ଖୋର୍ଦ୍ଧା: ଭୁବନେଶ୍ବର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ବସବାସ କରୁଥିବା 50ରୁ ଅଧିକ ଭଡାଟିଆ ବସ୍ତି ବାସିନ୍ଦାଙ୍କୁ ସରକାରଙ୍କ ଜାଗା ମିଶନରେ ସାମିଲ କରିବା ସହିତ ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଏନେଇ ବସ୍ତିବାସିନ୍ଦାମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।
ରାସ୍ତା ନିର୍ମାଣ ଯୋଗୁଁ ବସ୍ତିକୁ ଭଙ୍ଗାଯିବାର ନିଷ୍ପତ୍ତି ହେଲା କିନ୍ତୁ ବସ୍ତିରେ ଏମାନେ ଭଡା ରହୁଥିବାରୁ ଏମାନଙ୍କୁ ଥଇଥାନ କରାଗଲା ନାହିଁ । ସେହିପରି ଏମାନେ ଦୀର୍ଘ 12ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି ଏମାନେ ଏବେ କୁଆଡେ ଯିବେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବସ୍ତିବାସିନ୍ଦାମାନେ ଏନେଇ ପ୍ରଶାସନକୁ ପ୍ରଶ୍ନ କରିବା ସହିତ ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ଥଇଥାନ ନକଲେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ