ETV Bharat / state

ରାଜ୍ୟରେ 6ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, 2167ଙ୍କୁ ଦିଆଯିବ ନିଯୁକ୍ତି ସୁଯୋଗ

author img

By

Published : Apr 1, 2023, 9:58 AM IST

ରାଜ୍ୟରେ 6ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସଏଲଏସଡବ୍ଲୁସିଏ ବୈଠକରେ ଏହି ମଞ୍ଜୁରୀ ମିଳିଛି । ଏଥିରେ ପ୍ରାୟ 854 କୋଟି ଟଙ୍କା ବିନିଯୋଗ ହେବ । ରାଜ୍ୟର ପ୍ରାୟ 2167 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକ ପଢନ୍ତୁ

slswca meeting approved new industrial projects

ଭୁବନେଶ୍ବର: ଦ୍ରୁତ ଶିଳ୍ପାୟାନକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିଳ୍ପ ସମୃଦ୍ଧ ରାଜ୍ୟ ହେବା ଅଭିମୁଖେ ଅଗ୍ରସର ହେଉଛି ଓଡ଼ିଶା । ନୂତନ ସରଳ ଶିଳ୍ପ ନୀତି ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗୁଁ ନିୟିମତ ଭାବେ ଓଡ଼ିଶାକୁ ପୁଞ୍ଜିନିବେଶ ଆସିବାରେ ଲାଗିଛି । ଏହି କ୍ରମରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ କମିଟି 854.17 କୋଟି ଟଙ୍କା ମୂଲ୍ୟର 6ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏସବୁ ଶିଳ୍ପ କାର୍ଯ୍ୟକ୍ଷମ ହେଲେ 2167 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମଧ୍ୟରୁ 4ଟି ଶିଳ୍ପ ପ୍ରସ୍ତାବ ଗତ ମେକ ଇନ ଓଡ଼ିଶା କନକ୍ଲେଭରେ ମିଳିଥିଲା ।

ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ରହିଛି ଆଇଟି, ମେଟାଲ ଡାଉନଷ୍ଟ୍ରିମିଙ୍ଗ, ଖାଦ୍ୟ ପ୍ରକ୍ରିୟାକରଣ ଓ ଭିତ୍ତିଭୂମି । 3ଟି ପ୍ରକଳ୍ପ ଭିର୍ତ୍ତିଭୂମୀ, ଗୋଟେ ଷ୍ଟିଲ, ଗୋଟେ ଆଇଟି ଓ ଅନ୍ୟଟି ଖାଦ୍ୟ ପ୍ରକ୍ରିୟାକରଣ । ଅନୁମୋଦିତ ଶିଳ୍ପ ବଲାଙ୍ଗୀର, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ । ଟ୍ରାନଷ୍ଟେକ କୋଇଲା ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଅନୁମୋଦନ କରିଛି କମିଟି । 380.25 କୋଟି ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲାରେ ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ସ୍ଥାପନ ହେବ । ପ୍ରାୟ 360 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଯାଜପୁର ଜିଲ୍ଲାରେ ନିର୍ମଳ ୱେୟାର ପ୍ରାଇଭେଟ ଲିମିଟେଡ 200 କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହା ପ୍ରାୟ 400 ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ଏହି ଦୁଇଟି ପ୍ରକଳ୍ପ ସହିତ ଭିତ୍ତିଭୂମି କ୍ଷେତ୍ରରେ ଅନ୍ୟ 2ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଏଜିସ ଲଜିଷ୍ଟିକ ଲିମିଟେଡ ଏବଂ ଭୁବନେଶ୍ୱର ଲୋଗିକ୍ସପ୍ରେସ ଗୋଦାମ ଘର Llp ଯାହା 350 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇବାକୁ ଲକ୍ଷ୍ୟ ରଖିଛି । ଏଜିସ ଲଜିଷ୍ଟିକ ଲିମିଟେଡ୍ 50,000 ଟିପିଏ କ୍ଷମତା ବିଶିଷ୍ଟ ତରଳ ଏବଂ ଗ୍ୟାସ ଉତ୍ପାଦ ପାଇଁ ଗ୍ରୀନ୍ ଫିଲ୍ଡ ଟ୍ୟାଙ୍କ ଷ୍ଟୋରେଜ ସୁବିଧା ସ୍ଥାପନ କରିବ । ଭୁବନେଶ୍ୱର ଲୋଗିକ୍ସପ୍ରେସ ଗୋଦାମ ଘର Llp ପ୍ରସ୍ତାବରେ ଗୋଦାମ ଘର ସହ ଲଜିଷ୍ଟିକ୍ ପାର୍କ ଅନ୍ତର୍ଭୁକ୍ତ । ଆଇଟି ଏବଂ ଇଏସଡିଏମ ସେକ୍ଟରରେ ସିକ୍ୟୁରିଏସ ଟେକ୍ନୋ ସର୍ଭିସେସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ କମିଟି ଅନୁମୋଦନ ଦେଇଛି । 75 କୋଟି ବିନିଯୋଗରେ କମ୍ପାନୀ ଏକ ଗ୍ଲୋବାଲ ସାଇବର ସୁରକ୍ଷା ବିତରଣ କେନ୍ଦ୍ର ପ୍ରତିଷ୍ଠା କରିବ । ଯାହା ଓଡିଶାର 1000 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ସେହିପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 1ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । 50ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇବ । OVO ଫାର୍ମ ପ୍ରାଇଭେଟ ଲିମିଟେଡର 50.5 କୋଟି ବିନିଯୋଗରେ ବଲାଙ୍ଗୀର ଜିଲ୍ଲାର ସଡେଇପାଲ୍ଲୀ ଫୁଡ ପାର୍କରେ ଅଣ୍ଡା ପାଉଡର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଅନୁମୋଦିତ ଶିଳ୍ପ ଲାଗି ଆବଶ୍ୟକୀୟ ଭିର୍ତ୍ତିଭୂମୀ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.