ଖୋର୍ଦ୍ଧା: ମାଡି ଆସୁଛି କରୋନାର ଦ୍ୱିତୀୟ ଲହର, ସେଥିପାଇଁ ସବୁଠି କୋକୁଆ ଭୟ । କୋରୋନା ସଂକ୍ରମଣ ଗ୍ରାଫରେ ରୋକ ଲଗାଇବା ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରକ୍ରିୟା । ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ସଂକ୍ରମଣ ହାର ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଏସପିଙ୍କ ନେତୃତ୍ୱରେ ମାସ୍କ ଚେକିଂକୁ କଡାକଡ଼ି କରାଯାଇଛି ।
ମାସ୍କ ନପିନ୍ଧି ଘରୁ ବାହାରୁଥିବା ଲୋକଙ୍କୁ ଫାଇନ କଟାଯିବା ସହ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରାଯାଉଥିବା ଖୋର୍ଦ୍ଧା ଏସପି ରାଜକିଶୋର ଦୋରା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ