ଖୋର୍ଦ୍ଧା: ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଯାଏଁ ନିଜର ନିଶା ସାମ୍ରାଜ୍ୟ ଚଳାଇ ଡନ ସାଜିଥିଲା ଛୋଟା ଓରଫ ଶୁଭ୍ରାଂଶୁ ପରିଡା । ନିଶା ସାମ୍ରାଜ୍ୟର ପତନ ଘଟିଛି । ପ୍ରଥମେ ସରକାରୀ ଜାଗାରେ ଥିବା ଆଲିଶନ ବଙ୍ଗଳା ଏବେ 24 ବଖରା ଘର ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି ।
ସୂଚନା ଅନୁଯାୟୀ, ଛୋଟା ଏସଟିଏଫ ନଜରରୁ ବର୍ତ୍ତିବା ପାଇଁ ଗତ 9 ତାରିଖରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏସଟିଏଫ 3ଦିନ ରିମାଣ୍ଡରେ ନେଇ ଅଧିକ ତଥ୍ୟ ମଧ୍ୟ ହାସଲ କରିଥିବା ଜଣାପଡ଼ିଛି ।
ଏପଟେ ତାର ବୟାନ ଅନୁସାରେ ଖୋର୍ଦ୍ଧା ତହସିଲ ଗୁରୁଜଙ୍ଗ ଅଞ୍ଚଳର ଜବରଦସ୍ତପୁରରେ ଥିବା ଆଲିଶନ ବଙ୍ଗଳାକୁ ଜିଲା ପ୍ରଶାସନ ଗତ 15ତାରିଖରେ ଭାଙ୍ଗି ଦେଇଥିଲା । ସେହିପରି ଉକ୍ତ ପ୍ଲଟରେ ଥିବା ଅର୍ଧନିର୍ମିତ 24 ବଖରା ଘରକୁ ଆଜି ଭଙ୍ଗାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ