । ତଥାପି ରାଜ୍ୟ ସରକାର ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇନାହାନ୍ତି । ଆମେ ୨ ବର୍ଷ ଟ୍ରେନିଂ ନେବା ପରେ ମଧ୍ୟ ଘରେ ବସି ରହିଛୁ । ଏପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ । ସେଥିପାଇଁ ଏଭଳି ଅଭିନବ ଢଙ୍ଗରେ ଆମେ ରାଲି କରିଛୁ ।"

ଅନ୍ୟପଟେ ସଂଘର ସଦସ୍ୟ ରାକେଶ କୁମାର କହିଛନ୍ତି, "ସ୍ବତନ୍ତ୍ର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ମାତ୍ର ଏହି ରାୟକୁ ଆଜି ବର୍ଷେ ପୁରିଥିବା ବେଳେ ଏପର୍ଯ୍ୟନ୍ତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.