ଖୋର୍ଦ୍ଧା: ରାସ୍ତା ଉପରେ ଦିନଦ୍ବିପ୍ରହରେ ଚାଲିଛି ନିଶା ସେବନ । ନା ଅଛି ପୋଲିସକୁ ଭୟ ନା ଅଛି କାହାକୁ ଖାତିର । ଏଭଳି ଏକ ଭିଡିଓ ଖୋର୍ଦ୍ଧ ଅଞ୍ଚଳରେ ବେଶ ଭାଇରାଲ ହେଉଛି । ୫ରୁ ଉର୍ଦ୍ଧ୍ବ ଯୁବକ ରାଜରାସ୍ତା ଉପରେ ଦିନ ଦ୍ବିପହରରେ ଏକ ରାସ୍ତା ଉପରେ ବସି ବାଉନସୁଗାର ଭଳି ନିଶା ସେବନ କରୁଥିବାର ଭିଡିଓରେ ଦେଖାଯାଉଛି ।
ଏହି ଭାଇରାଲ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଦିନଦ୍ବିପ୍ରହରେ ରାସ୍ତା ଉପରେ ଏଭଳି ନିଶା ସେବନ କରିବା ଜନସାଧାରଣ ସୁରକ୍ଷା ଉପରେ ପ୍ରଶ୍ନ ଠିଆ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ