ETV Bharat / state

୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩, କଳିଙ୍ଗ ଷ୍ଟାଡିୟମରେ ସରିଲା ଭୂମିପୂଜା

author img

By

Published : Apr 7, 2023, 7:41 PM IST

ଆସନ୍ତା ଏପ୍ରିଲ ୨୦ ତାରିଖରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩ ଆରମ୍ଭ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ଆନୁଷ୍ଠାନିକ ଭାବେ ଭୂମିପୂଜା କରାଯାଇଛି । ଅଧିକ ପଢ଼ନ୍ତୁ

ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ପାଇଁ ସରିଲା ଭୂମିପୂଜା

ଭୁବନେଶ୍ବର: ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହେଉଛି ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩ । ଦେଶର ଯୁବକମାନଙ୍କୁ ଉତ୍କର୍ଷ ଏବଂ ସ୍ଥାୟୀ ଦକ୍ଷତା ବିକାଶ ଦିଗରେ ମାର୍ଗଦର୍ଶନ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ଆୟୋଜନ କରୁଛନ୍ତି । ଯୁବପୀଢିଙ୍କ ଆତ୍ମବିଶ୍ବାସକୁ ଉତ୍ସାହିତ କରିବା ସହ ସେମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରାଇବା ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ।

୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩
୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩

ରାଜ୍ୟରୁ ଜାତୀୟ ତଥା ଅନ୍ତର୍ଜାତୀୟ ନିଯୁକ୍ତିଦାତା ପର୍ଯ୍ୟନ୍ତ ଯୁବପୀଢିଙ୍କ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଓଡିଶା ସରକାର ପଦକ୍ଷେପ ନେଇଛନ୍ତି । ଯାହାକି ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବ । ବୃହତ ଆଗ୍ରହ ପାଇଁ ପରିବର୍ତ୍ତନ ଆଣିବ । ଏଥିପାଇଁ ଆୟୋଜନ ହେବାକୁ ଥିବା ସ୍କିଲ୍ଡ ଇନ ଓଡ଼ଶା କନକ୍ଲେଭ ଲାଗି ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ଆନୁଷ୍ଠାନିକ ଭାବେ ଭୂମିପୂଜା କରାଯାଇଛି । ସମ୍ମିଳନୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କନକ୍ଲେଭସ୍ଥଳ ପରିଦର୍ଶନ କରିବା ସହିତ ଲେ-ଆଉଟ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩
୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩

ଏହା ମଧ୍ୟ ପଢ଼ନ୍ତୁ...ପରିଚୟ ଦେଲା ମିଶନଶକ୍ତି, ରୋଜଗାରକ୍ଷମ ହେଲେ ମହିଳା

୩ ଦିନ ଧରି ଏହି ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗତ ଏପ୍ରିଲ ୬ ତାରିଖରେ ଦିଲ୍ଲୀରେ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପ୍ରମୁଖ ଶିଳ୍ପସଂସ୍ଥା, ଆଇଆଇଟି, ଡିପ୍ଲୋମା, ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଓ ଯୁବକଙ୍କ ସମେତ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ସୂଦୂର ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅଧ୍ୟାପିକ ଅଧ୍ୟାପିକା ମାନେ ଏହି କନକ୍ଲେଭରେ ଯୋଗଦେଇ ବକ୍ତବ୍ୟ ରଖିବେ । ଏହା ସହିତ ବିଶ୍ବ ଦକ୍ଷତା କେନ୍ଦ୍ର ଓ ୫ଟି ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଡିଟିଇଟି ରଘୁ ଜି, ଏଫଆଇସିସିଆଇ, ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକେନ୍ଦ୍ରର ଅଧ୍ୟାପିକା ସରିତାଞ୍ଜଳି ନାୟକ ଓ ପ୍ରମୁଖ ଅଧିକାରୀ ଯୋଗ ଦେବେ ।

୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩
୨୦ରୁ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ୨୦୨୩

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.