ETV Bharat / state

ପୁରୁଷୋତ୍ତମ କ୍ଷେତ୍ରରେ ସ୍ନାନଯାତ୍ରା - BHUBANESWAR

ପୁରୁଷୋତ୍ତମ କ୍ଷେତ୍ରରେ ପୂର୍ଣ୍ଣ ବିଗ୍ରହଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 17, 2019, 11:51 PM IST

ଖୋର୍ଦ୍ଧା: ସ୍ନାନଯାତ୍ରା ପାଇଁ ଖୋର୍ଦ୍ଧା ଉପକଣ୍ଠ ଜଗୁଳିପାଟଣାର ଅନନ୍ତପୁରୁଷୋତ୍ତମ କ୍ଷେତ୍ର ଆଜି ବେଶ ଚଳଚଞ୍ଚଳ ହୋଇଥିଲା । ସବୁଠାରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରା ଅଧା ଗଢା । କିନ୍ତୁ ଏଠାରେ ତିନି ଭାଇ ଭଉଣୀ ହେଉଛନ୍ତି ପୂର୍ଣ୍ଣ ବିଗ୍ରହ । ଯାହାକି ସାରା ବିଶ୍ୱରେ ଅନ୍ୟ କେଉଁ ସ୍ଥାନରେ ନାହିଁ । ଆଜି ଏହି ଅନନ୍ୟ ପୂର୍ଣ୍ଣ ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ଏଠାରେ ପୂର୍ଣ୍ଣ ବିଗ୍ରହଙ୍କର ହୋଇଥାଏ ରୀତିନୀତି । ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ପୀଠ ପୁରୁଷୋତ୍ତମ କ୍ଷେତ୍ର ନାମରେ ମଧ୍ୟ ପରିଚିତ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:Body:

FSD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.