ETV Bharat / state

Weather Update: କଲବଲ କରୁଛି ଗୁଳୁଗୁଳି, କାଲିଠୁ ପାଗରେ ପରିବର୍ତ୍ତନ

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ଅସହ୍ୟ ଗରମ ଅନୁଭୂତ । ଅଧିକ ପଢନ୍ତୁ

author img

By

Published : Jul 2, 2023, 11:44 AM IST

southwest monsoon weak in odisha
southwest monsoon weak in odisha

ଭୁବନେଶ୍ବର: ଓଡିଶାକୁ ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିଲା ବର୍ଷା । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହେତୁ, ପୁଣି କଲବଲ କଲାଣି ଅସହ୍ୟ ଗରମ । ଗତ ୩ ରୁ ୪ ଦିନ ଧରି ବର୍ଷାର ମାତ୍ର କମିବା ସହ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ଅନୁଭୂତ ହେଉଛି । କିଛି ଜିଲ୍ଲାରେ ବର୍ଷା ହେଉଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ ଖରା ସାଙ୍ଗକୁ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଆଜି ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି ।

  • ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ,
    ଗତ ୩ ରୁ ୪ ଦିନ ଧରି ବର୍ଷାର ମାତ୍ର କମିବା ସହ ଉଚ୍ଚ ଆଦ୍ରତା ର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି

    — Meteorological Centre, Bhubaneswar (@mcbbsr) July 2, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 3 ତାରିଖରୁ ପୁଣି ବର୍ଷିବ

ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନକୁ ଚାତକ ପରି ଚାହିଁ ବସିଥିଲେ ରାଜ୍ୟବାସୀ । କିନ୍ତୁ ମୌସୁମୀ ଯୋଗାଇ ପାରୁନି ଆବଶ୍ୟକ ପରିମାଣର ବର୍ଷା । ରାଜ୍ୟରେ ମୌସୁମୀ ସକ୍ରିୟ ଥାଇ ମଧ୍ୟ ଅସହ୍ୟ ଗୁଳୁଗୁଳି ଓ ଗରମ ଅନୁଭବ ହେଉଛି । ଏଥିସହ ରାଜ୍ୟରେ ବର୍ଷା ନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷକୁ ନେଇ ସମସ୍ୟା ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ ଦକ୍ଷିଣ ଉପକୂଳରେ ଆସନ୍ତା ୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହୋଇପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-Weather Update: ବର୍ଷା ଦିନେ ଗ୍ରୀଷ୍ମ ଋତୁର ଅନୁଭୂତି, ୩ରୁ ବଦଳିବ ପାଗ

ଆସନ୍ତା ୫ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ଦକ୍ଷିଣ ଉପକୂଳର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି। ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.