ETV Bharat / state

ଶାଗୁଆନ କାଠ ଚୋରୀ ଅଭିଯୋଗ, ବନ କର୍ମଚାରୀଙ୍କୁ ଆଣ୍ଠେଇଲେ ଗ୍ରାମବାସୀ - villagers kneel down forest officer

ଜଙ୍ଗଲରୁ ଦାମି ଶାଗୁଆନ କାଠ ଚୋରି ଅଭିଯୋଗରେ ବନ କର୍ମଚାରୀଙ୍କୁ ଆଣ୍ଠେଇଲେ ଲୋକେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଅଧିକ ପଢନ୍ତୁ...

ଶାଗୁଆନ କାଠ ଚୋରୀ ଅଭିଯୋଗରେ ବନ କର୍ମଚାରୀଙ୍କୁ ଆଣ୍ଠେଇଲେ ଗ୍ରାମବାସୀ

author img

By

Published : Oct 1, 2021, 8:38 PM IST

Updated : Oct 1, 2021, 9:02 PM IST

ଖୋର୍ଦ୍ଧା: ଜଙ୍ଗଲରୁ ଦାମି ଶାଗୁଆନ କାଠ ଚୋରି ଅଭିଯୋଗରେ ବନ କର୍ମଚାରୀଙ୍କୁ ଆଣ୍ଠେଇଲେ ଲୋକେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଜିଲ୍ଲାର ବାଣପୁର ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ । ଏହି ଶାଗୁଆନ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କଡାକଡି ଆଇନ କରାଯାଉଛି । ଏହି ଜଙ୍ଗଲ ମଧ୍ୟରେ ସାଧାରଣ ଜନତାଙ୍କ ପ୍ରବେଶ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ ।

ଶାଗୁଆନ କାଠ ଚୋରୀ ଅଭିଯୋଗରେ ବନ କର୍ମଚାରୀଙ୍କୁ ଆଣ୍ଠେଇଲେ ଗ୍ରାମବାସୀ

କିନ୍ତୁ, ଏହାର ସୁଯୋଗ ନେଇ ବନ ବିଭାଗ କର୍ମଚାରୀ ଶାଗୁଆନ କାଠ ଚୋରୀ କରି ମାଫିଆଙ୍କୁ ଦେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ।

କେବଳ ଅଭିଯୋଗ ନୁହେଁ, ବନ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀମାନେ ଆଣ୍ଠେଇ ବସେଇଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ବନ ସୁରକ୍ଷାରେ ଥିବା କର୍ମଚାରୀମାନେ ଗଛ କାଟି ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡି ହଟହଟା ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 1, 2021, 9:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.